ମୁହଁରେ କଳାଜାଇ ର ଅର୍ଥ କ’ଣ ? ଏହା ଶୁଭ ଓ ଅଶୁଭ କି ପ୍ରକାର ସଙ୍କେତ ଦେଇଥାଏ…? black mole

ବନ୍ଧୁଗଣ ଅନେକଙ୍କ ମୁହଁରେ ଅନେକ ସାରା କଳାଜାଇ ରହିଥିବାର ଆପଣ ମାନେ ଦେଖିବାକୁ ପାଇଥିବେ । ତେବେ ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ମୁହଁରେ କଳାଜାଇ ରହିବାର ପ୍ରକୃତ ଅର୍ଥ କଣ ତାହା ଚାଲନ୍ତୁ ଜାଣିବା । ଶାସ୍ତ୍ର ଅନୁଯାଇ ମୁହଁରେ କଳାଜାଇ ରହିବାର ଏକ ଅଲଗା ହିଁ ମହତ୍ଵ ରହିଥାଏ। 1- ଯେଉଁ ମାନଙ୍କର ମୁହଁର କପାଳର ଡାହାଣ ପାଖରେ କଳାଜାଇ ରହିଥାଏ । ତାଙ୍କର କେବେବି ଧନର ଅଭାବ ହୋଇନଥାଏ । ଏଥିସହ ଧନ ସର୍ବଦା ବୃଦ୍ଧି ପାଇଥାଏ ।

କଳାଜାଇଟି କପାଳର ମଧ୍ୟ ଭାଗରେ ରହିଥିଲେ । ଏହି ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇବା ସହ ତାଙ୍କର ମନ ସଂପୂର୍ଣ୍ଣ ଭାବେ ନିର୍ମଳ ସ୍ଵଭାବର ହୋଇଥାନ୍ତି । କପାଳର ବାମ ପଟେ କଳାଜାଇ ରହିଥିଲେ । ଅଯଥା ଖର୍ଚର ଚିହ୍ନ ବୋଲି ବିଚାର କରାଯାଇଥାଏ ।

2- ଯେଉଁ ମାନଙ୍କ ଆଖିରେ କଳାଜାଇ ରହିଥାଏ । ସେମାନେ ଉଚ୍ଚ ବିଚାର ସମର୍ଣ୍ଣ ହୋଇଥାନ୍ତି । ଏମାନେ ସାମାନ୍ୟ ଭାବ ପ୍ରବଣ ସ୍ଵଭାବ ର ହୋଇଥାନ୍ତି । ଏମାନେ ଅନ୍ୟର ଭଲ ଚିନ୍ତା କରିବା ଅସହ ନିଜେ ମଧ୍ୟ ସୁଖରେ ରହିଥାନ୍ତି । 4- ନାକର ଅଗ୍ର ଭାଗରେ କଳାଜାଇ ରହିଥିଲେ । ସେମାନେ ନିଜର ଜୀବନର ଲକ୍ଷ ପୂରଣ କରିବା ଦିଗରେ ସର୍ବଦା କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି । ଏମାନେ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି ।

ନାକର ତଳ ଭାଗରେ କଳାଜାଇ ରହିଥିଲେ । ସେମାନେ ଅଧିକ ବିଳାସବ୍ୟସନ ପ୍ରିୟ ହୋଇଥାନ୍ତି । ନାକର ଡାହାଣ ପଟରେ କଳାଜାଇ ଥିଲେ । ଜୀବନ ସୁଖମୟ ହୋଇଥିବା ବେଳେ ନାକର ବାମ ପଟରେ କଳାଜାଇ ଥିବା ଦ୍ଵାରା ଜୀବନ ସଂଘର୍ଷପୂର୍ଣ୍ଣ ହୋଇଥାଏ ।

5- ଯେଉଁ ମାନଙ୍କ ଉପର ଓଠର ଡାହାଣ ପଟରେ କଳାଜାଇ ରହିଥାଏ । ସେମାନଙ୍କୁ ସାରା ଜୀବନ ଜୀବନସାଥିର ଭଲ ପାଇବା ମିଳିଥାଏ । ହେଲେ ଉପର ଓଠର ବାମ ଭାଗରେ ଥିବା କଳାଜାଇ ଜୀବନ ସାଥି ସହ ଅନେକ ସମୟରେ ବିବାଦ ହେବାର ଦର୍ଶାଅ ଥାଏ । ଓଠର ତଳ ଭାଗର ଡାହାଣ ପଟେ କଳାଜାଇ ରହିଥିଲେ । ଏମାନେ ଲାଇଫରେ ବହୁତ ମାନ ସମ୍ମାନ ପାଇପାରିଥାନ୍ତି ।

ତଳ ଓଠର ବାମ ଭାଗରେ କଳାଜାଇ ରହିଥିଲେ । ଏମାନଙ୍କର କିଛି ରୋଗ ସର୍ବଦା ଲାଗି ରହିଥାଏ । ଏମାନେ ଭଲ ଖାଇବା ଓ ଭଲ ପିନ୍ଧିବା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । 6- ଗାଲରେ କଳାଜାଇ ରହିଥିଲେ । ସେହି ବ୍ୟକ୍ତି ବହୁତ ଧନବାନ ହୋଇଥାନ୍ତି । ତେବେ ଗାଲରେ କଳାଜାଇ ରହିବାର ସବୁ ପ୍ରକାର ଅର୍ଥକୁ ଶୁଭ ବିଚାର ହିଁ କରାଯାଇଥାଏ । ଆଶା କରୁଛୁ, ଯେ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ ପେଜକୁ ଲାଇକ୍ କରନ୍ତୁ । ଏଥିସହ ପୋଷ୍ଟଟିକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *