ମୋବାଇଲ ଫାଟିଲା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ, ହୋଇଯାନ୍ତୁ ସାବଧାନ

ଆଜିକା ସମୟରେ ମୋବାଇଲ ଫୋନ ମଣିଷ ଜୀବନ ର ବହୁତ ଖାସ ଅଂସ ପାଲଟିଯାଇଛି, ବର୍ତମାନ ସମୟରେ ମୋବାଇଲ ବିନା ରହିବା ପ୍ରାୟତଃ ଅସମ୍ଭବ ଅଟେ ଯେମିତି ସବୁ ଜିନିଷ ର ଖରାପ ଏବଂ ଭଲ ଗୁଣ ରହିଛି ଠିକ ସେମିତି ମୋବାଇଲ ର ମଧ୍ୟ ଭଲ ଏବଂ ଖରାପ ଗୁଣ ଅଟେ, ତେବେ ମୋବାଇଲ ଦ୍ଵାରା ଅନେକ ଦୂରଘଟଣା ମଧ୍ୟ ହୋଇଥିବାର ଆପଣ ଦେଖିଥିବେ ବା ଶୁଣିଥିବେ, ତେବେ ମୋବାଇଲ ମଣିଷ ଜୀବନ ପାଇଁ ଗୋଟେ ଅଭିଶାପ ମଧ୍ୟ ଅଟେ । ତେବେ କଣ ଗୋଟେ ମୋବାଇଲ ଗୋଟେ ଦିନ ଫାଟିବାଟା ସୁନିଶ୍ଚିତ ଆପଣ କଣ ଭାବନ୍ତି ?

Image Courtesy: Google

ତେବେ ମୋବାଇଲ ଫାଟିବା ଆଗରୁ କିଛି ନିର୍ଦ୍ଧିଷ୍ଟ ସଂକେତ ମଧ୍ୟ ଦେଖାଇଥାଏ, ମୋବାଇଲ ଫାଟିବା ସଂକେତ ଉପରେ ଆସନ୍ତୁ ବିସ୍ତାର ସହ ଜାଣିବା ।

୧. ଲିଥିୟମ ଆୟନରେ ନିର୍ମିତ ବ୍ଯାଟେରୀ ଚାର୍ଜ କରିବା ସମୟରେ ଗରମ ହୋଇଯାଇଥାଏ । ଏଥିସହ ଏହାକୁ ଅଧିକ ବ୍ୟବହାର କରିବା ଦ୍ଵାରା ମଧ୍ୟ ଏହା ଗରମ ହୋଇଥାଏ । ଏଣୁ ଯେତେବେଳେ ମୋବାଇଲ ବ୍ୟବହାର ବା ଚାର୍ଜ କରିବା ସମୟରେ ମୋବାଇଲ ଗରମ ହେଉଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ, ଅଥବା ଏହା ଫାଟିବାର ସମ୍ଭାବନା ରହିଥାଏ ।

Image Courtesy: Google

 

 

୨. ଯଦି ଆପଣଙ୍କ ମୋବାଇଲର ବ୍ଯାଟେରୀ ଫୁଲି ଯାଇଛି ତେବେ ଏହା କେତେବେଳେ ମଧ୍ୟ ଫାଟିବାର ସମ୍ଭାବନା ରହିଥାଏ । ଏଣୁ ତୁରନ୍ତ ଆପଣ ଆପଣଙ୍କର ଫୁଲିଥିବା ମୋବାଇଲ ବ୍ୟାଟେରୀକୁ ଯେତେ ଶୀଘ୍ର ହେବ ବଦଳାନ୍ତୁ ।

୩. ମୋବାଇଲ ଫାଟିବାକୀ ନାହିଁ ପରୀକ୍ଷା କରିବା ପାଇଁ ଗୋଟିଏ ଟେବୁଲ ଉପରେ ମୋବାଇଲର ବ୍ଯାଟେରୀକୁ ବାହାର କରି ଘୂରାନ୍ତୁ । ଯଦି ତାହ ଘୂରୁଛି ଏହା ଅର୍ଥ ବ୍ଯାଟେରୀ ଫୁଲି ଯାଇଛି, ଏହି ସମୟରେ ତୁରନ୍ତ ଏହାକୁ ବଦଳାନ୍ତୁ ଅଥବା ଏହା ଫାଟିବାର ସମ୍ଭାବନା ରହିଛି ।

Image Courtesy: Google

୪. ବର୍ତମାନ ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ ରହିଛି ଯାହାର ବ୍ଯାଟେରୀ ବାହାର କରା ଯାଇ ପାରିବ ନାହିଁ, ସେ କ୍ଷେତ୍ରରେ ଆପଣଙ୍କୁ ଧ୍ୟାନ ରଖିବା ହବାକୁ ଯେ ମୋବାଇଲ ଚାର୍ଜ କରିବା ସମୟରେ ଯଦି ଉଭୟ ଚାର୍ଜର ଓ ମୋବାଇଲ ତାଟୁଛି ତୁରନ୍ତ ଚାର୍ଜଜିଙ୍ଗ ପଏଣ୍ଟ ବନ୍ଦ କରନ୍ତୁ ଓ ଫୋନ ଦୋକାନରେ ଦେଖାନ୍ତୁ ।

୫. କମ ତାପମାତ୍ରାରେ ମୋବାଇଲ ଫୋନ ଚାର୍ଜ କଲେ ମୋବାଇଲର ବ୍ଯାଟେରୀ ଫାଟିବାର ଅଧିକ ସମ୍ଭାବନା ରହିଥାଏ, ଲିଥିୟମ ଆୟନ ବ୍ୟାଟେରୀକୁ ଅଧିକ ଥଣ୍ଡା ଥିବା ସ୍ଥାନରେ ଚାର୍ଜ କରିବା ଭୟଙ୍କର ହୋଇଥାଏ ।

୬. ଚାର୍ଜିଙ୍ଗ କରୁଥିବା ସମୟରେ ମୋବାଇଲ ବ୍ୟବହାର କଲେ ବ୍ଯାଟେରୀ ଫାଟିବାର ଅଧିକ ସମ୍ଭାବନା ରହିଥାଏ, ଏହା କରିବା ଦ୍ଵାରା ମୋବାଇଲରେ ମଦରବୋର୍ଡରେ ପ୍ରଭାବ ପଡିଥାଏ, ଏଣୁ ମୋବାଇଲ ଫାଟିବାର ଅଧିକ ସମ୍ଭାବନା ରହିଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *