୯ ମହଲା ଛାତରୁ ପଡିଲେ ମହିଳା ଓ ଆରାମରେ ଉଠି ଚାଲିଲେ, ଭିଡିଓ ହେଉଛି ଭାଇରାଲ

ଆପଣ ଚିନ୍ତା କରନ୍ତୁ ଯଦି କେହି ୯ ଫ୍ଲୋର ଠାରୁ ପଡିବ ତେବେ ତାର କଣ ଅବସ୍ତା ହବ, ବହୁତ ଲୋକ ଏହା କହିବେ ଯେ ହାଡ ଚୂନା ହୋଇଯିବ ତେବେ କିଛି ଲୋକ କହିବେ ଜୀବନ ଯାଇ ପାରେ । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ ଗୋଟେ ମହିଳା ୯ ମହଲା ରୁ ପଡିଲେ ଓ ଉଠି ଆରାମରେ ଚାଲିଲେ ତେବେ ଆପଣ ନିଶ୍ଚିନ୍ତ କହିବେ ଯେ ଏହି ପରି ମଜାକ ଭଲ ନୁହ ।

କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏହା ସତ ଘଟଣା ଅଟେ, ଗୋଟେ ମହିଳା ୯ ମହଲାରୁ ପଡିଲେ କିଛି ସମୟ ପଡି ରହିଲେ ଓ କିଛି ସମୟ ପରେ ଉଠି ଚାଲି ଗଲେ ।

ଖବର ଅନୁଯାଇ ଏହି ଘଟଣା ରୁସ ର ପଶ୍ଚିମୀ ସାଇବେରିୟା ପ୍ରାନ୍ତ ସହର ର ଅଟେ, ଏଠାରେ ବର୍ତମାନ ରେ ଗୋଟେ ମହିଳା ୯ ମହଲା ରୁ ତଳେ ପଡି ଗଲେ ତାଙ୍କ ଭାଗ୍ୟ ଭଲ ଥିଲା ଯେ ଜମି ଉପରେ ବରଫ ଥିଲା ଯାହା ଦ୍ଵାରା ତାଙ୍କୁ କୌଣସି ପ୍ରକାର ଆଘାତ ଲାଗିଲା ନାହିଁ ଓ କିଛି ସମୟ ପରେ ସେ ଆରାମ ରେ ଉଠି ଚାଲି ଗଲେ ।

ରିପୋର୍ଟ ଅନୁଯାଇ ପଡିଲା ପରେ ମହିଳା ଉଠି କିଛି ବାଟ ଯାଇ ନିଜ ପଡୋଶୀମାନଙ୍କୁ ଏମ୍ବୁଲେନ୍ସ ଡକେଇବା ପାଇଁ କହିଲେ । ଏହା ପରେ ଡକ୍ଟର ମହିଳାଙ୍କ ଚିକିତ୍ସା ପରେ କହିଛନ୍ତି ଯେ ମହିଳାଙ୍କୁ ଭିତରେ ଘା ଲାଗିଛି, ଏତେ ଉପରୁ ପଡିଲା ପରେ ମଧ୍ୟ ମହିଳାଙ୍କ କୌଣସି ଅଙ୍ଗ ଭାଙ୍ଗି ନାହିଁ । ପୋଲିସ ଏହି ଘଟଣା ଯାଞ୍ଚ କରୁଅଛନ୍ତି, ଏହି ଘଟଣା ସେତେବେଳେ ଜଣା ପଡିଲା ଯେତେବେଳେ ଗୋଟେ ଟ୍ଵିଟର ୟୁଜର ଏହି ଘଟଣା କୁ ସୋଶିଅଲ ମିଡିଆ ରେ ଶେୟର କରିଥିଲେ ।

ଏହି ଭିଡିଓ ସୋଶିଅଲ ମିଡିଆ ରେ ବହୁତ ଭାଇରାଲ ହୋଇଛି, ଲୋକ ଏହି ଘଟଣା ଉପରେ ନିଜ ନିଜ ପ୍ରତିକ୍ରିୟା ଦଉଛନ୍ତି । କିଛି ଲୋକ ଏହି ମହିଳାଙ୍କୁ ଲକି ଲେଡି ମଧ୍ୟ ସମ୍ବୋଧିତ କରୁଛନ୍ତି ଓ କେତେକ ଲୋକଙ୍କ ଅନୁଯାଇ ଠାକୁର ଏହି ମହିଳା ଉପରେ ବହୁତ ଦୟା କରିଛନ୍ତି ।

Leave a Reply

Your email address will not be published. Required fields are marked *