ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଇଥାଏ ? ଜାଣନ୍ତୁ ଏହାର ରହସ୍ୟ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ କହିବୁ ମୃତ୍ୟୁ ପରେ ଅପଣାଙ୍କ ଆତ୍ମା କେଉଁଠିକୁ ଯାଏ । ଆପଣ ମାନେ ତ ବହୁତ କଥା ଶୁଣିଥିବେ ମୃତ୍ୟୁ ପରେ ଆତ୍ମା ସହ କଣ ସବୁ ହୁଏ , ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଦୁନିଆର ପ୍ରତ୍ୟକ ମଣିଷ ସବୁବେଳେ ଏହି କଥା ଭାବେ କି ଜୀବନ ଓ ମୃତ୍ୟୁର ରହସ୍ୟ କଣ ଅଟେ ? ଆମେ ମଲା ପରେ ଆମ ସହ କଣ ହେବ ? ଏମିତି ଅନେକ କିଛି ।

Image Courtesy: Google

ମୃତ୍ୟୁ ବିଷୟରେ ସାରା ଦୁନିଆରେ ଅଲଗା ଅଲଗା କଥା ଓ ମାନ୍ୟତା ପ୍ରଚଳିତ ଅଛି । ଏହି ସବୁ ଧାରଣାରୁ  ଅଧିକାଂଶ ମନଗଢା କାହାଣୀ ଓ ମିଛ ହୋଇଥାଏ ।  କିନ୍ତୁ ଦୁନିଆରେ ଜନ୍ମ ନେଇଥିବା କିଛି ସିଦ୍ଧ ଯୋଗୀ ବା ସାଧକ ମାନଙ୍କ ଅନୁସାରେ କାଳ ପରି ଜୀବନ ମଧ୍ୟ ଅସିମ ଏବଂ ଅନନ୍ତ ଅଟେ । ଜୀବନର ନା ତ କେବେ ପ୍ରାରମ୍ଭ ହୋଇଥାଏ ନା ତ ଅନ୍ତ । ତେବେ ଲୋକ ମାନେ ଯାହାକୁ ମୃତ୍ୟୁ କୁହନ୍ତି ସେ କେବଳ ସେହି ଶରୀରର ଅନ୍ତ ଅଟେ । ଯିଏ ପ୍ରକୃତିର ପାଞ୍ଚଟି ତତ୍ଵ । ଯାହା ହେଲା ପୃଥିବୀ, ବାୟୁ, ଅଗ୍ନି, ଜଳ ଏବଂ ଆକାଶ ।

Image Courtesy: Google

ଏମିତି ମାନ୍ୟତା ଅଛି ଯିଏ ଜନ୍ମ ନେଇଛି ସିଏ ଦିନେ ନା ଦିନେ ନିଜର ପ୍ରାଣ ତ୍ୟାଗ କରିଥାଏ । ଏବେ ପର୍ଯ୍ୟନ୍ତ ଏହା କେହି ଯାନୀ ନାହାନ୍ତି କି ବାସ୍ତବରେ ମୃତ୍ୟୁ ପରେ କଣ ଏମିତି ଏକ ଦୁନିଆ ଅଛି ଯେଉଁଠି ଆତ୍ମାକୁ ସଂରୁହିତ କରି ରକ୍ଷା ଯାଇଥାଏ । ଯଦି ନାହିଁ ତେବେ ମୃତ୍ୟୁ ପରେ ଆତ୍ମା କେଉଁଠିକୁ ଯାଇଥାଏ । ଗୀତା ରେ ଶ୍ରୀ କୃଷ୍ଣ କହିଛନ୍ତି ଆତ୍ମାର କେବେ ଅନ୍ତ ନାହିଁ । ସେ କେବଳ ଶରୀର ରୂପୀ ବସ୍ତ୍ର କୁ ତ୍ୟାଗ ଅକରିଥାଏ । ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଦୁଇଟି ଯମଦୂତ ନେବାକୁ ଆସିଥାଏ । ମାନବ ନିଜ ଜୀବନରେ ଯାହା କର୍ମ କରିଥାଏ ଜାମ ଦୁତ ସେହି କର୍ମ ଅନୁସାରେ ନିଜ ସହ ନେଇଥାନ୍ତି ।

Image Courtesy: Google

ଯଦି ମାରିବା ଲୋକ ଏକ ଭଲ ଲୋକ ବା ପୂଣ୍ୟ ଆତ୍ମା ହୋଇଥାଏ ତେବେ ତାର ପ୍ରାଣ ବାହାରିଲା ବେଳେ ତାକୁ କିଛି କଷ୍ଟ ହୋଇନଥାଏ ।  କିନ୍ତୁ ଯଦି ସେ ଦୁରାଚାରୀ ବା ପାପୀ ହୋଇଥାଏ ତେବେ ତାକୁ କଷ୍ଟ ସହିବାକୁ ପଡିଥାଏ । ସେଥିରେ ଆହୁରି ମଧ୍ୟ ଲେଖା ଅଛି ଯେ ମୃତ୍ୟୁ ପରେ ଆତ୍ମାକୁ ଯମଦୂତ କେବଳ ୨୪ ଘଣ୍ଟା ପାଇଁ ହିଁ ନେଇ ଥାନ୍ତି । ଏବଂ ଏହି ୨୪ ଘଣ୍ଟା ଭିତରେ ତାକୁ ଦେଖାଯାଏ ଯେ ସେ ତା ଜୀବନରେ କଣ ସବୁ କାର୍ଯ୍ୟ କରିଛି । ଏହା ପରେ ପୁଣି ତାକୁ ସେହି ସ୍ଥାନରେ ଛାଡି ଦିଆ ଯାଏ ଯେଉଁଠି ସେ ଦେହ ତ୍ୟାଗ କରିଥିଲା ।

Image Courtesy: Google

୧୩ ଦିନ ପରେ ସେ ପୁଣି ଯମ ଲୋକକୁ ଫେରି ଯାଏ । ମୃତ୍ୟୁ ପରେ ତାର କର୍ମ ଅନୁସାରେ ତିନୋଟି ମାର୍ଗ ତାକୁ ମିଳେ । ଅର୍ଚି ମାର୍ଗ, ଧୂମମାର୍ଗ ଓ ଉତ୍ପତି ବିନସ ମାର୍ଗ । ଅର୍ଚ୍ଚି ମାର୍ଗ  ଦେବଲୋକକୁ ଯାଏ, ଧୂମମାର୍ଗ ପିତୃଲୋକକୁ ଯାଏ ଏବଂ ଉତ୍ପତି ବୀନସ ମାର୍ଗ ଯମ ଲୋକକୁ ଯାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *