ମୟୂର ପଙ୍ଖ ର ଏହି 5ଟି ସହଜ ଉପାୟ ଆପଣଙ୍କ ଗୃହର ବାସ୍ତୁ ଦୋଷ କରିବ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଶ୍ଚୟ କି ଭଗବାନ ଶ୍ରୀ କୃଷ୍ଣ ତାଙ୍କ ମସ୍ତକ ରେ ସର୍ବଦା ମୟୂର ପଙ୍ଖ ଧାରଣ କରିଥାନ୍ତି । ସେଥିପାଇଁ ଏହାକୁ ପବିତ୍ର ଓ ପୂଜନୀୟ ଭାବେ ବିଚାର କରାଯାଏ । ମୟୂର ପଙ୍ଖ ଦ୍ଵାରା ଦୁର୍ଭାଗ୍ୟ ସୌଭାଗ୍ୟ ରେ ଅପରିଣତ ହୋଇଥାଏ । ବାସ୍ତୁ ଓ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମୟୂର ପଙ୍ଖ ର ଅନେକ ଗୁଡାଏ ଗୁନାରୀ ଓ ଉପକାରୀ ବିଷୟରେ କୁହା ଯାଇଛି । ଗୃହରେ ଯଦି ମୟୂର ପଙ୍ଖ ଠିକ ଭାବେ ରଖାଯାଏ ତେବେ ତାହା ଶୁଭ ଫଳ ପ୍ରଦାନ କରିଥାଏ । ଆଜି ଆମେ ଜାଣିବା ମୟୂର ପଙ୍ଖ ର କିଛି ସହଜ ଉପାୟ ବିଷୟରେ । ଯାହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ଓ ଧନର ବୃଦ୍ଧି ହୋଇ ପାରିବ ।

1- ପ୍ରଥମ ଉପାୟ ଟି ହେଉଛି କୌଣସି ଜରୁରୀ କାମ ସଂପୂର୍ଣ୍ଣ ହେବା ପୂର୍ବରୁ ଅଧାରେ ରହି ଯାଇଥାଏ କିମ୍ବା ବହୁତ ସମଯରୁ କୌଣସି କାମ ଅଟକି ରହିଛି । ତେବେ ଏଥିପାଇଁ ବେଡ ରୁମରେ ଦକ୍ଷିଣ ପୂର୍ବ ଦିଗରେ ମୟୂର ପାଖ ଲଗାଇବା ଉଚିତ । ଏହା ଦ୍ଵାରା ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବାର ଯୋଗ ସୃଷ୍ଟି ହୋଇଥାଏ । କୌଣସି ସ୍ଥାନରେ ଟଙ୍କା ଯଦି ଅଟକି ରହିଥାଏ ତାହା ମଧ୍ୟ ଫେରି ମିଳିବାର ଯୋଗ ଆସିଥାଏ ।

2- ଦ୍ଵିତୀୟ ଉପାୟ ଟି ହେଉଛି ଘରେ ଓ ଦୋକାନରେ ଦକ୍ଷିଣ ପୂର୍ବ ଦିଗରେ ମୟୂର ପଙ୍ଖ ଲଗାଇବା ଉଚିତ । ଏହା ଦ୍ଵାରା ଘର ହେଉ କି ଦୋକାନ ହେଉ ନେଗେଟିଭ ଊର୍ଜା ଦୂର ହୋଇଥାଏ ।

3- ତୃତୀୟ ଉପାୟ ଟି ହେଉଛି ଘରର ମୁଖ୍ୟ ଦ୍ଵାର ଆଗରେ 3ଟି ମୟୂର ପଙ୍ଖ ଲଗାଇବା ଉଚିତ । ଏହା ସହ ମୟୂର ପର ତଳକୁ ଭଗବାନ ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ସ୍ଥାପନ କରିବା ଉଚିତ । ଏହା ଦ୍ଵାରା ଘରର ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ ।

4- ଚତୁର୍ଥ ଉପାୟ ଟି ହେଉଛି ଯେଉଁ ବ୍ୟକ୍ତି ଙ୍କ ପାଖରେ ସର୍ବଦା ମୟୂର ପର ଥାଏ ତାଙ୍କର ସବୁ କାର୍ଯ୍ୟ ସଫଳ ହୋଇଥାଏ । ଏହା ସହ ପାଠ ପଢୁ ଥିବା ପିଲା ମାନେ ନିଜ ଡାଏରୀ ରେ ମୟୂର ପଙ୍ଖ ଗୋଟେ ରଖିଲେ ଶୁଭ ଫଳ ମିଳିଥାଏ ।

5- ଶେଷ ଉପାୟ ଟି ହେଉଛି କୌଣସି ଏକ ଶୁଭ ଦିନରେ ମୟୂର ପଙ୍ଖ ଘରକୁ ନେଇ ଆସନ୍ତୁ । ଏହା ପରେ ସେହି ମୟୂର ପର କୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ପ୍ରତେକ ଯିବା ଆସିବା ବ୍ୟକ୍ତି ଙ୍କୁ ନଜର ଆସିବ । ଏହା ଦ୍ଵାରା ଗୃହ ଉପରେ କାହାର ନଜର ଦୋଷ ଲାଗିବ ନାହିଁ । ଗୃହରୁ ଦ୍ରୁଷ୍ଟି ଦୋଷ କରିବା ପାଇଁ ଏହି ଉପାୟ ଟି ବେଶ ଲାଭଦାୟକ ହୋଇଥାଏ । ତେବେ ଏହି ସବୁ ଉପାୟ ମୟୂର ପଙ୍ଖ ର କରିବା ଦ୍ଵାରା ଏହି ସବୁ ଶୁଭ ଫଳ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *