ଝିଅ ମାନଙ୍କର ମାସିକ ଧର୍ମ କଣ ପାଇଁ ପୁଅ ମାନଙ୍କର ଶରୀରରେ ଏମିତି କି ହୁଏନି ଏହାର ପୌରାଣିକ କାରଣ ।

ମାସିକ ଧର୍ମ । ଏହି କଥା ଶୁଣିଲେ ଆଗରୁ ଲୋକ ମାନେ ଭାବନ୍ତି ଏହା ବହୁତ ଖରାପ କଥା । ତେଣୁ ସମସ୍ତେ ଏହାକୁ ଲୁଚାଇଥାନ୍ତି ଯେମିତି କୌଣସି ମସ୍ତ ବଡ ଭୁଲ ଏଟା । କିନ୍ତୁ ବର୍ତ୍ତମାନ ଲୋକମାନେ ପରିବର୍ତ୍ତନ ହେଉଛନ୍ତି ଆଉ ଏହା ଉପରେ ଖୋଲା ଖୋଲି କଥାବାର୍ତ୍ତା କରିବାକୁ ପସନ୍ଦ କରୁଛନ୍ତି । ଆସନ୍ତୁ ଜାଣିବା ଏହି ମାସିକ ଧର୍ମ କଣ । କଣ ପାଇଁ ଏହା ହୋଇଥାଏ । ଆପଣମାନେ ଜାଣିଛନ୍ତି ଦେବତା ମାନଙ୍କ ଗୁରୁ ହେଲେ ବୃହସ୍ପତି । ଏକଦା ବୃହସ୍ପତି ଦେବତା ମାନଙ୍କର ରାଜା ଇନ୍ଦ୍ର ଙ୍କ ଉପରେ କୌଣସି କଥା କୁ ନେଇ ଭୀଷଣ ରାଗିଗଲେ ।

ତେଣୁ ସେ ଦେବଲୋକ ଉପରେ ଆକ୍ରମଣ କଲେ । ଫଳରେ ଇନ୍ଦ୍ର ଙ୍କୁ ନିଜର ଆସନ ଛାଡିବାକୁ ପଡିଲା । ଏହି ସମସ୍ୟା ର ସମାଧାନ ପାଇଁ ଇନ୍ଦ୍ର ସୃଷ୍ଟି କର୍ତ୍ତା ବ୍ରମହା ଙ୍କ ପାଖକୁ ଗଲେ । ବ୍ରମହା ତାଙ୍କୁ ଏକ ବାଟ କହିଲେ । ସେ ଜଣେ ସାଧୁଙ୍କ ସେବା କରି ତାଙ୍କୁ ପ୍ରସନ୍ନ କଲେ ଏହି ସମସ୍ୟା ରୁ ମୁକ୍ତି ମିଳିବ ବୋଲି କହିଲେ । ତେଣୁ ଦେବରାଜ ଏହା କଲେ । କିନ୍ତୁ ସେ ଯେଉଁ ସାଧୁ ଙ୍କ ସେବା କରୁଥିଲେ ତାଙ୍କ ମା ଏହା ଅସୁର ଥିଲେ ।

ତେଣୁ ସେ ସାଧୁ ଅସୁର ମାନଙ୍କୁ ବହୁତ ଭଲ ପାଉଥିଲେ । ଇନ୍ଦ୍ର ଯାହା ପୂଜା କରୁଥିଲେ ସବୁକୁ ସାଧୁ ନେଇ ଅସୁରଙ୍କୁ ଦେଇଦଉଥିଲେ । ଫଳରେ ଇନ୍ଦ୍ର ଙ୍କ ପୂଜା ନିଷ୍ଫଳ ହୋଇଗଲା ।

ଏହାପରେ ଇନ୍ଦ୍ର ରାଗି କରି ସେ ସାଧୁ ଙ୍କୁ ହତ୍ୟା କଲେ । ଫଳରେ ଇନ୍ଦ୍ର ଙ୍କ ଉପରେ ବ୍ରମହ ହତ୍ୟା ର ପାପ ଲାଗିଲା । ପୁଣି ବ୍ରମହା ଙ୍କ ପାଖକୁ ଯିବାରୁ ସେ କହିଲେ ଏହି ପାପ କୁ ଗଛ, ଭୂମି, ପାଣି ଏବଂ ନାରୀ ଙ୍କୁ ଭାଗ ଭାଗ ଦେଇଦେଲେ ଏହା କମ ହୋଇଯିବ । କିନ୍ତୁ ଏହା ବଦଳରେ ଇନ୍ଦ୍ର ଙ୍କୁ ସେମାନଙ୍କୁ କିଛି ବର ଦେବାକୁ ପଡିବ ।

ଯେତେବେଳେ ସେ ଗଛ କୁ ପାପ ଦେଲେ ସେ ଏହା ମଧ୍ୟ ବର ଦେଲେ କି ଗଛ ଯେତେବେଳେ ଚାହିଁବ ବଞ୍ଚି ପାରିବ । ପାଣିକୁ ପାପ ସହ ଏହା ବର ଦେଲେ ଯେ ସେ ସବୁବେଳେ ପବିତ୍ର ହୋଇ ରହିବ ।

ଭୂମି କୁ ପାପ ସହ ଏହା ବର ଦେଲେ ଯେ ଯେତେ ବି କ୍ଷତ ହେଉ ଏହା ଭରିଯିବ ଏବଂ ନାରୀ କୁ ପାପଦେଲେ ସେଥିଲାଗି ନାରୀମାନଙ୍କୁ ମାସିକ ଧର୍ମ ହୋଇଥାଏ । ଏହା ସହ ବର ବି ଦେଲେ କି ସେ ପୁରୁଷ ଠୁ କେତେ ଗୁଣ କାମ ର ଆନନ୍ଦ ନେଇ ପାରିବ । ତେଣୁ ଏହା ଥିଲା କଣ ପାଇଁ ସ୍ତ୍ରୀ ମାନଙ୍କ ମାସିକ ଧର୍ମ ହୋଇଥାଏ ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *