ହସ୍ପିଟଲ ନାଁରେ ସାଂଘାତିକ ଅଭୋଯୋଗ ଆଣିଲେ ଏହି ବ୍ୟକ୍ତି, କହିଲେ ମୋ ମା’କୁ ଦେଇଦେଲେ ଭୁଲ ଇଞ୍ଜେକ୍ସନ… ଆଉ ତା ପରେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆକାଶ ରାଓ ନାମକ ଜଣେ ଯୁବକ ନିଜ ମାଙ୍କ ଚିକିତ୍ସା ହୋଇଥିବା ଅବହେଳାର କାରଣ ଦର୍ଶାଇଛନ୍ତି । ଆକାଶ କହିଛନ୍ତି କିଛି ଦିନ ତଳେ ତାଙ୍କ ମା ଙ୍କୁ ଜ୍ଵର ଥଣ୍ଡା ହୋଇଥିଲା । ଜ୍ଵର ଅଧିକ ହେବାରୁ ସେ ତାଙ୍କ ମା ଙ୍କୁ ମେଡିକାଲ ଆଣିଥିଲେ ଆଉ ଟେଷ୍ଟ ପରେ ଜାଣ ପଡିଲା ନିମୋନିଆ ହୋଇଛି । ଏହା ପରେ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ ଆଉ ତାଙ୍କ ମା ଙ୍କର ନିମୋନିଆ ଭଲ ହୋଇ ଯାଇଥିଲା । ଏହା ପରେ ସେମାନେ ଆଉ ଥରେ ଟେଷ୍ଟ କରିଥିଲେ ଆଉ ରିପୋର୍ଟରେ ବାହାରିଥିଲା ECG କରିବା ପରେ ଜଣା ପଡିଲା ତାଙ୍କ ମା ଙ୍କର ଲଙ୍ଗସ କୁ ପାଣି ଜମା ହୋଇଛି ।

ଡାକ୍ତର କହିଥିଲେ ୬ ମାସ ମେଡ଼ିସିନ ରେଗୁଲାର କରିଲେ ଭଲ ହୋଇଯିବ । କିନ୍ତୁ ଗତ କାଲି ଆକାଶ ଙ୍କ ମା ଯେଉଁ ମେଡିକାଲରେ ଚିକିସିତ ହେଉଥିଲେ ସେଠିକାର ନର୍ସ ୨୧ ନମ୍ବର ବେଡର ଇଂଜେକସନ ଆଣି ୨୨ ନମ୍ବର ବେଡ ରେ ଦେଇ ଦେଲେ । ୨୨ ନମ୍ବର ବେଡ ହେଉଛି ଆକାଶ ଙ୍କ ମାଙ୍କର ବୋଲି ସେ କହିଛନ୍ତି । ଏ ଯାଏଁ ଆକାଶ ଜାଣି ପାରିଲେ ନାହି ତାଙ୍କ ମା ଙ୍କୁ କେଉଁ ଇଂଜେକସନ ଦିଆ ଯାଇଛି । ଏ ବିଷୟରେ ଡାକ୍ତରଙ୍କୁ ଆକାଶ ପଚାରିଥିଲେ କିନ୍ତୁ ଡାକ୍ତର ମିଛ କହିଥିଲେ ସେଟା ଗ୍ଯାସ ଇଞ୍ଜେକ୍ସନ ଯାହା ତାଙ୍କ ମା ଙ୍କୁ ଦିଆ ଯାଇଥିଲା ।

ତେବେ ଆକାଶ ଏହଭଳି ଘଟଣା କୁ ନେଇ କହିଛନ୍ତି ଆମେ ଡାକ୍ତର ଙ୍କୁ ଭଗବାନ ମନେ କରୁଛୁ ଯିଏ ରୋଗୀଙ୍କର ଜୀବନ ବଞ୍ଚାଇଥାନ୍ତି । ତେଣୁ ଏଭଳି ଭୁଲ ଆଉ ଆଗାମୀ ସମୟରେ ଯେପରି ନ ହେଉ । ଯେମିତି ଅନ୍ୟ ଜଣଙ୍କ ଇଂଜେକସନ ଆଣି ତାଙ୍କ ମା ଙ୍କୁ ଦିଆ ଯାଇଛି ଏଭଳି ଭୁଲ ଆଉ ମେଡିକାଲ ରେ ନ ହେଉ । ଆଗକୁ ଆକାଶ କହିଛନ୍ତି ଡାକ୍ତର ମାନେ ଆମକୁ ସତ କଥା କୁହନ୍ତୁ ମିଛ କହି କଣ ଲାଭ ପାଇବେ ? ଆକାଶଙ୍କର ମା ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି । ତାଙ୍କ ଆମ ଙ୍କୁ ORS ଦେବା ସହ ନରମାଲ ମେଡ଼ିସିନ ଦିଆ ଯାଇଛି ।

ଶେଷରେ ଆକାଶ କହିଛନ୍ତି ନିଜ ଭୁଲ ନିଜେ ମାନନ୍ତୁ ଆଉ ଏପରି ଭୁଲ ଯେମିତି ଆଉ ନ ହେଉ । ବର୍ତ୍ତମାନ ତାଙ୍କ ମା ଙ୍କୁ ନେଇ ଭିତରକୁ ଯାଇଛନ୍ତି ଡାକ୍ତର ଆସିଲା ପରେ ଜଣା ପଡିବ କଣ ଘଟଣା ଘଟିଛି । ଡାକ୍ତରଙ୍କୁ ଇଞ୍ଜେକ୍ସନ ବିଷୟରେ ପଚାରିବା ବେଳକୁ ସେ କହୁଛନ୍ତି ଆମେ ଅନ୍ୟ ଡାକ୍ତର ଙ୍କ ସହ ଆଲୋଚନା କରି କହିବୁ ସେହି ସମୟରେ ନର୍ସ ବାହାରେ ଅଛନ୍ତି ।

ଏମିତିକି ଇଂଜେକସନ ଦେଇଥିବା ନର୍ସ ଯାଇକି ୱାସ ରୁମ ଭିତରେ ଲୁଚି ଯାଇଥିଲା ବୋଲି ଆକାଶ ଅଭିଯୋଗ କରିଛନ୍ତି । ଏ ଯାଏଁ ମେଡ଼ିସିନ ନାଁ କହି ନାହାନ୍ତି ଅନେକ ସମୟ ପରେ ଯାଇ କହିଲେ । ତେବେ ନର୍ସ ଭୁଲରେ ଇଂଜେକସନ ଦେବାର ଅଭିଯୋଗ କରିଛନ୍ତି ଆକାଶ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *