ବଲୀଉଡ ଦୁନିଆରୁ ଆସିଲା ପୁଣି ଏକ ଦୁଃଖ ଖବର, ଏହି ବଡ କଳାକାରଙ୍କ ଅନ୍ତିମ ସଂସ୍କାରରେ ଆସିନଥିଲେ କେହିବି ଷ୍ଟାର – ଜାଣନ୍ତୁ ପୁରା ଘଟଣା

ଏଇ କିଛିଦିନ ହେବ ଆମେ ବଲୀଉଡ ଦୁନିଆରୁ କିଛି ନା କିଛି ଦୁଃଖ ଖବର ପାଉଛେ। ଏବେ ଏବେ ଆଉ ଜଣେ ବଲୀଉଡ ଷ୍ଟାରଙ୍କ ମା ଙ୍କର ଦେହାନ୍ତ ହୋଇ ଯାଇଛି। କିନ୍ତୁ ତାଙ୍କ ଶୋକ ସଭାରେ କେହି ବି ବଲୀଉଡ ଅଭିନେତା ଅଭିନେତ୍ରୀ ଯୋଗ ଦେଇ ନଥିଲେ । ହେଲେ କାହିଁକି ଆସନ୍ତୁ ସେ ବିଷୟରେ ଜାଣିବା।

ବଲିଉଡ୍ ରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ଏତେ ପ୍ରସିଦ୍ଧ ଯେ ସେମାନଙ୍କୁ ନିଜର ପରିଚୟ ଦେବା  ଦରକାର ପଡେନି । ସେହିଭଳି ଜଣେ ସୁନାମଧନ୍ୟ କଳାକାର ହେଲେ ନାନା ପାଟେକର । କିନ୍ତୁ ଦୁଃଖର ଖବର ଏହି କି ଯେ ଆଜି ଆମେ ଆପଣଙ୍କୁ ଯେଉଁ ଖବର ଦେବୁ ତାହା ନାନା ପାଟେକରଙ୍କ ଉପରେ ଅଟେ । କହିଦେବୁ କି ଏବେ ନାନା ପାଟେକରଙ୍କ ମା ନିର୍ମଳା ପାଟେକରଙ୍କ ମଙ୍ଗଳବାରକୁ ନିଧନ ହୋଇଗଲା । ତାଙ୍କର ବୟସ ୯୯ ବର୍ଷ ଥିଲା ଓ ତାଙ୍କର ନିଧନ ପରେ ନାନା ପାଟେକର ଅନ୍ତିମ ସଂସ୍କାର ମୁମ୍ବାଇର ଓଶିବାରା ଶ୍ମଶାନ ଗୃହରେ ସେହି ଦିନ ସଂନ୍ଧ୍ୟାରେ କରିଥିଲେ ।

ହେଲେ ତାଙ୍କ ମାଙ୍କର ଅନ୍ତିମ ସଂସ୍କାର ସମୟରେ ନାନା ଓ ତାଙ୍କ ପୁଅଙ୍କ ବ୍ୟତୀତ ଅନ୍ୟ କୌଣସି ବଲୀଉଡ ଷ୍ଟାର ଉପସ୍ଥିତ ନ ଥିଲେ। ଏହାର କାରଣ ହେଲା ଯେ ଯେବେ #Me Too ଅଭିଯାନ ଚାଲିଥିଲା ସେହି ସମୟରେ ନାନାଙ୍କ ଉପରେ ମଧ୍ୟ ଆରୋପ ଲଗାଯାଇଥିଲା। ଯାହା ପରେ କୌଣସି ଡାଇରେକ୍ଟର ଓ ପ୍ରଡୁସର୍ ତାଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି।

ତାଙ୍କର ଗୋଟେ ପୁଅ ଅଛି ଯାହାଙ୍କ ନାଁ ମହ୍ଲାର ଅଟେ । କୁହାଯାଏ କି ମହ୍ଲାର ଆକ୍ଟିଙ୍ଗ୍ ରେ ନିଜ କ୍ୟାରିୟର ବନାଇବା ଯୋଜନା ରଖିଛନ୍ତି । ପ୍ରକାଶ ଝା ନିଜ ଫିଲ୍ମରେ ମହ୍ଲାରଙ୍କୁ ଲଞ୍ଚ କରିବାକୁ ଚାହୁଁଥିଲେ କିନ୍ତୁ ନାନା ପାଟେକର ଓ ପ୍ରକାଶ ଝାଙ୍କ କିଛି ବିବାଦ ଯୋଗୁଁ ଏମିତି ହୋଇପାରିଲା ନାହିଁ । ନାନା ମହ୍ଲାରଙ୍କୁ ପ୍ରକାଶ ଝା ଙ୍କ ସହ କାମ କରିବାକୁ ମନା କରିଦେଲେ । ଏବେ ମହ୍ଲାର୍ ଡାଇରେକ୍ଟର ରାମ ଗୋପାଳ ବର୍ମାଙ୍କ ସହ  ଆସିଷ୍ଟାଣ୍ତ ଡାଇରେକ୍ଟର କାମ କରୁଛନ୍ତି  ।

କହିଦେବୁ କି ନାନା ପାଟେକର ଅଭିନେତା ସହ ଜଣେ ଲେଖକ ଓ ଫିଲ୍ମ ନିର୍ମାତା ଅଟନ୍ତି । ନାନା ହିନ୍ଦୀ ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଭାବେ ଜଣାଯାଆନ୍ତି । ତାଙ୍କର ଅଭିନୟ ବହୁତ ହିଁ ପ୍ରଶଂସନୀୟ । ଏହାର କାରଣରୁ ସେ ଆଜି ପର୍ଯ୍ୟନ୍ତ ଅନେକ ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର ଓ ଫିଲ୍ମ ଫେୟାର୍ ଆୱାର୍ଡ ପାଇଛନ୍ତି । ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ବି ସମ୍ମାନ ମିଳିସାରିଛି । ସେ ଇଣ୍ତଷ୍ଟ୍ରିରେ ନିଜ ଡାଇଲଗ୍ ଓ ଷ୍ଟାଇଲ୍ ପାଇଁ ପ୍ରସିଦ୍ଧି ପାଇଛନ୍ତି । ତାଙ୍କର ଅଭିନୟ  ଲୋକେ ବହୁତ ପସନ୍ଦ କରନ୍ତି । ନାନା ନିଜ କ୍ୟାରିୟରର ଆରମ୍ଭ ଫିଲ୍ମ ଗମନ୍ ରୁ କରିଥିଲେ । କିନ୍ତୁ ଇଣ୍ତଷ୍ଟ୍ରିରେ ତାଙ୍କ ଫିଲ୍ମ ପରିନ୍ଦା ରେ ପସନ୍ଦ କରିଥିଲେ । ସେଥିରେ ସେ ଏକ ଖଳନାୟକ ଭୁମିକାରେ ଅଭିନୟ କରିଥିଲେ ।

ଏହିଭଳି ଅନେକ ବି-ଟାଉନ ନ୍ୟୁଜ ପାଇଁ ଆମ ପେଜକୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *