‘ମୋର ନହେଲେ ଆଉ କାହାର ବି ହେବାକୁ ଦେବିନି’- ପ୍ରେମିକା କଲା ପ୍ରେମିକର ହତ୍ୟା

ଫତେହପୁର ସୀକରୀ ରେ କାରୱାଂ ସରାୟ ସ୍ମାରକ ପାଖରେ 29 ସେପ୍ଟେମ୍ବରରେ ହୋଇଥିବା ଏହି ଯୁବକଙ୍କ ହତ୍ୟା ର ପର୍ଦାଫାଶ କରି ପୋଲିସ ଆରୋପି ମହିଳା ଓ ତାଙ୍କ ପାଞ୍ଛୋଟି ସହକାରୀମାନଙ୍କୁ ଜେଲ ରେ ରଖିଛି । ପୋଲିସ ଅନୁସାରେ ଅବୈଧ ସମ୍ବନ୍ଧ ରେ ମହିଳା ଏହି ହତ୍ୟା କରାଇ ଛନ୍ତି । କାରୱାଂ ସରାୟ ସ୍ମାରକ ପାଖରେ ୩୦ସେପ୍ଟେମ୍ବର କୁ ଜଣେ ଯୁବକଙ୍କ ଶବ ମିଳିଲା, ହତ୍ୟା କରି ଏହି ଶବକୁ ଫୋପାଡି ଦିଆ ଯାଇଥିଲା ।

ଶବ ନାଁ ବାଣ୍ଟି ଓ ଭଲ ନାଁ ଅଫଜଲ ଓ ତାଙ୍କ ପିତାଙ୍କ ନାଁ ଅଶଗର ଅଲି ଅଟେ ଏହି ଯୁବକ ପଞ୍ଜାବର ମୁକ୍ତେସର ବଣ୍ଠିଡା ନିବାସୀ ଥିଲେ । ତଦନ୍ତ ଅନୁଯାଇ ଜଣା ପଡିଲା ଯେ ଯୁବକଙ୍କ ସମ୍ବନ୍ଧ ପଡୋଶୀ ରେ ରହୁଥିବା ରାଜରାଣି ସହ ଥିଲା ଯିଏ ନଥୁ ସିଂହ ର ସ୍ତ୍ରୀ ଅଟନ୍ତି । ରାଜରାଣି ଅଫଜଲ ସହ ରହିବା ପାଇଁ ଚାହୁଁଥିଲେ, କିନ୍ତୁ କିଛି ବର୍ଷ ତଳେ ଅଫଜଲ ବିବାହ କରି ନେଲେ ଯାହା କାରଣରୁ ରାଜରାଣି ଅଫଜଲ ଠାରୁ ବଦଲା ନବା ପାଇଁ ଚାହୁଁଥିଲେ ।

ନିଶା ବଟିକା ମିଶାଇ ପିଆଇଲେ ମଦ :

ରାଜରାଣି ମଜଦୁର କାମ କରୁଥିବା ଆଗ୍ରା ଓ ସିକରି ଲୋକଙ୍କ ସହ ମିଶି ୨୯ସେପ୍ଟେମ୍ବର କୁ ଅଫଜଲ କୁ ବାହାନା କରି ସିକରି ଡାକିଲେ ଓ ମଦରେ ନିଶା ବଟିକା ମିଶାଇ ପିଆଇ ଦେଲେ, ଅଚେତ ହେଲା ପରେ ଅଫଜଲର ବେକ କାଟି ହତ୍ୟା କରି ଦେଲେ ।

ଲୋକ ଶବକୁ ଚିହ୍ନି ନ ପାରନ୍ତୁ ବୋଲି ପଥରରେ ଛେଚି ଚେହେରା ଖରାପ କରି ଦେଲେ । ଏହି ଘଟଣା ପାଇଁ ରାଜରାଣି ନଥୁରାମ ସ୍ତ୍ରୀ, ଇକବାଲ ଏବଂ ଇସରାର ଵସଲୁଦିନ ନିବାସୀ ଆଜମଗଡ, ରଫିକ ମୁସ୍ତଫା ଆଗ୍ରା ନିବାସୀ ଓ କାଶିମ ପୁତ୍ର ଶିରାଜୁଦିନ ନିବାସୀ ଏହି ଲୋକଙ୍କୁ ଯୁବକଙ୍କ ହତ୍ୟା ପାଇଁ ଗିରଫତାର କରାଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *