ମିଛ ପ୍ରେମ କରୁଥିବା ବ୍ୟକ୍ତି ପାଖରେ ଦେଖିଆବାକୁ ମିଳେ ଏହି 5ଟି ଲକ୍ଷଣ, ରୁହନ୍ତୁ ସାବଧାନ!

ଦୁନିଆରେ ପ୍ରେମ ହେଉଛି ଏମତି ଏକ ବନ୍ଧନ ଯାହା ଜୀବନରେ ଥରେ ହୋଇଥାଏ । ଏହାର ତୁଳନା କାହା ସହ କରାଯାଇ ପାରିବ ନାହି । ପ୍ରେମ ରେ ଥରେ ଯିଏ ବାନ୍ଧି ହୋଇଯାଏ ସେ ସାରା ଜୀବନ ନିଜ ସାଥିର ଭଲ ଚିନ୍ତା କରିଥାଏ । ଯିଏ ସଚ୍ଚା ପ୍ରେମ କରୁଥାଏ ସେ ନିଜ ସାଥୀକୁ ପାଇବା ପାଇଁ କିଛି ବି କରିବାକୁ ଆଗେଇ ଆସିଥାଏ ଯାହା ଆଜିର ସମୟରେ ଦେଖିବାକୁ ମିଳୁ ନାହି । କିନ୍ତୁ ଏମିତି କିଛି ସଚ୍ଚା ପ୍ରେମୀ ଯୁଗଳ ଅଛନ୍ତି ଯେଉଁ ଏମାନେ ନିଜ ପ୍ରେମକୁ ବିବାହର ନାମ ଦେଇଥାନ୍ତି । ତେବେ ଆଜି ଆମେ ଆପାନଙ୍କୁ ମିଛ ପ୍ରେମ କରୁଥିବା ଲୋକଙ୍କର କିଛି ଗୁଣ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଯଦି ଆପଣଙ୍କୁ କେହି ମିଛ ପ୍ରେମ କରୁଥିବ ତେବେ ତା ପାଖରେ ଏହି ୫ଟି ଗୁଣ ରହିଥିବ । ଏହି ଗୁଣ ଥିଲେ ଆପଣ ଜାଣି ପାରିବେ ସେହି ବ୍ୟକ୍ତି ଜଣକ ଆପଣଙ୍କୁ ମିଛ ପ୍ରେମ କରୁଛନ୍ତି । ପ୍ରଥମ ଟି ହେଉଛି – ୧- ତା ପାଖରେ ଆପଣଙ୍କୁ ନେଇ କିଛି ଭବିଷ୍ୟତ ପାଇଁ ଯୋଜନା ନ ଥିବ ।

ଏମିତିକି ସେ ତୁମକୁ ମ୍ୟାରେଜ ମଧ୍ୟ କରିବା କଥା କହିବ ନାହି । ସେ ଆପଣଙ୍କ ସହ କେମିତି ସମୟ ବ୍ଯତୀତ କରିବ ତାହା କହିବେ ନାହି । ଆପଣ ଯେତେ ଏହି କଥା ତାଙ୍କୁ କହିବେ ସେ ଆପଣଙ୍କର ଏହି କଥା କୁ ବୁଲାଇ ଦେବେ । ଆଉ ଅନ୍ୟ କିଛି କଥା କହିବେ ଯାହା ଦ୍ଵାରା ଜଣା ଅପଡିବ ସେ ଆପଣଙ୍କ ସହ ଟାଇମ ପାସ କରୁଛନ୍ତି ।

୨- ଯେବେ ବି ଆପଣ ତା ସହ କଥା ହେବେ ସେ କେବଳ ଶାରୀରିକ ସମ୍ପର୍କ ବିଷୟରେ ହିଁ ଆପଣଙ୍କ ସହ କଥା ହେବ । ତାର ଅଧିକ ସମୟ ଏହି ବିଷୟରେ ଉପରେ ଅଧିକ ଫୋକସ ରହିବ ।

୩- ମିଛ ପ୍ରେମ କରୁଥିବା ବ୍ୟକ୍ତି ଙ୍କ ପାଖରେ ନିଜ ସାଥି ଙ୍କୁ ନେଇ କୌଣସି ସିରିଏସନେସ ନ ଥିବ । ଦୁହିଙ୍କ ଭିତରେ କୌଣସି କଥାକୁ ନେଇ ଠିକ ବୁଝାମଣା ନ ଥିବା । ଏହାର ଅର୍ଥ ହେଉଛି ଆପଣ କିଛି ବି କଥା କହିଥିବେ କିନ୍ତୁ ସେ ତାହାକୁ ସିରିଏସ ଭାବେ ନ ନେଇ ଲାଇକଲି ନେଉଥିବେ । ସେ ଆପଣଙ୍କ କଥା କେବେ ବି ବୁଝି ପାରିବେନି ।

୪- ଏଭଳି ପ୍ରେମ ସବୁବେଳେ କଣ୍ଡିସନ ରଖିବା ଭଳି ପ୍ରେମ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ପ୍ରେମ ଗୋଟେ ସର୍ତ୍ତ ଆଧାର ରେ ନିର୍ଭର କରୁଥିବ । ଯଦି ସେ ଆପଣଙ୍କୁ କିଛି କହିବେ ଆଉ ଆପଣ ନ କରିବେ ତେବେ ସମ୍ପର୍କ ଶେଷ ହେବ ବୋଲି ସେ ଆପଣଙ୍କୁ କହିବେ । ଯଦି ଆପଣ ତା କଥାରେ ନ ରାଜି ହେବେ ତେବେ ସେ ସବୁ ଦିନ ପାଇଁ ସମ୍ପର୍କ ଶେଷ କରିବାକୁ କହିବେ ।

୫- ସେ ସବୁବେଳେ ତୁମକୁ ବଦଳିବାକୁ ଚାହିଁବ ଓ ସେ ତୁମକୁ ତାର ନିୟନ୍ତ୍ରଣ ରେ ରଖିବାକୁ ଇଚ୍ଛା କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *