ନିଜ ଜୀବନରେ ରୋମାନ୍ସ ଆଣିବା ପାଇଁ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି ୫ଟି କାର୍ଯ୍ୟ

ପ୍ରେମ ଏକ ଏମିତି ସମ୍ବଧ ଯେଉଁଥିରେ ସବୁବେଳେ ଉଦ୍ୟମ କରିବା ଉଚିତ । ଯଦି ପ୍ରେମୀ ଯୁଗଳ ଙ୍କ ମଧ୍ୟରୁ କେହିବି ଏଥିରେ ଖିଲାପ କରିଥାନ୍ତି ତେବେ ସମ୍ପର୍କରେ ବିଭ୍ରାଟ ସୃଷ୍ଟି ହେବାରେ ଅଧିକ ସମ ଲାଗି ନଥାଏ । ଅଧିକାଂଶ ସମୟ କାର୍ଯ୍ୟରତ ଯୋଡ଼ିଙ୍କ ମଧ୍ୟରେ ଏହି ସମସ୍ଯା ରହିଥାଏ । କିନ୍ତୁ ୫ଟି ଅଭ୍ଯାସ କରିବା ଦ୍ଵାରା ଏହି ଅସୁବିଧାରୁ ମୁକ୍ତି ମିଳିପାରିବ । ପ୍ରେମୀ ଯୁଗଳ ସବୁବେଳେ ଏହି ଅଭିଯୋଗ କରିଥାନ୍ତି ଯେ ବିବାହ ପରେ ସେମାନଙ୍କ ମଧ୍ୟରେ ରୋମାନ୍ସ ଯେମିତି ଶେଷ ହୋଇ  ଯାଇଛି ।

ସାଧାରଣତଃ ସେମାନଙ୍କ ଜୀବନ ଶୈଳୀ ବ୍ୟସ୍ତତାରେ ଭରିଯିବା କାରଣରୁ ଏମିତି ଘଟିଥାଏ । ସମ୍ପର୍କରେ ରୋମାନ୍ସ ଓ ପ୍ରେମରେ କମ ଘଟିବାର ଅର୍ଥ ସମ୍ପର୍କ ତୁଟିବା ସହ ସମାନ ହେଇଥାଏ ।

ତେବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବ ଯେ ଏମିତି କଣ କରିବା ଉଚିତ ଯାହାଦ୍ୱାରା ଏହି ସବୁ ଅସୁବିଧାରୁ ମୁକ୍ତି ମିଳିବ ଏବଂ ପ୍ରେମ ସମ୍ପର୍କ ସୁଦୃଢ ରହିବ । ଏହି କାରଣରୁ ଆଜି ଆମେ ଆପଣଙ୍କୁ ଏମିତି ୫ଟି ଉପାୟ କହିବୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କ ସମସ୍ତ ଅସୁବିଧାରୁ ମୁକ୍ତି ମିଳିବ ।

ଗୃହକୁ ଆସିବା ସମୟରେ କଣ କିଛି ଆଣିବା ଦରକାର ?

ଏହି ପ୍ରଶ୍ନ ଗୋଟେ ଛୋଟ ପ୍ରଶ୍ନ ପରି ଆପଣ ଭାବୁଥିବେ । କିନ୍ତୁ ଏଥିରେ ଅନେକ ଦାମ ଅଛି । ଆପଣ ଯେତେବେଳେ ଅଫିସରୁ ଗୃହକୁ ଫେରୁଥିବେ ସେତେବେଳେ ଆପଣଙ୍କ ପତ୍ନୀକୁ ଏହି ପ୍ରଶ୍ନ ପଚାରିବା ଉଚିତ । ଏମିତି କରିବା ଦ୍ଵାରା ତାଙ୍କ ମନରେ ଏହି ଭାବନା ଆସିବା ଯେ ଆପଣ ତାଙ୍କ ପାଇଁ କେତେ ଚିନ୍ତା କରୁଛନ୍ତି । ଏହା ସହିତ ଆଗକୁ ଆସୁଥିବା ମନ ମଳିନରୁ ଆପଣ ମୁକ୍ତି ପାଇବେ ଏବଂ ଆପଣଙ୍କ ସାଥି ଆପଣଙ୍କ କେୟାରକୁ ବୁଝି ପାରିବେ ।

ଗୋଟେ ଛୋଟ ଚୁମ୍ବନ

ଶୁଣିବାକୁ ଆଜୀବ ଲାଗୁଥିଲେ ମଧ୍ୟ ଆପଣଙ୍କ ଛୋଟ ପ୍ରେମଭରା  ଚୁମ୍ବନ ଆପଣଙ୍କ ମଧ୍ୟରେ ରୋମାନ୍ସ ଭରିଦେବା । ଏଠାରେ କେବଳ ଓଠରେ ନୁହଁ ମଥା ଓ ଗାଲରେ ଚୁମ୍ବନ ଦେବା ବିଷୟରେ ଆମେ ଆପଣଙ୍କୁ କହୁଛୁ । ଏମିତି କରିବା ଦ୍ଵାରା ଆପଣଙ୍କ ମଧ୍ୟରେ ଆକର୍ଷଣ ଓ ରୋମାନ୍ସ ଭରିଦେବ । ଯେଉଁଠି ଏହି ଦୁଇଟି ରହିବ ସେଇଠି ପ୍ରେମ କିପରି ବା କମ ହେବ ।

ରୋଷେଇରେ ସାହାଜ୍ଯ କରିବା

ଆପଣ ମାନନ୍ତୁ ବା ନ ମାନନ୍ତୁ ଦୁହେଁ ମିଶି ରୋଷେଇ କରିବା ନା କେବଳ ରୋଷେଇରେ ସାହାଜ୍ଯ ମିଳିଥାଏ, ଏକାସାଙ୍ଗରେ କିଛି ସମୟ ଅତିବାହିତ କରିବାକୁ ମଧ୍ୟ ମିଳିଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ସମୟ ବଞ୍ଚିବା ସହ ସେହି ସମୟରେ ଆପଣ ପରସ୍ପର ପ୍ରେମଭାରା ବାରତାଲାପ କରିପାରିବେ ।

ବାର୍ତାଳାପ କରିବା

ଅଜ୍ଞାନ ହଁ ସେ ଯେଉଁ କାର୍ଯ୍ୟ ବା କଥା ହେଉନା କାହିଁକି ଉଭୟଙ୍କ ମଧ୍ୟରେ ଆଲୋଚନା ହେବ ଅତ୍ୟନ୍ତ ଜରୁରୀ । ଏମିତି କରିବା ଦ୍ଵାରା ଉଭୟଙ୍କ ମଧ୍ୟରେ ନିବିଡତା ବଢିବା ସହ ଆପଣ ନିଜର ସାଥୀଙ୍କୁ ଗୁରୁତ୍ଵ ଦେଉଥିବା ସେ ଭାବିବେ, ଏହା ଫଳରେ ଆପଣଙ୍କ ମଧ୍ୟରେ ପ୍ରେମ ଆହୁରି ସୁଦୃଢ ହେବ ।

Leave a Reply

Your email address will not be published. Required fields are marked *