ନମସ୍କାର ବନ୍ଧୁମାନେ, ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର କଳା ବେକ ଗୋରା କରି ପାରିବେ ମାତ୍ର 2 ମିନିଟ ରେ । ସବୁଠୁ ପ୍ରଥମେ ଏଥି ପାଇଁ ଆପଣଙ୍କୁ ଦରକାର କଫିର, କଫିରୁ ଆମକୁ କ୍ୟାଫେନ ମିଳେ ଓ ଏହା ସହ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ଆମ ତ୍ଵଚାରେ ଗ୍ଲୋ ଆଣିଥାଏ । ଏହା ପରେ ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ଯାହା ହେଉଛି ହଳଦୀ । ହଲଦିରେ ମଧ୍ୟ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ, ଯାହା ଆମ ତ୍ଵଚାକୁ ଗୋରା କରିଥାଏ । ଏହା ପରେ ଆମକୁ ଦରକାର ଗୋଟେ ଲେମ୍ବୁ । ଲେମ୍ବୁ ରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ ସି ଥାଏ । ଯାହାକୁ ଲାଗଇଲେ ଏହା ଆମ ଶରୀର ଭିତରକୁ ଯାଇ ସମସ୍ତ ମଇଳାକୁ ବାହାର କରିଥାଏ ।
ପେଷ୍ଟ ବନେଇବେ କିପରି
ଗୋଟେ ଚାମଚ କଫି ସହ ଗୋଟେ ଚାମଚ ହଳଦୀ ନେଇ ସେଥିରେ ଫାଳେ ଲେମ୍ବୁର ରସ ଚୁପୁଡି ଦିଅନ୍ତୁ । ଏହାକୁ ଭଲ ଭାବେ ଏକତ୍ର ଫେଣ୍ଟି ଦିଅନ୍ତୁ ।
ଏହାର ବ୍ୟବହାର
ଏହା ପରେ ଆପଣ ସେହି ଲେମ୍ବୁକୁ ନିଅନ୍ତୁ ଯାହାର ରସ ଆପଣ ସେଥିରେ ଚୁପୁଡି ଥିଲେ । ତାକୁ ସେହି ବନେଇଥିବା ପେଷ୍ଟରେ ବୁଡାଇ ବା ପରେ ସେହି ଲେମ୍ବୁକୁ ନିଜ ବେକରେ 5 ରୁ 10 ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଘସନ୍ତୁ । ଘଷିବା ସମୟରେ ସେହି ରସରେ ଲେମ୍ବୁକୁ ବୁଡିବା କୁ ଭୁଲି ବେନି ।
ଏହାର ପରିଣାମ
ଏହାକୁ ଆପଣ ମାତ୍ର 2 ମିନିଟ ଘଷିବା ପରେ ଏହାର ପରିଣାମ ଦେଖିପାରିବେ । କିନ୍ତୁ ବେଶି ଭଲ ରେଜଲ୍ଟ ପାଇଁ ଏହାକୁ 5 ରୁ 10 ମିନିଟ ଘସନ୍ତୁ । 10 ମିନିଟ ଘଷିବା ପରେ ସ୍ବଚ୍ଛ ପାଣିରେ ଧୋଇଦିଅନ୍ତୁ । ଢୋଇବା ପରେ ଏହାକୁ କପଡାରେ ପୋଛି ଦିଅନ୍ତୁ । ଏହା କରିବା ପରେ ଆପଣ ନିଜେ ଜାଣି ପାରିବେ ଏଥିରେ ଦେଖା ଯାଉଥିବା ଅନ୍ତର । ସପ୍ତାହକୁ 3 ରୁ 4 ଥର ଏହାକୁ ବାରମ୍ବାର କରିବା ପରେ ଆପଣଙ୍କର କଳା ବେକ ପୁରା ଗୋରା ହୋଇଯିବ ।
ଏହା ପ୍ରମାଣିତ, ବିଶ୍ବାସ ନଥିଲେ କରିକି ଦେଖନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ। ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ ଏବଂ କମେନ୍ଟ କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ