ଏମିତି ବି ଯାଏ ଜୀବନ, ଖୁସିରେ ନାଚୁ ନାଚୁ ଏମିତି ଟଳିପଡିଲେ…. ଦେଖନ୍ତୁ Video 

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ହୃଦଘାତ ସାମାନ୍ଯ ହୋଇ ଗଲାଣି । ଯାହା ପାଇଁ ଲୋକେ ବସୁ ବସୁ ଟଳି ପଡ଼ୁଛନ୍ତି । ହୃଦଘାତ କାରଣରୁ ଆଜିର ସମୟରେ ହଜାର ହଜାର ଲୋକଙ୍କର ପ୍ରାଣ ହାନି ଘଟୁଛି । ଯାହା କେହି କେବେ ବିଶ୍ଵାସ କରିବେ ନାହି ତାହା ହିଁ ଘଟୁଛି । ତେବେ ପୁଣି ଥରେ ନାଚୁ ନାଚୁ ଚାଲିଗଲା ଆଉ ଗୋଟେ ଜୀବନ । ତେବେ ନାଚୁଥିବା ସମୟରେ କଣ କେବେ କାହାର ମୃତ୍ୟୁ ହେବା କଥା ଆପଣ ମାନେ ଶୁଣିଛନ୍ତି ବା ଦେଖିଛନ୍ତି କି ? ତେବେ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ ।

ସେ ପୁଣି ଥିଲେ ଦେବୀ ପାର୍ବତୀ ଙ୍କ ଭୂମିକରେ । ମହାଦେବ ଙ୍କ ଆରାଧନା କରି ପାର୍ବତୀ ଅଭିନୟ କରୁଥିବା ମହିଳା ଜଣକ ନାଚି ନାଚି ଝୁମୁଥିଲେ । ଲୋକେ ତାଙ୍କର ନୃତ୍ୟୁ ଦେଖି ଭାବୁଥିଲେ ତାଙ୍କ ଅଭିନୟର ଏକ ଅଂସ ଥିଲା । କିନ୍ତୁ ତାହା ପୁରା ଓଲଟା ହେଲା । ବର୍ତ୍ତମାନ ସମୟରେ ହୃଦଘାତ ରେ ଅନେକ ଲୋକ  ମୃତ୍ୟୁବରଣ କରିବାର ନଜର ଆସୁଛନ୍ତି । ଯେମିତି କି ଗତ କିଛି ପୂର୍ବେ ଗଣେଶ ପୂଜା ଦିନ ହନୁମାନ ବେଶ ରେ ନାଚୁଥିବା କଳାକାର ଯିଏ ନୃତ୍ୟୁ ପରିବେଶ କରୁଥିଲେ ସେହି ସମୟରେ ପେଣ୍ଡାଲ ଉପରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିଲା ।

ଆଉ ସେମିତି ଆଉ ଏକ ଘଟଣା ଘଟିଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି ଜାମ୍ମୁ କାଶ୍ମୀର ରେ ହୋଇଥିବା ବେଳେ ଭିଡିଓ ରେ ପାର୍ବତୀ ଭୂମିକରେ ଅଭିନୟ କରୁଥିବା ଯୁବକ ଜଣକ ହେଉଛନ୍ତି ଯୋଗେଶ ଗୁପ୍ତା । ତେବେ ଯୋଗେଶ ଗୁପ୍ତା ଗଣେଶ ଚତୁର୍ଥୀ ରେ ଷ୍ଟେଜ ଉପରେ ପାର୍ବତୀ ଭୂମିକାରେ  ନୃତ୍ୟୁ ପରିବେଷଣ କରୁଥିବା ସମୟରେ ହଠାତ ଟଳି ପଡିଥିଲେ । ତେବେ ପେଣ୍ଡାଲ ରେ ଉପସ୍ଥିତ ଥିବା ଦର୍ଶକ ମାନେ ଭାବୁଥିଲେ ଯୋଗେଶ ତଳେ ପଡିଯିବା ଅଭିନୟର ଏକ ଅଙ୍ଗ ବୋଲି କିନ୍ତୁ ଦୀର୍ଘ ସମୟ ଧରି ସ୍ଟେଜ ରେ ଏପରି ପଡି ରହିବା ପରେ କର୍ମଚାରୀ ମାନେ ଅନୁଭବ କରିଥିଲେ ଯୋଗେଶ ଗୁପ୍ତା ଚେତାଶୁନ୍ୟ ହୋଇ ପଡିଛନ୍ତି ।

ଆଉ ଏହା ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଥିଲେ । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଯୋଗେଶ ଗୁପ୍ତାଙ୍କର ମୃତ୍ୟୁ କୁ ନେଇ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ଆଉ କେହି କେହି କହୁଛନ୍ତି ସତରେ କଣ ମୃତ୍ୟୁ ଏମିତି ହୋଇପାରେ । ଏହି ଘଟଣା ଟି ଆଖି ରେ ନ ଦେଖିଲେ ବିଶ୍ଵାସ କରିବା ସହଜ ନୁହେଁ ।

ଆପଣ ବି ଏହି ଭିଡିଓ ରେ ଦେଖି ପାରିବେ ଯୋଗେଶ ନୃତ୍ୟୁ କରୁଛନ୍ତି ଆଉ ହଠାତ ତଳେ ପଡି ଯାଉଛନ୍ତି । ତା ପରେ ସଙ୍ଗେ ସଙ୍ଗେ ତାଙ୍କର ମୃତ୍ୟୁ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *