ଚୋରୀ କରିଥିବା ମୂର୍ତ୍ତିକୁ ରଖିପାରିଲାନି ଚୋର, ଆଣି ଫେରାଇଲା ମନ୍ଦିରରେ- କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କ ପାଇଁ ଏକ ରୋଚକ ଖବର ନେଇ ଆସିଛୁ । ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏକ ଅଲୌକିକ ଘଟଣା ଯାହା ବିଷୟରେ ଜାଣି ଆପଣ ବିଶ୍ବାସ କରି ପାରିବେନି ଯେ ଏହି ଯୁଗରେ ବି ଭଗବାନ ଏଭଳି ଅଲୌକିକତା ଦେଖାଉଛନ୍ତି । ତେବେ ସମୁର୍ଣ୍ଣ ଘଟଣା କଣ ଆସନ୍ତୁ ଜାଣିବା । ଏହି ଘଟଣା ଟି ହେଉଛି ଢେଙ୍କାନାଳର ହରିପୂରର ବେଶାଳିଆ ଗ୍ରାମର । ଏହି ଗ୍ରାମର କିଛି ଦୂରରେ ପାହାଡ ଖୋଳ ମଧ୍ୟରେ ମହାଦେବଙ୍କର ଏକ ମଦିର ଅଛି ଯେଉଁଠି ଶ୍ରୀମହାକାଳେଶ୍ୱର ପୂଜା ପାଉଛନ୍ତି ।

ତେବେ ଏହି ଘଟଣା ଟି ହେଲା ସେହି ଶିବ ମନ୍ଦିରରେ ହୋଇଥିବା ଚୋରୀ ବିଷୟରେ । ଖବର ଅନୁସାରେ ସେହି ଶିବ ମନ୍ଦିରରୁ କିଛି ପ୍ରାଚୀନ ମୂର୍ତ୍ତି ଓ ଅନ୍ୟାନ୍ୟ ମୂଲ୍ଯବାନ ବସ୍ତୁ କିଛି ଦିନ ତଳେ ଚୋରୀ ହୋଇଥିଲା । କିନ୍ତୁ ଏହି ଶନିବାର ଦିନ ଚୋରୀ ହୋଇଥିବା ସେହି ପ୍ରାଚୀନ ମୂର୍ତ୍ତି ପୁଣି ସେହି ମନ୍ଦିରରେ ଦେଖିବାକୁ ମିଲିଛି । କିନ୍ତୁ ଏହା କିପରି ସମ୍ଭବ ହେଲା ସେ ବିଷୟରେ କେହି ଭୁଜିପାରି ନଥିଲେ । ଘଟଣା ଟି ହେଲା ଦୁଇମାସ ତଳେ ଏହି ମନ୍ଦିରରୁ ପୂଜା ପାଉଥିବା ପିତ୍ତଳ ମୂର୍ତ୍ତି, ନାଗ, ଘଣ୍ଟା ଆଦି କେହି ଚୋରୀ କରି ନେଇଥିଲେ । ଏହା ବିଷୟରେ ଥାନାରେ ମଧ୍ୟ ଅଭିଯୋଗ କରଯାଇଥିଲା । ପୁଲିସ ଏହି ବିଷୟରେ ତଦନ୍ତ କରିବା ଜାରି ରଖିଥିଲେ ମଧ୍ୟ କୌଣସି ସୁରାଗ ପାଇ ନଥିଲା ।

କିନ୍ତୁ ଶନିବାର ଦିନ ହଟାତ ଯେବେ ମନ୍ଦିରର ପୂଜାରୀ ପୂଜା କରିବାକୁ ଯାଇ ସେହି ମୂର୍ତ୍ତିକୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମନ୍ଦିରରୁ ଚୋରୀ ହୋଇଥିବା ସମସ୍ତ ଅନ୍ୟାନ୍ୟ ଦ୍ରବ୍ୟ ମଧ୍ୟ ସେଠାରେ ଥିଲା । ଏହି ଘଟଣା ବିଷୟରେ ସେହି ପୂଜାରୀ ଗାଁ ସାରା ଲୋକଙ୍କୁ ଜଣାଇଥିଲେ । ଓ ଏହା ଭଗବାନ ଶିବଙ୍କର ମହିମା ବୋଲି ସେହି ଗାଁ ଲୋକେ ବିଶ୍ବାସ କରିଥିଲେ । ଏହି ଘଟଣା ପରେ ସେହି ମନ୍ଦିରକୁ ପ୍ରବଳ ଭକ୍ତମାନଙ୍କର ସମାଗମ ହୋଇଥିଲା । ଶ୍ରୀମହାକାଳେଶ୍ୱର ଙ୍କର ଏହା ହେଉଛି ଅଲୌକିକ ମହିମା ଯାହା ପାଇଁ ଚୋର ସେହି ସବୁକୁ ନିଜ ପାଖରେ ରାଖୀ ପାରିଲାନି ଓ ବାଧ୍ୟ ହେଲା ଏହାକୁ ଫେରାଇବା ପାଇଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *