ମାଟି ତଳୁ ମିଳିଲା ଏଭଳି ଜିନିଷ, ଦେଖୁଥିବା ଲୋକଙ୍କ ଉଡିଗଲା ହୋସ

କହିବାକୁ ଗଲେ କ୍ରାଇମ ଦିନକୁ ଦିନ ବଢିବାରେ ଲାଗିଛି । ସବୁଦିନ ଆମକୁ ଚୋରୀ ବଲାତ୍କାର ଇତ୍ୟାଦି ଘଟଣା ଶୁଣିବାକୁ ମିଳିଥାଏ । ସବୁଦିନ ଚୋରୀର ଘଟଣା ନିଶ୍ଚିତ ରୂପରେ ଆମକୁ ଶୁଣିବାକୁ ମିଳିଯାଏ । ଚୋରମାନଙ୍କର ସାହସ ଏତେ ବଢି ଯାଇଛି କି ସେମାନେ ଛୋଟ ଜିନିଷ ଛଡା ବଡ ବଡ ଜିନିଷକୁ ବି ବହୁତ ଚାଲାକିର ସହ ଚୋରୀ କରି ନେଉଛନ୍ତି । ଚୋରମାନେ ଛୋଟ ଛୋଟ ଗାଡିକୁ ତ ଚୋରୀ କରି ନେଉଛନ୍ତି ଓ ଏହା ଛଡା ବଡ ଗାଡିକୁ ବି ଛାଡୁ ନାହାନ୍ତି ।

ଏମିତି ହିଁ କିଛି ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ଏହି ଘଟଣା ଅଟେ ରାଜସ୍ଥାନର ଯେଉଁଠି ଚୋର ବାବୂଲାଲ ନାମକ ଏକ ବ୍ୟକ୍ତିର ବୋଲେରୋ ଗାଡ଼ୀ ୧୫ ଜୁନକୁ ଚୋରୀ କରିଥିଲା । ସେହି ବ୍ୟକ୍ତି ଜଣକ ଗାଡିକୁ ବହୁତ ଖୋଜିଲା କିନ୍ତୁ ଗାଡି ମିଳିଲା ନାହିଁ । ଏମିତିରେ ସେହି ବ୍ୟକ୍ତି ଜଣକ ଗାଡି ଚୋରୀ ହେବାର ରିପୋର୍ଟ ପୁଲିସ ଷ୍ଟେସନରେ ଲେଖାଇଲା । ଏହା ପରେ ପୁଲିସ ନିଜ ଯାଞ୍ଚରେ ସର୍ବେ ପ୍ରଥମେ ସିସିଟିଭି ଫୁଟେଜ ଦେଖିଲେ ଓ ଏହି ଆଧାରରେ ଏକ ବ୍ୟକ୍ତିକୁ ଗିରଫ୍ତାର କରିନେଲା ।

ସେହି ବ୍ୟକ୍ତିକୁ ପଚରା ପଚାରି ସମୟରେ ସେ ହିଁ ଗାଡି ଚୋରୀ କରିଛି ବୋଲି ମାନିଲା । ଏହା ପରେ ଯେତେବେଳେ ଗାଡିକୁ ଆଣିବା ପାଇଁ ପୁଲିସ ଚୋର ସହିତ ସେହି ଜାଗାକୁ ଗଲା ଯେଉଁଠି ଚୋର ଗାଡିକୁ ଲୁଚାଇ କରି ରଖିଥିଲା । ସେଠି ପହଞ୍ଚି ପୁଲିସ ଚୋରର କାରନାମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ସେହି ଚୋରର ନାମ ହଜୁଂଜାରାମ ଜାଟ ଅଟେ । କହିବାକୁ ଗଲେ ଚୋର ସେହି ବୋଲର କାରକୁ ମାଟି ତଳେ ୧୦ ଫୁଟ ଗଭୀରତାରେ ଲୁଚାଇ ରଖିଥିଲା । ଏହା ପରେ ପୁଲିସ ଜେସିବି ସାହାର୍ଯ୍ୟରେ ସେହି ଜାଗାକୁ ଖୋଲିବା ପରେ ଗାଡି ନଜର ଆସିଲା । ଏହା ପରେ ସେହି ଗାଡିକୁ ମାଟିତଳୁ ବାହାର କରାଗଲା । ଆପଣଙ୍କୁ କହିଦେଉଛୁ ଯେ ରାଜସ୍ଥାନର କେତେକ ଅଞ୍ଚଳରେ ଚୋର ମାନଙ୍କର ଏହିଭଳି ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି ।

ଏହିଭଳି ଦେଶ ଦୁନିଆର ଖବର ଜାଣିବା ପାଇଁ ଆମ ସହ ଯୋଡି ହୁଅନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *