ନଦୀ ଭାଙ୍ଗି 20ଟି ଗାଁରେ ପସିଲା ବନ୍ୟା ପାଣି, ଦେଖନ୍ତୁ Videoରେ ଭୟଙ୍କର ଦୃଶ୍ୟ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ରାଜ୍ୟ ରେ ଲାଗି ରହିଛି ବର୍ଷା । ଗତ କିଛି ଦିନ ହେବ ଲଗାଣ ବର୍ଷା କାରଣରୁ ଜନ ଜୀବନ ବ୍ୟସ୍ତ ବିବ୍ରତ ହୋଇ ପଡିଛି । ଅନ୍ୟ ପକ୍ଷରେ ଲଗାଣ ବର୍ଷା କାରଣରୁ ରାଜ୍ୟ ରେ ଅନେକ ସ୍ଥାନ ଗୁଡିକରେ ବନ୍ୟା ସ୍ଥିତି ଦେଖା ଯାଇଛି । ଯାହା ପାଇଁ ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ପୂର୍ବ ବର୍ଷ ଅପେକ୍ଷା ବର୍ଷା ର ପରିମାଣ ଅଧିକ ରହିଛି ଯାହା ପାଇଁ ପାଣିପାଗ ବିଭାଗ କେନ୍ଦ୍ର ରୁ ସୂଚନା ରହିଛି । ତେବେ ଏହାରି ମଧ୍ୟରେ ମହାନଦୀ ଫୁଲିବାରେ ଲାଗିଛି ଆଉ ବନ୍ୟା ସ୍ଥିତି ଅସମ୍ଭାଳ ହୋଇ ପଡିଛି ।

ହୀରାକୁଦ ଜଳଭଣ୍ଡାର ପାଣି ନିଷ୍କାସନ ପାଇଁ ସମୁଦାୟ ୩୪ଟି ଗେଟ ଖୋଲିଛି ଯାହା ପାଇଁ ବନ୍ୟା ର ସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସମୟରେ ଯାଜପୁର କାଣୀ ନଦୀରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇ ପଡିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

କାଣୀ ନଦୀ ରେ ଘାଇ ଭଙ୍ଗୀ ବନ୍ୟା ପାଣି ଗାଁ ଭିତରୁ ପଶିବାରେ ଲାଗିଛି ଯାହା ପାଇଁ ସ୍ଥାନୀୟ ଲୋକେ ପାଣି ଘେର ରେ ବୁଡି ରହିଛନ୍ତି । ଲୋକେ ମାଟି ଉପରେ ଠିଆ ହୋଇ ଘାଇ ଭାଙ୍ଗି କିପରି ବନ୍ୟା ପାଣି ଗାଁ ଭିତରକୁ ପଶୁଛି ତାହାର ଭିଡିଓ ମଧ୍ୟ କରିବାରେ ଲାଗିଛନ୍ତି ।

ଏମିତିକି ବନ୍ୟା ପାଣି ପସିବାରୁ ୨୦ଟି ଗାଁ ପ୍ରବାହିତ ହେବାର ଆଶଙ୍କା କରା ଯାଉଛି । ତେବେ ବନ୍ୟା ପାଣି ହୁ ହୁ ହୋଇ ମାଡି ଆସୁଛି । ଏମିତିକି ଚାଷ ଜମି ସବୁ ନଷ୍ଟ ହୋଇ ଯାଇଛି ବନ୍ୟା ପାଣିରେ । ଘାଇ ଭାଙ୍ଗିବା ସହ ଘରେ ଘରେ ପାଣି ପଶିବାରେ ଲାଗିଛି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ଜୁନ ୧ ତାରିଖରୁ ଅଗଷ୍ଟ ୧୫ ଯାଏଁ ବର୍ଷାର ପରିମାଣ ବହୁତ ଅଧିକ ରହିଛି । ଉପର ମୁଣ୍ଡ ରେ ବର୍ଷା ଲଗାତାର ହେବା କାରଣରୁ ବନ୍ୟା ସ୍ଥିତି ଉତପନ ହୋଇଛି ।

ଏଥିପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇ ପଡିଛି । ତେବେ ଯାଜପୁର କାଣୀ ନଦୀ ରେ ବନ୍ୟା ପାଣି ପସିବାରୁ ସେଠାରେ ପଶୁ ମାନେ ମଧ୍ୟ ପଣି ଘେର ରେ ଫସି ଯାଇଛନ୍ତି । ଏହି ଭିଡିଓ ରେ ଲୋକ ମାନେ ପାଣି ପସିବାର ମୋବାଇଲ ରେ ସୂଟ କରିବା ସହ ଛେଳି ବନ୍ୟା ପାଣିରେ ଭାସି ଯିବାର ମଧ୍ୟ ଦୃଶ୍ୟ ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *