୧୪ ବର୍ଷର ପୁଅକୁ ପୋଲିସ ହାତରେ ଦେଲା ମା, ପୁଅ ରାତି ଅଧରେ କରୁଥିଲା ଏମିତି କିଛି, ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

ବାଲ୍ୟକାଳ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ଶିଖିଥିବା ସମସ୍ତ କଥା ଜଣଙ୍କୁ ଏକ ଭଲ ମଣିଷ କରି ତିଆରି କରିଥାଏ । ଏହି ସମୟରେ ସମସ୍ତେ କିଛି ନା କିଛି ବଦମାସି କରିଥାନ୍ତି । ଏହାକୁ ସମସ୍ତେ ନଜର ଅନ୍ଦାଜ କରିଦେଉଥିଲେ ବି ବେଳେବେଳେ ଏହାକୁ ସୁଧାରିବା ବଡ଼ ମାନଙ୍କର କର୍ତ୍ତବ୍ୟ ହୋଇଥାଏ । ତେବେ ଏହି ଭଳି ଏକ ମା’ ନିଜ ସନ୍ତାନର ଭୁଲ କୁ ନ ଘୋଡାଇ ସେ ଭୁଲ କିପରି ସେ କିମ୍ବା କୌଣସି ଅନ୍ୟ ପିଲା ସେହିପରି ଭୁଲ ନ କରନ୍ତି ସେଥିଲାଗି ନିଜ ସନ୍ତାନ ବିରୋଧରେ ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି ।

ସେ ନିଜ ୧୪ ବର୍ଷୀୟ ପୁଅକୁ ପୋଲିସରେ ଧରାଇ ଦେଇଛନ୍ତି ।  ଏହି ଘଟଣାଟି ଆମେରିକାରେ ଘଟିଛି । ଜଣେ ମହିଳା ନିଜ ପୁଅର କୁକର୍ମ ପାଇଁ ତାକୁ ଏକ ଉଚିତ ଶିକ୍ଷା ଦେଇଛନ୍ତି ।

ସେପ୍ଟେମ୍ବର ୨୭ ତାରିଖରେ ସେ ନିଜ ଛୋଟ ପୁଅକୁ ଶୁଆଉଥିବା ବେଳେ ନିଜ ବଡ଼ ପୁଅ ଏବଂ ତାଙ୍କର ଜଣେ ସମ୍ପର୍କୀୟଙ୍କର ଝିଅ ଉପର ଘରେ କଣ କରୁଛନ୍ତି ବୋଲି ଭାବିଲେ । ପୁଅକୁ ଶୁଆଇ ସାରିବା ପରେ ଉପର ଘରୁ କିଛି ସୋର ଶବ୍ଦ ନ ଆସିବାରୁ ସେ ଭାବିଲେ ଉଭୟ ଶୋଇ ଯାଇଛନ୍ତି ତେଣୁ ସେ ଉପର ଘରକୁ ଯାଇ ପିଲାଙ୍କୁ ଘୋଡାଇ ଦେଇ ଆସିବେ ବୋଲି ଉପର ଘରକୁ ଯାଇଥିଲେ ।

ଉପର ଘରକୁ ଯିବା ପରେ ସେ ଯାହା ଦେଖିଲେ ନିଜ ଆଖିରେ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ୧୪ ବର୍ଷୀୟ ପୁଅ ତାଙ୍କ ସମ୍ପର୍କୀୟଙ୍କ ଝିଅର ବେକରେ ଛୁରୀ ଲଗାଇ ତାକୁ ବ୍ଲକତ୍କାର କରୁଥିଲା । ଏହା ଦେଖି ସେ ତୁରନ୍ତ ପୋଲିସକୁ ଖବର କରିବା ସହ ପୁଅକୁ ଗିରଫ କରି ନେଇଯିବାକୁ କହିଥିଲେ ।

ତାଙ୍କ କହିବା ମୁତାବକ ସେ ଯଦି ଏବେ ଏହାକୁ ଲୁଚାଇ ରଖିଦେଇଥାନ୍ତେ ତେବେ ସେହି ପିଲା ବଡ଼ ହେଇ ଅନେକ ଖରାପ କାମ କରିବାକୁ ପଛେଇ ନଥାନ୍ତା ତେଣୁ ସେ ସବୁ ଅବିଭାବକ ମାନଙ୍କୁ ନିଜ ପିଲାଙ୍କ ଭୁଲକୁ ସହମତି ନ ଦେଇ ତାଙ୍କୁ ସୁଧାରିବାର ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *