ମୁଠାଏ ଚାଉଳ ଆପଣଙ୍କ ଘରକୁ ଆଣିବ ଟଙ୍କା, ଧନ ପ୍ରାପ୍ତିର ଉପାୟ କରନ୍ତୁ…

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଚାହିଁଥାଏ କି ତା ଜୀବନରେ ବହୁର ସାରା ଖୁସି ଓ ଟଙ୍କା ଆସୁ । କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଟଙ୍କା ବ୍ୟକ୍ତ କମାଇଥାନ୍ତି କିନ୍ତୁ ଘରେ ଟଙ୍କା ରୁହେନି । କେବେ କେବେ ଧନ ଘରକୁ ଆସେ ହିଁ ନାହିଁ । ଏଥିପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଏ । କମାଇଥିବା ଧନ ବହୁତ ଜଲ୍ଦି ଘରୁ ସରି ଯାଇଥାଏ । ଆଜି ଆମେ ଜାଣିବା ଘରେ କିପରି ଧନ ସ୍ଥାୟୀ ଭାବେ ରହିବ ଓ ଏଥିପାଇଁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଏହା ବହୁତ ସହଜ ଉପାୟ ଅଟେ । ଏହି ଉପାୟ ଟି କରିବା ଦ୍ଵାରା ଆପଣଙ୍କ ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ । ବରଂ ଦିନକୁ ଦିନକୁ ଏହି ଧନ ଆହୁରି ବୃଦ୍ଧି ପାଇବାରେ ଲାଗିବ । ଯେ କୌଣସି ବ୍ୟକ୍ତି ଏହାର ପ୍ରୟୋଗ କରି ପାରିବେ । ଏହି ପ୍ରୟୋଗ ଗୁରୁବାର ବା ଶୁକ୍ରବାର ଦିନ କରିବାକୁ ହେବ । ଏହି ଦୁଇ ବାର ହେଉଛି ଦେବଗୁରୁ ଓ ମା ଲକ୍ଷ୍ମୀ ଙ୍କ ବାର ହୋଇଥାଏ ।

ଏହି ଦୁଇ ବାର ରେ ଏହି ଉପାୟଟି କରିଲେ ଶୁଭ ଫଳ ମିଳିଥାଏ । ଏହି ଉପାୟ କରିଲେ ଗୁରୁ ଓ ଶକ୍ର ଗ୍ରହ ମଜବୁତ ହୋଇଥାନ୍ତି । ଏହି ଉପାୟ ପାଇଁ ଛୋଟ ମାଟି ର ମାଠିଆ ନିଅନ୍ତୁ । ଯଦି ମାଟି ର ମାଠିଆ ନ ଥିବ ତେବେ ଘରେ ପୂଜା ପର୍ବ ରେ ବ୍ୟବହାର ହେଉଥିବା ଯେଉଁ କଳସ ବ୍ୟବହାର ହୋଇଥାଏ । ସେହି କଳସ ନେଇ ପାରିବେ ।

କିନ୍ତୁ ଯେଉଁ ମାଠିଆରେ ପାଣି ଭର୍ତ୍ତି ହୋଇ ରହୁଥିବ ବା ଯେଉଁ ମାଠିଆ ରୁ ପାଣି ପିଉଥିବେ ବା ଘରେ ବ୍ୟବହାର ହେଉଥିବା ମାଠିଆ କୁ ନିଅନ୍ତୁ ନାହିଁ । ମାଠିଆ ରେ କିଛି ଚାଉଳ ରଖନ୍ତୁ । ଏଥିରେ 2ଟି ଦୂବ ଘାସ ନିଅନ୍ତୁ ଯାହା କି ଭଗବାନ ଗଣେଶଙ୍କର ପ୍ରିୟ ହୋଇଥାଏ । ଏବେ ଏକ ଟଙ୍କା କଏନ କୁ ଚାଉଳରେ ରଖନ୍ତୁ । ଏହା ପରେ ଲାଲ କପଡା ରେ କଳସ ର ମୁହଁ ବାନ୍ଧି ଦିଅନ୍ତୁ ।

ଏହା ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଉପାୟ ହୋଇଥାଏ । ଏହି କଳସକୁ ଘରର ଉତ୍ତର ଦିଗରେ ରଖନ୍ତୁ । ଏହାକୁ ଉତ୍ତର ପଶ୍ଚିମ କୋଣରେ ତଳେ ରଖନ୍ତୁ । ଏହାକୁ ପୁରା ବର୍ଷ ସେମିତି ସ୍ଥିର କରି ରଖନ୍ତୁ । ଏହାକୁ ନୂଆ ବର୍ଷରେ ଉଠାଇ ସେହି କଳସ ପାତ୍ରକୁ ପାଣିରେ ଭସାଇ ଦିଅନ୍ତୁ । ଧ୍ୟାନ ରଖିବେ ଏହାକୁ ଛାତ ଉପରେ ପକାଇବେ ନାହିଁ ।

ଯେଉଁ କଏନ ଥିବ ତାହାକୁ ନିଜ ପାଖରେ ବା ଦାନ କରିପାରିବେ । ଘରେ ଏହି ଉପାୟ ପ୍ରୟୋଗ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବ ସହ ତାଙ୍କର ଅସୀମ କୃପା ବର୍ଷା କରିବେ । ଏହା ଦ୍ଵାରା ପଇସା ସବୁ ସଞ୍ଚୟ ହୋଇ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *