ନା କହିବା ଶିଖି ନିଅନ୍ତୁ, ସମସ୍ତଙ୍କ ଔକାତ ଜାଣ ପଡିଯିବ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ସହିତ ଜଣେ ଭଲ ନୀତିକାର ଥିଲେ । ସେ ମନୁଷ୍ୟର ଜୀବନକୁ ବହୁତ ଗମ୍ଭୀରତାର ସହ ଅଧ୍ୟୟନ କରି ମହତ୍ଵପୂର୍ଣ ନୀତିର ରଚନା କରିଛନ୍ତି । ଯଦି ଆପଣ ଏହି ନୀତି ଗୁଡିକ ଭଲ ଭାବରେ ବୁଝି ଯିବେ ତେବେ ଆପଣ ଜୀବନରେ କେବେ ବି ଧୋଖା ଖାଇବେ ନାହିଁ ଓ ସଫଳ ହେବାରୁ ଆପଣଙ୍କୁ କେହି ବି ଅଟକାଇ ପାରିବେ ନାହିଁ ।

କିନ୍ତୁ ବେଳେ ବେଳେ ମନୁଷ୍ୟକୁ ଲାଗିଥାଏ ତାହାର ଭାଗ୍ୟରେ ଦୋଷ ଅଛି । କିନ୍ତୁ ପ୍ରାୟତଃ କୌଣସି ବ୍ୟକ୍ତିର ଅସଫଳତାର କାରଣ ତାହାର ଆଖାପାଖରେ ଥିବା ଲୋକମାନେ ହୋଇଥାନ୍ତି । ଯେଉଁମାନେ ସେହି ବ୍ୟକ୍ତିର ବ୍ୟବହାର କରନ୍ତି । ତାଙ୍କ ସହ ଖେଳନ୍ତି । କେତେ ଥର ତ ତାହାର ନିଜର ଲୋକମାନେ ବି ତାଙ୍କର ସଫଳତାର ମାର୍ଗରେ କଣ୍ଟା ଭଲି ଛିଡା ହୋଇଥାନ୍ତି । କିନ୍ତୁ ଏହି କଥା ବିଷୟରେ ସେହି ବ୍ୟକ୍ତି ଜାଣି ପାରେ ନାହିଁ ।

ସେଥିପାଇଁ ନିଜର ସବୁ ଅସଫଳତା ପାଇଁ ସେ ନିଜକୁ ହିଁ ଦାୟୀ କରିଥାଏ । ତାକୁ ଲାଗିଥାଏ କି ତାହା ମଧ୍ୟରେ କିଛି ଅଭାବ ଅଛି । ଯେଉଁ କାରଣରୁ ସେ ଅସଫଳ ହେଉଛି । କିନ୍ତୁ ତାହାର ଅସୁବିଧାର ମୁଖ୍ୟ କାରଣ ତାହାର ଆଖପାଖରେ ଥିବା ଲୋକମାନେ ହୋଇଥାନ୍ତି । ଯଦି ଆପଣଙ୍କ ଆଖପାଖରେ ଏହିଭଳି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କୁ କମଜୋର କରୁଛନ୍ତି ଓ କେବଳ ଆପଣଙ୍କ ଲାଭ ଉଠାଇଛନ୍ତି, ଆପଣଙ୍କର କେବଳ ବ୍ୟବହାର କରୁଛନ୍ତି, ଆପଣଙ୍କର ପ୍ରତିଭାକୁ ଚିହ୍ନିବାକୁ ଦେଉ ନାହାନ୍ତି ।

ଏହିଭଳି ଲୋକମାନଙ୍କ ସହ ରହିବା ଦ୍ଵାରା ଆପଣ କେବେ ବି ସଫଳ ହେବେ ନାହିଁ । ସେଥିପାଇଁ ଜୀବନରେ ସଠିକ ବନ୍ଧୁ ବାଛନ୍ତୁ । ଖରାପ ଲୋକମାନଙ୍କ ସହିତ ରହୁଥିବା ମନୁଷ୍ୟ ପତନ ଆଡକୁ ଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଏହି କାରଣରୁ ମହତ୍ଵପୂର୍ଣ ଅଟେ କି ସେ ମନୁଷ୍ୟକୁ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ କରିବା ଶିଖାଇଛନ୍ତି ।

ଚାଣକ୍ୟ କୁହନ୍ତି କି ଗୋଟିଏ ବ୍ୟକ୍ତିର ଆପଣ ଯେତେ ସାହାର୍ଯ୍ୟ କରିଲେ ବି, କାହା ଉପରେ ବହୁତ ବିଶ୍ଵାସ କରିଲେ ବି, ତାଙ୍କ ପାଇଁ ଆପଣ ସବୁକିଛି ତ୍ୟାଗ କରି ଦେଲେ ମଧ୍ୟ, ଥରେ କେବଳ ତାଙ୍କୁ ନା କହି ଦେଖନ୍ତୁ ସେ ତାଙ୍କର ଅସଲ ଚେହେରା ଦେଖାଇ ଦେବ । ଅନ୍ୟ ପଟେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଆପଣ ବାରମ୍ବାର ନା କହୁଛନ୍ତି, ସେମାନେ ତୁମର ସାହାର୍ଯ୍ୟ କରୁଛନ୍ତି, ତୁମକୁ ଭଲ ପାଇଲେ ବି ତୁମେ କିନ୍ତୁ ସବୁବେଳେ ତାଙ୍କୁ ନା ହିଁ କୁହନ୍ତି ।

ଏହିଭଳି ବ୍ୟକ୍ତିକୁ ଥରେ ହଁ କହି ଦେଖନ୍ତୁ ସେ ଆପଣଙ୍କର ସାହାର୍ଯ୍ୟ କେବେ ବି ଭୁଲିବ ନାହିଁ । ସେଥିପାଇଁ ଚିନ୍ତା କରନ୍ତୁ କି ଆପଣଙ୍କୁ କାହାର ସାଥ ଦରକାର ଏହିଭଳି ବ୍ୟକ୍ତିର ଯିଏ ତୁମର ଥରେ ନା କହିବା ଦ୍ଵାରା ତୁମକୁ ଖରାପ କହିବାରେ ଲାଗିଥାଏ ଅନ୍ୟଥା ସେହି ବ୍ୟକ୍ତି ଯାହାକୁ ତୁମେ ବାରମ୍ବାର ମନା କରିବା ସତ୍ବେ ବି ତୁମ ସହିତ ରହିବାକୁ ଚାହୁଁଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *