ମେଷ ରାଶିର ସବୁଠୁ ବଡ ଶତ୍ରୁ, ଧୋକା ଦିଅନ୍ତି ଏହି ୩ଟି ରାଶି, ଏମାନଙ୍କ ଠାରୁ ରୁହନ୍ତୁ ଦୂରେଇ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ଅନୁସାରେ ରାଶିଚକ୍ର ରେ ୧୨ ଟି ରାଶି ନିହିତ ଅଛନ୍ତି । ଏହି ସମସ୍ତ ରାଶି ମାନଙ୍କ ଜୀବନ ରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କେତେବେଳେ ଏମାନେ ଦୁଃଖ ର ସାମ୍ନା କରିଥାନ୍ତି ତ କେତେବେଳେ ସୁଖ ର । ତେବେ ରାଶିଚକ୍ର ର ଏହି ୧୨ ଟି ରାଶି ମଧ୍ୟରୁ କିଛି ରାଶି ଙ୍କ ପରସ୍ପର ସହିତ ଭଲ ସମ୍ବନ୍ଧରେ ରହିଥାଏ ଏବଂ କିଛି ରାଶି ଙ୍କ ସହ ମନ୍ଦ । ତେବେ ବନ୍ଧୁଗଣ ଆଜି ଆମେ କହିବୁ ମେଷ ରାଶି ସମ୍ବନ୍ଧରେ । ମେଷ ରାଶି ର ଶତ୍ରୁ ରାଶି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ ଅବଗତ କରାଇବୁ । ତେବେ ଯଦି ଆପଣ ମଧ୍ୟ ମେଷ ରାଶିର ଅନ୍ତର୍ଗତ ତେବେ ଏହାକୁ ନିଶ୍ଚିତ ଭାବରେ ଦେଖନ୍ତୁ ।

ବନ୍ଧୁଗଣ ପ୍ରଥମତଃ, ଧନ ସମ୍ବନ୍ଧୀୟ ମାମଲାରେ ଏଭଳି ୩ ଟି ରାଶି ଅଛନ୍ତି ଯେଉଁ ମାନଙ୍କୁ ବିଶ୍ୱାସ କରିବା ଆଦୋୖ ଉଚିତ ନୁହେଁ । ଏହି ରାଶି ମାନଙ୍କୁ ବିଶ୍ୱାସ କରିବା ଦ୍ୱାରା ସେମାନେ ତାହା ବଦଳରେ କେବଳ ଧୋକା ହିଁ ଦେଇଥାନ୍ତି । ତେବେ ସେହି ୩ ଟି ରାଶି ହେଉଛନ୍ତି ମିଥୁନ ରାଶି, କନ୍ୟା ରାଶି ଏବଂ ବୃଷ ରାଶି । ଏହି ତିନୋଟି ରାଶି ମେଷ ରାଶିର ଧନ ସମ୍ବନ୍ଧୀୟ କ୍ଷେତ୍ରରେ ଶତ୍ରୁ ଅଟନ୍ତି । ଯଦି ମେଷ ରାଶି ଥିବା ବ୍ୟକ୍ତି ଏହି ତିନୋଟି ରାଶି ଙ୍କୁ ଭରସା କରି ଉଦ୍ଧାର ରେ ପଇସା ଦେଇଥାନ୍ତି ତେବେ ଏମାନଙ୍କୁ ଧୋକା ମିଳିଥାଏ ।

ଏହି ତିନୋଟି ରାଶି କେବେବି ମେଷ ରାଶି ଙ୍କୁ ତାଙ୍କ ଉଦ୍ଧାର ଥିବା ପଇସା ଫେରନ୍ତି ନାହିଁ । ବରଂ ଆଜି କାଲି ଦେବେ ବୋଲି କହି ଅନ୍ତ ରେ ଧୋକା ଦେଇଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ମେଷ ରାଶିର ଅନ୍ତର୍ଗତ ଅଟନ୍ତି ସେହି ରାଶି ମାନେ ଏହି ୩ଟି ରାଶି ଙ୍କ ଠାରୁ ସର୍ଵଦା ଧନ ସମ୍ବନ୍ଧୀୟ ମାମଲାରେ ବଂଚିକରି ରୁହନ୍ତୁ । ଏହି ସମସ୍ୟା ରୁ ବଞ୍ଚିବା ନିମନ୍ତେ ଆପଣ ଗଣେଶ ଭଗବାନ ଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ । କୌଣସି ଏକ ବୁଧବାର ଦିନ ଆରମ୍ଭ କରନ୍ତୁ ଏବଂ ଏହି ଉପାୟ ନିୟମିତ ଭାବରେ କରନ୍ତୁ । ଏହା ତ ଥିଲା ଧନ ସମ୍ବନ୍ଧୀୟ କ୍ଷେତ୍ର ।

ବର୍ତ୍ତମାନ ଆସନ୍ତୁ ଜାଣିବା ପ୍ରେମ ତଥା ବିବାହ ସମ୍ବନ୍ଧରେ । ପ୍ରତ୍ୟେକ ବ୍ୟକ୍ତି ର ଭାଗ୍ୟ ଅନୁସାରେ ହିଁ ତାକୁ ତା’ର ଜୀବନସାଥୀ ମିଳିଥାଏ । କିନ୍ତୁ ଏହି ମାମଲାରେ ରାଶି ମାନଙ୍କର ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦି ମିତ୍ର ରାଶି ସହିତ ବିବାହ ହୋଇଥାଏ ତେବେ ବୈବାହିକ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଯଦି ଶତ୍ରୁ ରାଶି ସହିତ ବିବାହ ହୋଇଯାଏ ତେବେ ବୈବାହିକ ଜୀବନ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ ଏବଂ ଅନେକ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ ।

ତେଣୁ ସର୍ଵଦା ନିଜର ମିତ୍ର ରାଶି ଙ୍କ ସହିତ ହିଁ ବୈବାହିକ ବନ୍ଧନ ରେ ଆବଦ୍ଧ ହେବା ଉଚିତ । ତେବେ ଏହି କ୍ଷେତ୍ରରେ ମେଷ ରାଶିର ମିତ୍ର ରାଶି ହେଉଛନ୍ତି କର୍କଟ ରାଶି, ତୁଳା ରାଶି ଏବଂ ମକର ରାଶି । ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କୁ ବିବାହ କରିବା ଦ୍ୱାରା ବୈବାହିକ ଜୀବନ ସୁଖ ଶାନ୍ତି ରେ ଅତିବାହିତ ହେବ । ଏହା ସହିତ ଏହି କ୍ଷେତ୍ରରେ ମେଷ ରାଶିର ଶତ୍ରୁ ରାଶି ହେଉଛନ୍ତି ବିଚ୍ଛା ରାଶି ଏବଂ କୁମ୍ଭ ରାଶି । ତେଣୁ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କୁ କେବେବି ବିବାହ କରନ୍ତୁ ନାହିଁ । ନଚେତ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *