ମଙ୍ଗଳବାର ଦିନ ଏହି କାମ କରିଲେ ଭାଗ୍ୟ ଖୋଲିଯିବ । କରନ୍ତୁ ଏହି ସବୁ ଉପାୟ ।

ବନ୍ଧୁଗଣ ଶାସ୍ତ୍ର ରେ ପ୍ରତେକ ଦିନ ଓ ବାର ର ମହତ୍ଵ କୁହା ଯାଇଛି । ସପ୍ତାହର ପ୍ରତେକ ଦିନର କିଛି ନା କିଛି ବିଶେଷତ୍ଵ ରହିଥାଏ । ଯାହା ଭଗବାନଙ୍କ ସହ ଯୋଡା ହୋଇ ରହିଥାଏ । ସପ୍ତାହର କିଛି ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ । ଏହି ସବୁ ମାନ୍ୟତା ପଛରେ କିଛି କାରଣ ରହିଥାଏ । ଯାହା ଆମ ଜୀବନ ପାଇଁ ବହୁତ ଉପୋଯୋଗୀ ହୋଇଥାଏ ।

ଆଜି ଆମେ ଜାଣିବା ସପ୍ତାହ ର ଦ୍ଵିତୀୟ ଦିନ ମଙ୍ଗଳବାର ବିଷୟରେ । ମଙ୍ଗଳବାର ଦିନ ହନୁମାନ ଜୀଙ୍କ ପୂଜା ବିଶେଷ ଭାବେ କରାଯାଏ । ଏହି ଦିନ ହନୁମାନ ଜୀ ଙ୍କ ଧ୍ୟାନ କରିବା ପାଇଁ କିଛି ଉପାୟ କରିବା ଦ୍ଵାରା ଇଚ୍ଛା ପୁରଣ ହୋଇଥାଏ । ଆସନ୍ତୁ ଜାଣିବା ବିସ୍ତାର ପୂର୍ବକ । 1- ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ମନ୍ଦିର କୁ ଯାଇ ସିନ୍ଦୁର ଓ ନାଲି ଫୁଲ ଚଢାଇବା ଉଚିତ । ଏହା ଦ୍ଵାରା ହନୁମାନ ଜୀ ପ୍ରସନ୍ନ ହେବା ସହ ମନର ବାଞ୍ଛା ପୂରଣ କରିଥାନ୍ତି ।

2- ଏହି ଦିନ ହନୁମାନ ଚାଳିଶା ପାଠ କରିବା ସହ ହନୁମାନ ମନ୍ତ୍ର ଜପ କରନ୍ତୁ । ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

3- ମଙ୍ଗଳବାର କୁ ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । କୌଣସି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ଲାଲ କପଡା ବା ବସ୍ତ୍ର ନିଜ ପାଖରେ ରଖନ୍ତୁ ।

4- ହନୁମାନ ଙ୍କୁ ଗୁଡ ଓ ଚଣାର ପ୍ରସାଦ ଚଢାଇବା ଉଚିତ । ଏହା ସହ ପାନ ମଧ୍ୟ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ଶାରୀରିକ ବଳ ଓ ବୁଦ୍ଧି ପ୍ରାପ୍ତ ହୁଏ ।

5- ଏହି ଦିନର ସ୍ଵାମୀ ମଙ୍ଗଳ ଅଟନ୍ତି । କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ମଙ୍ଗଳବାର ଦିନ ହନୁମାନ ଜୀ ଙ୍କ ପୂଜା ବିଶେଷ ରୂପେ କରନ୍ତୁ । ଏହା ଦ୍ଵାରା ମଙ୍ଗଳଙ୍କର ପ୍ରଭାବ କମ ହୁଏ ।

6- ଏହି ଦିନ ମା ପାର୍ବତୀଙ୍କର ବ୍ରତ ରଖିବା ଉଚିତ । ଏହି ଦିନ ଗୋଟେ ସମୟରେ ଖାଇବା ସହ ସାତ୍ଵିକ ଆହାର ଖାଇବା ଉଚିତ ।

7- ଏହି ଦିନ ନାଲି ମସୁର ଡାଲି, ଗୁଡ ଦାନ କରିବା ଦ୍ଵାରା ଦୁଃଖ, ଦାରିଦ୍ରତା ଓ କ୍ଲେଶ ଦୂର ହୋଇଥାଏ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ମଙ୍ଗଳବାର ଦିନ ଉଚିତ ମାନାଯାଏ ନାହିଁ ।

8- ଏହି ଦିନ ଦୂର ଯାତ୍ରା କରିବା ଅନୁଚିତ । ମଙ୍ଗଳ ଗ୍ରହକୁ ପାପ ଗ୍ରହ ମାନଯାଏ । ଏହି ଦିନ ମାତା ପାର୍ବତୀ ଙ୍କ ଉପାସନା ସମୟରେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଅନୁଚିତ । ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ।

9- ମଙ୍ଗଳବାର ଦିନ କ୍ଷୀର ନ କିଣିବା ତଥା କ୍ଷୀର ରେ ତିଆରି ପଦାର୍ଥର ସେବନ କରିବା ଅନୁଚିତ । ଏହି ଦିନ ମାଛ ଖାଇବା ଶୁଭ ମାନାଯାଏ । ଏହା ଦ୍ଵାରା ଆର୍ଥିକ ସଙ୍କଟ ଆସିପାରେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *