ମାଟି ତଳୁ ବାହାରିଲେ ମହାଦେବ ! ଗ୍ରାମବାସୀ ହେଲେ ଆଶ୍ଚର୍ଯ୍ୟ – ଦେଖନ୍ତୁ କଣ ରହିଛି ଘଟଣା ପଛର ସତ୍ୟତା

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏହା କୌଣସି ଅନ୍ୟ ଜାଗାରେ ନୁହେଁ ବରଂ ଆମ ଓଡିଶାର କଟକ ଜିଲ୍ଲାର ଘଟିଥିବା ଏକ ଅଲୌକିକ ଘଟଣା ଅଟେ । ତେବେ ଆଜି କାଲିର ମଣିଷ ଏହି ସବୁ ଘଟଣାକୁ ବିଶ୍ବାସ କରୁ ନଥିଲେ ମଧ୍ୟ ଏହା ସତ୍ୟ ଯେ ଏହି ଦୁନିଆରେ ଭଗବାନ ଅଛନ୍ତି । ତେବେ ଏହାର ଉଦାହରଣ ଆଜି ଆମେ ଆପଣଙ୍କୁ ଦେବୁ । ଏହି ଘଟଣା କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଠାରେ ଦେଖିବାକୁ ମିଳିଛି ।

ଏଠି ମାଟି ଖୋଳୁ ଖୋଳୁ ମହାଦେବ ବାହାରିଛନ୍ତି । ଆଜି ମହଣ ଗ୍ରାମରେ ସଲିମ ମହମ୍ମଦଙ୍କ ବିଲରେ ପ୍ରଭାକର ସାମଲ କୋଦାଳ ଯୋଗେ ପାଣି ମାହାରା କରୁଥିବା ସମୟରେ ଏକ ପଥରରେ ବାଜିଲା ପରି ଜଣାପଡ଼ିଥିଲା । ପରେ ସେହି ସ୍ଥାନରେ ଏକ ୨ ଫୁଟ ର ଶିବ ଲିଙ୍ଗ ବାହାରିଥିଲା l ଏହାପରେ ଗ୍ରାମବାସୀ ଶିବଲିଙ୍ଗ ଦେଖିବା ପାଇଁ ଭିଡ କରିଥିଲେ l ପରେ ଉଦ୍ଧାର ହୋଇଥିବା ଏହି ଶିବଲିଙ୍ଗକୁ ପୂଜାର୍ଚ୍ଚନା କରିଛନ୍ତି ଗ୍ରାମବାସୀ ।

ତେବେ ଏହି ଶିବଲିଙ୍ଗ କେତେ ବର୍ଷ ତଳୁ ମାଟିତଳେ ଥିଲେ ଏହାର କଳନା କରାଯାଇ ନାହିଁ । ଏହା ବହୁତ ବର୍ଷର ପୁରୁଣା ଶିବଲିଙ୍ଗ ବୋଲି ଜଣାପଡୁଛି । ତେବେ ମାଟି ଖୋଳୁ ଖୋଳୁ ହଟାତ ଶିବଲିଙ୍ଗ ବାହାରିଥିବାରୁ ଲୋକମାନେ ଅତ୍ୟନ୍ତ ଭକ୍ତି ବିହ୍ଵଳ ହୋଇଯାଇଥିଲେ । ଗ୍ରାମବାସୀ ସେଇଠି ହିଁ ତାଙ୍କର ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସେହି ଶିବଲିଙ୍ଗ ପାଇଁ ଏକ ମନ୍ଦିର କରିବାକୁ ଗ୍ରାମବାସୀ ମାନେ ଇଚ୍ଛା ପ୍ରକାଶ କରିଛନ୍ତି । ସଲିମ ନିଜକୁ ଧନ୍ୟ ମାନେ କରୁଛନ୍ତି ଯେ ତାଙ୍କ ବିଲରୁ ଭଗବାନଙ୍କ ମୂର୍ତ୍ତି ବାହାରିଛି ବୋଲି । ସେ ଏହି ମୂର୍ତ୍ତିକୁ ଗ୍ରାମବାସୀଙ୍କ ହାତରେ ସମର୍ପି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *