ଯେତେବେଳେ ନିଜ ଭକ୍ତଙ୍କୁ ଟ୍ରେନ ଆକ୍ସିଡେଣ୍ଟରୁ ବଞ୍ଚେଇବା ପାଇଁ ସ୍ଵୟଂ ନାଗ ଦେବତା ପହଞ୍ଚିଲେ ଓ ତା ପରେ ଯାହା ହେଲା ସମସ୍ତେ ଆଶ୍ଚର୍ଯ୍ୟ

ଭଗବାନ ଶିବ ବହୁତ ସଫା ମନର ଅଟନ୍ତି ସେଥିପାଇଁ ସେ ପ୍ରସନ୍ନ ହେଲେ ଏହା ଦେଖନ୍ତି ନାହିନ ଯେ ତାଙ୍କ ଭକ୍ତ ମଣିଷ ନା ପଶୁ ନା ଗନ୍ଧର୍ବ ନା ରାକ୍ଷାଶ ଅଟେ ସେ ସମସ୍ତଙ୍କୁ ନିଜ ଆଶୀର୍ବାଦ ଦେଇଥାନ୍ତି । ତେବେ ଭଗବାନ ଶିବ ବହୁତ ଦୟାଳୁ ସ୍ଵଭାବର ଅଟନ୍ତି ।

ସେଥିପାଇଁ ସେ ନିଜ ଭକ୍ତ ମାନଙ୍କୁ କିଛି ଦବା ଆଗରୁ ବିଚାର କରନ୍ତି ନାହିନ ଏହି ଦୁନିଆରେ ବହୁତ ଲୋକ ଭଗବାନ ଶିବଙ୍କ ଭକ୍ତି କରନ୍ତି କିନ୍ତୁ ବହୁତ କମ ଲୋକଙ୍କ ଜୀବନରେ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ କାହିଁକିନା ଭଗବାନ ଶିବଙ୍କୁ କିଛି ଆବଶ୍ୟକ ନୁହ କେବଳ ଗୋଟେ ସଫା ହୃଦୟ ଦରକାର ଯେଉଁଠାରେ ତାଙ୍କ ଭକ୍ତ ତାଙ୍କ ଉପରେ ବିଶ୍ଵାସ ରଖିଥାଉ । ତେବେ ଆଜି ଆମେ aଆପଣଙ୍କୁ ଗୋଟେ ସତ୍ୟ ଘଟଣା କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ ।

ଗଙ୍ଗା ପାଖରେ ଗୋଟେ ଗାଁ ଥିଲା ସେହି ଗାଁରେ ଭୋଳା ନାମକ ଜଣେ ବ୍ୟକ୍ତି ରହୁଥିଲା ଯିଏ ଜନ୍ମ ଠାରୁ ଅନ୍ଧ ଥିଲା ଆଉ ସେ ଛୁଆ ବେଳୁ ଭଗବାନ ଶିବଙ୍କ ବହୁତ ବଡ ଭକ୍ତ ଥିଲା ସେ ସବୁବେଳେ ଭଗବାନ ଶିବଙ୍କ ଧ୍ୟାନରେ ମଗ୍ନ ରହୁଥିଲା । ଭୋଳ ସବୁଦିନ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଏ ଆଉ ଭଗବାନ ଶିବଙ୍କ ନାମ ନେଇ ଗଙ୍ଗାରେ ମୁଣ୍ଡ ବୁଡାଇଥାଏ । ତେବେ ଗାଁ ଲୋକେ ସବୁବେଳେ ଭୋଳାକୁ ଗଙ୍ଗାରେ ସ୍ନାନ କରିବା ପାଇଁ ମନା କରନ୍ତି କୁହନ୍ତି ତତେ ଦେଖା ଯାଉ ନାହିଁ ତୁ ବୁଡି ଯିବୁ ।

କିନ୍ତୁ ଭୋଳା ଗୋଟେ କଥା କୁହେ ମତେ ଦେଖା ଯାଉଣୀ ଭଗବାନ ଭୋଳେନାଥଙ୍କୁ ଦେଖା ଯାଉଛି ସେ ସମ୍ଭାଳି ଦେବେ । ଏହି ଭଳି ଭଗବାନ ଶିବଙ୍କ ଭକ୍ତିରେ ତା ଜୀବନ ବହୁତ ସୁଖମୟ ଭାବରେ କାଟି ଯାଉଥିଲା । ଭୋଳା ଅନ୍ଧ ହେଲେ ବି କାହା ସାହାରା ନେଇ ଚାଲିବାକୁ ପସନ୍ଦ କରେ ନାହିଁ ସେ ସବୁବେଳେ କୁହେ ମୋ ସହ ଭଗବାନ ଶିବ ଅଛନ୍ତି ଆଉ କାହାର ଆବଶ୍ୟକତା ନାହିଁ ମତେ ।

ଗୋଟେ ଦିନ ଭୋଳା ଖବର ପାଇଲା ଯେ ଆର ଗାଁରେ ଭଗବାନ ଶିବଙ୍କ ସତସଙ୍ଗ ହବାକୁ ଯାଉଛି ଭୋଳା ମନରେ ଇଛା ଆସିଲା ଯେ ସେ ବି ସତସଙ୍ଗ ଦେଖିବାକୁ ଜୀବ ତା ପରେ କଣ ଥିଲା ଆର ଦିନ ସକାଳେ ଉଠି ସ୍ନାନ କରି ପୂଜା କରି ଭୋଳା ନିଜ ବସ୍ତା ନେଲା ଯେଉଁଥିରେ ଭଗବାନ ଶିବଙ୍କ ଫଟୋ ଆଉ କିଛି ଫଳ ନେଇ ଭୋଳା ବାହାରି ଗଲା । ଭୋଳା ଗାଁରୁ ଅନ୍ୟ ଗାଁକୁ ଜୀବ ପାଇଁ ଟ୍ରେନ ଲାଇନ ପାରି ହବାକୁ ପଡିଥାଏ, ତେବେ ଫାଟ ବନ୍ଦ ନହବାରୁ ଭୋଳା ଟ୍ରେନ ଲାଇନ ପାରି ହଉଥିଲା । ତାକୁ ଜଣା ନଥିଲା ଯେ ଆର ପାରି ଠାରୁ ଟ୍ରେନ ବହୁତ ସ୍ପିଦ ତା ଆଡକୁ ମାଡି ଆସୁଥିଲା ।

ଲୋକ ଚିଲେଇ ଡାକିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଭୋଳକୁ ଶୁବୁ ନଥିଲା ହଟାତ ଲୋକ ଦେଖିବାକୁ ପାଇଲେ ଯେ ବଡ ସାପ ଭୋଳା ଆଡକୁ ଯାଉଥିଲା ଲୋକ କହିଲେ ଆଜି ଭୋଳା ବଞ୍ଚିବ ନାହିଁ ଗୋଟେ ଆଡୁଆ ସାପ ଆର ଆଡୁଆ ଟ୍ରେନ ଯୁଆଡେ ହେଲେ ଆଜି ଭୋଳା ମଲା । ହଟାତ ଭୋଳା ପାଦ ଛନ୍ଦି ହେଲା ଆଉ ସେ ପଡି ଗଲା ତେବେ କଣ ହେଲା ଜାଣିଛନ୍ତି ସାପ ଭୋଳା ପାଦକୁ ଛନ୍ଦି ତାକୁ ପକାଇ ଦେଲା ଯାହା ଦ୍ଵାରା ଟ୍ରେନ ଲାଇନରୁ ବାହାରକୁ ଭୋଳା ପଡି ଗଲା ଆଉ ଭଗବାନ ଶିବ ନିଜେ ନିଜ ଭକ୍ତ ରକ୍ଷା କରିବାର ସମସ୍ତେ ଦେଖିବାକୁ ପାଇଥିଲେ ।

Leave a Reply

Your email address will not be published. Required fields are marked *