ଭୁଲରେ ବି କେବଳ ଜଳ ଅର୍ପଣ କରନ୍ତୁ ନାହିଁ ସୂର୍ଯ୍ୟ ଦେବଙ୍କୁ, ନିଶ୍ଚୟ ଜଳରେ ମିଶାନ୍ତୁ ଏହି 2ଟି ଜିନିଷ ଏବଂ ଦେଖନ୍ତୁ ଚମତ୍କାର

ଭଗବାନ ସୂର୍ଯ୍ୟ ଦେବଙ୍କ ତେଜ ଯୋଗୁଁ ପୃଥିବୀରେ ଜୀବନ ସମ୍ଭବ ହୋଇଛି ସେଥିପାଇଁ ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବଙ୍କ ପୂଜାକୁ ମହତ୍ଵ ଦିଆଯାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କୁ ପ୍ରତିଦିନ ପୂଜା କରିବା କଥା କିନ୍ତୁ ରବିବାର କରାଯାଇଥିବା ପୂଜା ବିଶେଷ ଫଳପ୍ରଦ ହୋଇଥାଏ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କୁ ସବୁ ଗ୍ରହର ଅଧିପତି କୁହାଯାଏ  ଆଉ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ଵାରା ଜୀବନର ସବୁ ଦୁଃଖ ଦୂର ହେଇଯିବ । ଯଦି କୌଣସି ବ୍ୟକ୍ତିର ସୂର୍ଯ୍ୟ ଗ୍ରହ ଠିକ ନଥାଏ ତେବେ ତାକୁ ସମାଜରେ ମାନ ସମ୍ମାନ ମିଳିନଥାଏ ।

Image Courtesy: Google

ଠିକ ଏହାର କୁଣ୍ଡଳୀରେ ସୂର୍ଯ୍ୟଗ୍ରହ ଦୃବଳ ଥିଲେ ବ୍ୟକ୍ତିକୁ ଅନେକ ପରିଶ୍ରମର ସାମ୍ନା କରିବାକୁ ପଡିଥାଏ । ସବୁ ଗ୍ରହକୁ ପ୍ରସନ୍ନ କରିବା ବଦଳରେ କେବଳ ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କଲେ ବ୍ୟକ୍ତିର ଭାଗ୍ୟ ଉଦୟ ହେଇଯିବ । ପୌରଣିକ କାଳରୁ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନର ବିଶେଷ ମହତ୍ଵ କୁହାଯାଇଛି । ଏଥିରେ ସୂର୍ଯ୍ୟଦେବ ପ୍ରସନ୍ନ ହେଇ ଆୟୁ, ଆରୋଗ୍ୟ, ଧନ, ଧାନ୍ୟ, ପୁତ୍ର, ମିତ୍ର, ତେଜ, ବୀର୍ଯ୍ୟ, ଯଶ, କୀର୍ତି, କାନ୍ତି, ବୈଭବ , ସୁଖ ଓ ସୌଭାଗ୍ୟ ପ୍ରଦାନ କରନ୍ତି ।

ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାର ବିଧି

Image Courtesy: Google

ସର୍ବପ୍ରଥମେ ବ୍ରହ୍ମା ମୂହୁର୍ତ୍ତରେ ଉଠିକି ସ୍ନାନ କରନ୍ତୁ ତାପରେ ଏକ ଲାଲ ରଙ୍ଗର କପଡା ପିନ୍ଧି ଏକ ତମ୍ବା ଢାଳରେ ଜଳ ନିଅନ୍ତୁ ପରେ ସେହି ଜଳରେ ଟିକେ ସିନ୍ଦୁର ଦେଇକି ନହେଲେ ଲାଲ ଚନ୍ଦନ ଓ ଫୁଲ ଦେଇକି ସୂର୍ଯ୍ୟଦେବଙ୍କ ସାମ୍ନାରେ ଠିଆ ହେଇକି ଲୋଟର ଦୁଇ ପାର୍ଶ୍ବକୁ ଧରିକି ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ ।

ଏବଂ ସେହି ସମୟରେ ସୂର୍ଯ୍ୟଦେବଙ୍କ ମନ୍ତ୍ରକୁ ଜାପ କରିକି ୭ ଥର ଅର୍ପଣ କରନ୍ତୁ । ଧ୍ୟାନ ଦେଉଥିବେ କି ସୂର୍ଯ୍ୟଙ୍କ କିରଣ ଜଳଧାରା ସହିତ ଆପଣଙ୍କ ଶରୀର ଉପରେ ପଡୁଥିବ ଏହାପରେ ଧୂପ ଦୀପ ସହିତ ସୂର୍ଯ୍ୟଦେବଙ୍କୁ ପୂଜା କରନ୍ତୁ ଏବଂ ସୁର୍ଜ୍ୟଦେବଙ୍କ ଆଶୀର୍ବାଦ ପାଇଁ ହାତ ଯୋଡି ପ୍ରଥନ୍ନା କରନ୍ତୁ ।

Image Courtesy: Google

 ଏହି ଭୂଲର ଧ୍ୟାନ ରଖନ୍ତୁ

ସୂର୍ଯ୍ୟଦେବଙ୍କ ପୂଜା ନ ସାନ୍ନ କରିକି କରନ୍ତୁ ନାହିଁ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିବା ସମୟରେ ସେଥିରେ ଗୁଡ ଓ ଚିନି ନ ମିଶେଇକି  ଫୁଲ ଓ ସିନ୍ଦୁର ଅର୍ପଣ କରନ୍ତୁ । କେବେବି ଜଳ ଅର୍ପଣ ଦେଉଥିବା କରୁଥିବା ସମୟରେ ଷ୍ଟିଲ, ଚାଂଦୀ, କାଚ କିମ୍ବା ପ୍ଲାଷ୍ଟିକ ଢାଳର ପ୍ରୟୋଗ ନକରିକି ତମ୍ବା ର ଢାଳ ପ୍ରୟୋଗ କରନ୍ତୁ ।  ସୂର୍ଯ୍ୟଦେବଙ୍କ ପୂଜା କରୁଥିବା ସମୟରେ ସୂର୍ଯ୍ୟ ଦେବଙ୍କ ୧୨ ଟି ନାମର ଉଚ୍ଚାରଣ ନିଶ୍ଚିନ୍ତ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *