ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାର ଅଘଟଣ ଘଟିବାର ଦେଖିବାକୁ ମିଳିଥାଏ । ପାପ ର ମାତ୍ରା ବହୁତ ବଢିଯିବା ଦ୍ୱାରା ଭୂକମ୍ପ, ବାତ୍ୟା, ବନ୍ୟା, ସୁନାମି ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ସେହି ପରି ଭାବରେ ଅନେକ ସମୟ ରେ କେତେକ ମହାମାରୀ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ମହାମାରୀ ରୋଗ ରେ ଅନେକ ଲୋକଙ୍କ ଜୀବନ ଯାଇଥାଏ ।
ସେହି ପରି ଏକ ମହାମାରୀ ରୋଗ ଦେଖା ଦେଇଥିଲା ଯାହାର ନାମ ହେଉଛି କରୋନା । କରୋନା ପାଇଁ ସମଗ୍ର ବିଶ୍ୱ ବହୁତ ଚିନ୍ତିତ ଅଛନ୍ତି । ଏହା ସମଗ୍ର ବିଶ୍ୱ କୁ ବହୁତ ମାତ୍ରା ରେ ପ୍ରଭାବିତ କରିଛି । ଦୀର୍ଘ ଏକ ବର୍ଷ ଧରି ସମଗ୍ର ବିଶ୍ୱ ଏହି ମହାମାରୀ ପାଇଁ ଘରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇ ରହିଥିଲେ । ପୁନର୍ବାର ଦୀର୍ଘ ଏକ ବର୍ଷ ପରେ କରୋନା ର ଏକ ନୂଆ ରୂପ ଦେଖିବାକୁ ମିଳୁଛି । ସମୟେ ସମୟେ ଏହି ମହାମାରୀ କୁ ନେଇ ଅନେକ ପ୍ରକାର ରୋଚକ ତଥ୍ୟ ଶୁଣିବାକୁ ମିଳୁଛି ।
ବର୍ତ୍ତମାନ ସମୟ ରେ ଏହି ନୂଆ ରୂପ ପାଇଁ ପ୍ରାୟତଃ ରାଜ୍ୟ ର ଅନେକ ସ୍ଥାନରେ ପୁଣିଥରେ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଗଲାଣି । ତେବେ ଆସନ୍ତୁ ଜାଣିବା ସେହି ବିଷୟ ରେ ଆହୁରି କିଛି କଥା । ବନ୍ଧୁଗଣ କରୋନା ର ଚିନ୍ତା ଦୀର୍ଘ ଏକ ବର୍ଷ ହେବ ଲାଗି ରହିଥିଲା । ମନୁଷ୍ୟ ଏହି ସମୟ ରେ ସମ୍ପୂର୍ଣ୍ଣ ଭାବେ ଘରେ ବନ୍ଦ ହୋଇ ରହିଯାଇଥିଲା । ଏକ ବର୍ଷ ପରେ ଯାଇ ଲକଡାଉନ ଖୋଲା ଯାଇଥିଲା ଯାହା ଫଳରେ ସାଧାରଣ ଜନତା ଟିକେ ଆସ୍ୱସ୍ତି ପାଇଥିଲେ ।
କିନ୍ତୁ ବର୍ତ୍ତମାନ କରନା ର ନୂଆ ରୂପକୁ ନେଇ ସମସ୍ତେ ବହୁତ ଚିନ୍ତା ରେ ରହିଛନ୍ତି । ସେହିପରି କରନା ର ନୂଆ ରୂପ ଅଧିକ ସଂକ୍ରମଣ ହେବାରୁ ପୁଣି ଥରେ ଓଡିଶା ରେ ରାତ୍ର କାଳୀନ କର୍ଫ୍ୟୁ ଫେରିଛି । ମାଲକାନଗିରି ରେ ରାତ୍ରକାଳୀନ କର୍ଫ୍ୟୁ କରିବା ପାଇଁ ଚିନ୍ତା କରିଛନ୍ତି ମାଲକାନଗିରି ର ଜିଲ୍ଲା ପ୍ରଶାସନ । କରନା ର ଦ୍ରୁତ ଗତି ରେ ସଂକ୍ରମଣ ହେଉଥିବା କୁ ଲକ୍ଷ୍ୟ କରାଯାଇ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା ରେ ରାତ୍ରକାଳୀନ କର୍ଫ୍ୟୁ ଜାରୀ କାରାଯାଇଛି ।
ଏହି ସମୟ ରେ ମାଲକାନଗିରି ଜିଲ୍ଲାରେ ରେ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରୀ କରାଯିବ । ଏହି ସମୟ ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବାହାରେ ମିଳିବ । ଏହା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବାହାରେ ବୁଲିବା ପାଇଁ ଜନସାଧାରଣ ଙ୍କୁ ନିଷେଧ କରାଯାଇଛି । ଏହି ସମୟ ରେ ଦୋଳ ବା ହୋଲି ପର୍ବ ଅନୁଷ୍ଠିତ ହେଉଥିବାରୁ ସମଗ୍ର ଜିଲା ରେ ଏଥିପାଇଁ କଟକଣା ଜାରି କରାଯାଇଛି । ସମଗ୍ର ଜିଲ୍ଲା ରେ ହୋଲି ଖେଳିବା ପାଇଁ ବାରଣ କରାଯାଇଛି ।
ରାସ୍ତା କିମ୍ବା କୌଣସି ସାଙ୍ଗ ସାଥି ଙ୍କ ସହିତ ହୋଲି ନ ପାଳନ କରି ନିଜ ଘର ଲୋକଙ୍କ ସହିତ ହୋଲି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ କୋଭିଡ ନିୟମ ଅନୁସା ରେ ୫୦ ଜଣ ଲୋକଙ୍କୁ ନେଇ ଦୋଳ ଯାତ୍ରା ଅନୁଷ୍ଠିତ ହେବ ଏବଂ ସର୍ବାଧିକ ୨୦୦ ଜଣ ଲୋକଙ୍କୁ ନେଇ ବଡ଼ ଯାତ୍ରା ହେବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।