ଏହି ସାଧାରଣ ପରିବାରର ଝିଅ ହୋଇଛି ମୁଖ୍ୟମନ୍ତ୍ରୀଙ୍କର ବୋହୂ – କହିଲେ ଶାଶୁଘର ଯାଇ ଯେମିତି ଅଛି ସେମିତି ହିଁ ରହିବି କାରଣ…

ଜୀବନରେ ଭାଗ୍ୟର ବହୁତ ମାନ୍ୟତା ଅଛି । ଭାଗ୍ୟ କାହା ସହ କେତେବଳେ କଣ କରେ ଏହା କେବଳ ଭଗବାନଙ୍କୁ ହିଁ ଜଣା । ସେମିତି ହିଁ ହୋଇଛି ଏକ ଗରିବ ଘରର ଝିଅ ସହ ଯିଏ ଏବେ ମୁଖ୍ୟମନ୍ତ୍ରୀ ଙ୍କ ବୋହୁ ହେବାକୁ ଯାଉଛି । ଏକ ଗରିବ ପରିବାର ଝିଅ ହେଇ ମଧ୍ୟ ଆଜି ତାର ଭାଗ୍ୟରେ ପରିବର୍ତ୍ତନ ଆସିଛି ଓ ସେ ଏବେ ଗୋଟେ ବହୁତ ବଡ ଘରର ବୋହୁ ହେଇଛି । ତେବେ ଚାଲନ୍ତୁ ଜାଣିବା ଏହି ଘଟଣା କଣ । କିଏ ସେହି ଝିଅ ଓ କାହା ସହ ତାର ହୋଇଛି ବିବାହ ।

ଘଟଣାଟି ହେଉଛି ଝାରଖଣ୍ତର, ଯେଉଁଠି ଗୋଟେ ସାଧାରଣ ମଧ୍ୟମ ବର୍ଗୀୟ ପରିବାରର ଝିଅ ଝାରଖଣ୍ତର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବୋହୂ ହେବାର ସୌଭାଗ୍ୟ ପ୍ରାପ୍ତି କରିଛି । ସେହି ଝିଅର ଘର ରାୟପୁର ଅଟେ ଓ ତାର ସମ୍ପର୍କ ରଘୁବୀରଙ୍କ ପୁଅ ଲଲିତ ସହ ଫେସବୁକରୁ ହୋଇଥିଲା । ଗତ ୮ ମାର୍ଚ୍ଚରେ ଲଳିତଙ୍କ ବରଯାତ୍ରୀ ଆସିଥିଲା । ବଡ ରାଜନୈତିକ ପରିବାରରୁ ନିର୍ବନ୍ଦ ହେବା ପରେ ଝିଅଟି କହିଥିଲା କି ଶାଶୁଘରକୁ ଯାଇ ମୁଁ ଯେପରି ଅଟେ ସେମିତି ହିଁ ରହିବି ।

ରାୟପୁରର ପିହୁ ମାନେ ପୂର୍ଣ୍ଣିମା ସାହୁ ୮ ମାର୍ଚ୍ଚକୁ ଝାରଖଣ୍ତର ସିଏମ୍ ରଘୁବର ଦାସଙ୍କ ବୋହୂ ହୋଇଛନ୍ତି । ପୂର୍ଣ୍ଣିମା ଜଣେ ସାଧାରଣ ବର୍ଗର ପରିବାରରୁ ଆସିଛନ୍ତି । ସେ ନିଜ ବାହାଘରକୁ ନେଇକରି ବହୁତ ଉତ୍ସାହିତ ବି ଅଛନ୍ତି । ପିହୁ ମହନ୍ତ ଲକ୍ଷ୍ମୀ ନାରାୟଣ ଦାସ କଲେଜରେ ଗ୍ରାଜୁଏସନ୍ କରିଛନ୍ତି । ଗ୍ରାଜୁଏସନ୍ ସମୟରେ ଟିଚର୍ ସିପ୍ ବି କରିଥିଲେ । ପିହୁ କହନ୍ତି କି ଯେବେ ବଡ ବାପା ଆମକୁ ଏହି ପ୍ରସ୍ତାବ ବିଷୟରେ କହିଲେ,  ମୋର ବାପା ମା ଏହି ପ୍ରସ୍ତାବକୁ ଦେଖି ଚକିତ ହୋଇଯାଇଥିଲେ । କାରଣ ଏତେ ବଡ ଘରରୁ ପ୍ରସ୍ତାବ ଆସିବା କଥା କୁହାଯାଇଥିଲା ।

ଲଳିତ ଦାସ ରାଞ୍ଚି ସ୍ଥିତ ବିଆଇଟି ମେସରାରୁ ପାଠ ପଢି ଓ ଟାଟା ଷ୍ଟିଲ୍ ରେ ଏଚ୍ ଆର୍ ଏମ୍ ବିଭାଗରେ ଆଷ୍ଟିଷ୍ଟାଣ୍ତ ମ୍ୟାନେଜର ଅଛନ୍ତି । ଲଳିତ ଦାସ ସାମାଜିକ କାର୍ଯ୍ୟରେ ବି ସକ୍ରିୟ ଅଛନ୍ତି । ଲଳିତ ରଘୁବର ଦାସଙ୍କ ଧୁଇଟି ସନ୍ତାନଙ୍କ ମଧ୍ୟରୁ ଛୋଟ ପୁଅ ଅଟନ୍ତି । ତାଙ୍କର ଗୋଟେ ଭଉଣୀ ବି ଅଛନ୍ତି ଯାହାଙ୍କ ବାହାଘର ହୋଇସାରିଛି ।

Leave a Reply

Your email address will not be published. Required fields are marked *