‘ମୁଁ ସଞ୍ଜୟ କୁ ଛାଡିବିନି…ସେ ମୋ ଭାବନା ସହିତ ଫୁଟବଲ ପରି ଖେଳିଦେଲା, ବାହା ହବ କହି ମୋ ସହ…’ ଦେଖନ୍ତୁ Video

ବ୍ରହ୍ମପୁରର ଦୀପିକାଙ୍କ ଭଳି ପୁଣି ଜଣେ ଦୀପିକାଙ୍କୁ ଦେଖିବାକୁ ମିଳିଛି ରିୟାମାଳ ଥାନା ବାବର କୋଟ ଗ୍ରାମରେ । ବିବାହ କରିବାର ପ୍ରତିଶ୍ରୁତି ଦେଇ ଠକି ଦେଇଛି ପ୍ରେମିକ । ଆଉ ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛନ୍ତି ପ୍ରେମିକ । ପ୍ରାୟ ଦୁଇ ଦିନ ହେବ ନ ଖାଇ ନ ପିଇ ପ୍ରେମିକ ସଞ୍ଜୟ ସାହୁଙ୍କ ଘର ଆଗରେ ପ୍ରେମିକା ଦେଇଛନ୍ତି ଧାରଣା । ପ୍ରେମିକ ସଞ୍ଜୟ ସାହୁ ଅନ୍ୟତ୍ର ବିବାହ କରିବା କଥା ଶୁଣିବା ପରେ ଧାରଣା ଦେଇଛନ୍ତି ପ୍ରେମିକା । ତେବେ ଏହି ବାବଦରେ ଉକ୍ତ ମହିଳା ଜଣକ କହିଛନ୍ତି ସଞ୍ଜୟ ମତେ ବିବାହ ନକରିବା ଯାଏଁ ମୁଁ ଏଠୁ ଉଠିବି ନାହିଁ ।

ମୋ ମନକୁ ସେ ଛାର ଖାର କରିଦେଇଛି ମୋତେ ସିଏ ଧୋକା ଦେଇଛି । ବିବାହର ପ୍ରତିଶ୍ରୁତି ଦେଇ ୧୦ ବର୍ଷ ହେବ ସେ ମୋ ସହ ଖେଳିଛି । ମୁଁ ତାକୁ ଜୀବନ ଠାରୁ ଅଧିକ ଭଲ ପାଇଥିଲି ତାକୁ ହୃଦୟ ଦେଇ ପ୍ରେମ କରିଥିଲି । ତା ସହ ସଂସାର ଗଢିବାର ସ୍ଵପ୍ନ ଦେଖିଥିଲି କିନ୍ତୁ ସେ କେବଳ ମୋତେ ଧୋକା ଦେଲା । ମୋ ଠାରୁ ପଇସା ନେଇ ସେ ଘର ଦ୍ଵାର କଲା ଗାଡି ବି କିଣିଲା କିନ୍ତୁ ଏବେ ସେ ମତେ ପଚାରୁନି ।

ମୋତେ ସେ ଧର୍ଷଣ କଲା ତଥାପି ମୁଁ ଚୁପ ରହିଲି । ମୋତେ ଗାଁ ଦାଣ୍ଡରେ ଲୋକହସା କଲା ତଥାପି ମୁଁ ଚୁପ ରହିଲି । ମୋତେ ମୋ ଘରେ ମୋର ଅଉଇକାତ ଦେଖାଇଲା ତଥାପି ମୁଁ ଚୁପ ରହିଲି । ମୋ ୮୦ ବର୍ଷର ମାଆକୁ ସେ ଖରାପ ବ୍ୟବହାର କଲା ତଥାପି ମୁଁ ଚୁପ ରହିଲି ।

ମୋ ଠାରୁ ସେ ବାରମ୍ବାର ପଇସା ନେଉଥିଲା ଏମିତି କି ସେ ମୋ ବେକରୁ ଚେନ ବି କାଢି ନେଲା ତଥାପି ମୁଁ ଚୁପ ରହିଲି କାରଣ ମୁଁ ତାକୁ ହୃଦୟ ଦେଇ ଭଲ ପାଉଥିଲି । କିନ୍ତୁ ମୁଁ ଜାଣି ନଥିଲି ସେ ମୋତେ ଏମିତି ଧୋକା ଦେବ । ଏବେ ଦୁଇ ବର୍ଷ ହେବ ସେ ମୋତେ ଧରା ଛୁଆଁ ଦେଉନି ବିବାହର ପ୍ରତିଶ୍ରୁତି ଦେଇ ସେ ଠକି ଦେଇଛି । କିନ୍ତୁ ମୁଁ ତାକୁ ଛାଡିବିନି ।

ଯେ ପର୍ଯ୍ୟନ୍ତ ସଞ୍ଜୟ ମୋତେ ବିବାହ ନ କରିଛି ସେ ପର୍ଯ୍ୟନ୍ତ ମୁଁ ତା ଘର ଦୁଆରରୁ ଉଠିବି ନାହିଁ । ପ୍ରେମିକାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିବା ପରେ ଏବେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ ସଞ୍ଜୟ । ଆଉ ଏହି କଥା ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରେମିକା । ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣ ଦେଇଛନ୍ତି । ଏହି ଯୁବତୀ ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା ହିତସାରା ଗାଁର ।

ଦୀର୍ଘ ବର୍ଷର ପ୍ରେମ ସହ ଶାରୀରିକ ସମ୍ପର୍କ ପରେ ଏବେ ସଞ୍ଜୟ ମୁହଁ ଫେରାଇ ନେଇଥିବା ବେଳେ ଯେ ଯାଏଁ ସଞ୍ଜୟ ଫୁଟବଲ ପରି ଯେପରି ଖେଳିଛନ୍ତି ସେମତି ଶଙ୍ଖା ସିନ୍ଦୁର ନେ ଦେଇଛନ୍ତି ସେ ପର୍ଯ୍ଯନ୍ତ ପ୍ରେମିକା ଉଠିବେ ନାହି ବୋଲି କହିଛନ୍ତି । ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *