ଶରୀରରେ ଥିଲେ ଏଭଳି କିଛି ଲକ୍ଷଣ, ହୋଇଥାନ୍ତି ଭାଗ୍ୟଶାଳି – ଜାଣନ୍ତୁ ସେହି ଲକ୍ଷଣ ବିଷୟରେ

ଶାରୀରିକ ବିସ୍ଲେଶଣ କରି ବ୍ୟକ୍ତିର ଚରିତ୍ରର ବ୍ୟାଖ୍ୟା କରିବା ସମୁଦ୍ରିକ ଶାସ୍ତ୍ର ଅଟେ। ଏହା ହିନ୍ଦୁଶାସ୍ତ୍ରରେ ପ୍ରଦାନ କରାଯାଇଥିବା ଏପରି ବିଦ୍ୟା ଅଟେ ଯାହାକୁ ବହୁତ ଅଧ୍ୟୟନ ପରେ ଉଜାଗର କରାଯାଇଛି । ସମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଚାଲିଚଳଣି, ରଙ୍ଗ,ତାର ଶବ୍ଦ ଆଦିରୁ ବ୍ୟକ୍ତିର ସ୍ଵଭାଵ କିପରି ହୋଇଥାଏ ତାହା ଜଣା ପଡେ।

★ ଦାନ୍ତ ଉପରେ ଦାନ୍ତ ରହିବା –

ଯେଉଁ ଲୋକମାନଙ୍କ ଦାନ୍ତ ଉପରେ ଦାନ୍ତ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ବ୍ୟବହାରରେ ଏମାନେ ସାହସୀ ଏବଂ ଫ୍ରି ମାଇଣ୍ଡର ହୋଇଥାନ୍ତି। ଯାହା କାରଣରୁ ଏମାନଙ୍କର ବହୁତ ସାଙ୍ଗ ହୋଇଥାନ୍ତି।

★ ଶରୀରରେ ଅଧିକ ବାଳ ଥିବା ବ୍ୟକ୍ତି –

ଯେଉଁ ବ୍ୟକ୍ତି ମାନଙ୍କର ଶରୀରରେ ଅଧିକ ବାଳ ଥାଏ ସେମାନେ କାମନା ବାସନା କୁ ଅଧିକ ମହତ୍ଵ ଦେଇଥାନ୍ତି। ଏହାସହ ଏମାନେ ବହୁତ ଫୁଡି ଓ ପରିଶ୍ରମି ହୋଇଥାନ୍ତି ଏବଂ ନୂଆ ନୂଆ କାମ କରିବାକୁ ବହୁତ ପସନ୍ଦ କରିଥାନ୍ତି।

★ ଛାତିରେ ଅଧିକ ବାଳ –

ଯେଉଁ ବ୍ୟକ୍ତିର ଛାତିରେ ଅଧିକ ବାଳ ଥାଏ ସେମାନେ ବହୁତ ସନ୍ତୁଷ୍ଟ ବ୍ୟକ୍ତି ହୋଇଥାନ୍ତି । ଏମାନେ ନିଜର ଜୀବନ ନିଜ ନିୟମ ଅନୁସାରେ ଚଳାନ୍ତି ।

ଏମାନଙ୍କ ପାଖରେ ଟଙ୍କାର ଅଭାବ ହୋଇନଥାଏ,ଏମାନେ ଧନୀ ହୋଇ ନଥାନ୍ତି କିନ୍ତୁ ଏମାନେ ଆବଶ୍ୟକତା ଅନୁସାରେ ପଇସାର ଉପଯୋଗ କରିଥାନ୍ତି।

★ ହାତରେ ଛଅଟି ଆଙ୍ଗୁଳି –

କେତେ ଲୋକଙ୍କ ଥାନ୍ତି ଯେଉଁମାନଙ୍କ ହାତରେ ଛଅଟି ଆଙ୍ଗୁଳି ରହିଥାଏ , ସମୁଦ୍ରିକଶାସ୍ତ୍ର ଅନୁସାରେ ଯେଉଁମାନଙ୍କର ହାତରେ ଛଅଟି ଆଙ୍ଗୁଳି ଥାଏ ସେମାନେ ବହୁତ ତେଜ ହୋଇଥାନ୍ତି ଏମାନେ ପତି କାମରେ ଫାଇଦା କଲାବାଲା ହୋଇଥାନ୍ତି ଏବଂ ଏମାନେ ବହୁତ ପରିଶ୍ରମି ଏବଂ ସଚ୍ଚୋଟ ମଧ୍ୟ ହୋଇଥାନ୍ତି।

★ ପତଳା ଜଙ୍ଘ ଥିବା ବ୍ୟକ୍ତି –

ଏହି ଲୋକମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ପଛକୁ ହଟନ୍ତି ନାହିଁ।

Leave a Reply

Your email address will not be published. Required fields are marked *