ଯେତେ ଦିନ ପୁରୁଣା ଯାଦୁ କାଛୁ କୁଣ୍ଡିଆ ହେଉ ନା କାହିଁକି, ଏହାକୁ ପାଞ୍ଚ ଦିନ ଲଗାନ୍ତୁ ସବୁ ଚାଲିଯିବ ।

ଆଜିକାଲି ର ଦୁନିଆ ରେ ପ୍ରଦୂଷଣ ର ମାତ୍ରା ଏତେ ହେଲାଣି ଯେ ଯାହାର କାରଣ ପାଇଁ ନୂତନ ରୋଗ ସବୁ ସୃଷ୍ଟି ହେଉଛି । ଯେମିତିକି ଚର୍ମ ରୋଗ । କିନ୍ତୁ ଆମେ ଏବେ ଯେ କୌଣସି ରୋଗ ହେଉଛି ତାହା ପାଇଁ ଡାକ୍ତର କିମ୍ବା ମେଡ଼ିସିନ ଦୋକାନ ରୁ ମେଡ଼ିସିନ ଖାଇ ଦଉଛୁ । କିନ୍ତୁ ତାହା ସମ୍ପୂର୍ଣ୍ଣ ରୂପେ ଭୁଲ । ପ୍ରଥମେ ଆମେ ଯେକୌଣସି ରୋଗ ପାଇଁ ପ୍ରାଥମିକ ଚିକିତ୍ସା କରିବା ଉଚିତ । ବର୍ତ୍ତମାନର ପରିବେଶ ବହୁତ ପ୍ରଦୂଷିତ ।

ଏଥିରେ ଚର୍ମ ରୋଗ ହେବା ସାଧାରଣ କଥା । ଯେମିତିକି କାଛୁ କି କୁଣ୍ଡିଆ । ଏହା ବହୁତ କଷ୍ଟ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏକ ଆୟୁର୍ବେଦ ର ଘରୋଇ ଉପଚାର ଯାହାକି କାଛୁ କୁଣ୍ଡିଆ କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବେ ।

ପ୍ରଥମେ ଗୋଟେ ପାତ୍ର ରେ କିଛି ଜୁଆଣି ନିଅନ୍ତୁ ଏଥିରେ କିଛି ପାଣି ମିଶାନ୍ତୁ । ଏହାକୁ ଭଲ ଭାବେ ଫେଣ୍ଟି କିଛି ସମୟ ରଖି ଦିଅନ୍ତୁ । ଏହି ମିଶ୍ରଣ ରେ କିଛି ବୁନ୍ଦା ଲେମ୍ବୁ ଚିପୁଡନ୍ତୁ । କାରଣ ଲେମ୍ବୁ ରେ ସାଇଟ୍ରିକ ଏସିଡ ଥାଏ । ତେଣୁ ଏହା କୁଣ୍ଡିଆ କୁ ଭଲ କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାଏ । କିଛି ସମୟ ଏହି ମିଶ୍ରଣ କୁ ରଖି ଦିଅନ୍ତୁ ।

ଏହାପରେ ଗୋଟେ ତୁଳା ରେ ଏହି ତରଳ ମିଶ୍ରଣ କୁ ନେଇ କୁଣ୍ଡିଆ ହୋଇଥିବା ଜାଗାରେ ଲଗାନ୍ତୁ । କିଛି ସମୟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାକୁ ଦିନକୁ ଦୁଇ ଥର କରନ୍ତୁ । ଲଗାତାର ପାଞ୍ଚ ଦିନ ଏମିତି କରନ୍ତୁ ଦେଖିବେ ଫରକ ନିଜେ ଦେଖି ପାରିବେ । ଆପଣଙ୍କ କୁଣ୍ଡିଆ ଆସ୍ତେ ଆସ୍ତେ ଭଲ ହୋଇଯିବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *