ଦ୍ରୁତ ଗତିରେ ଆସୁଥିବା କାର ମାଆ ସହିତ ଯାଉଥିବା ପିଲାକୁ ମାରିଲା ଧକା ପବନରେ ଉଡି ପଡିଲା ଏବଂ ପୁଣି…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ,ଯେଉଁଥିରେ ଏକ ଦ୍ରୁତ ଗତିର କାର ଯାଉଥିବା ୩ବର୍ଷର ପିଲାକୁ ଧକା ମାରି ଚାଲିଗଲା । ଏହାପରେ ପିଲା ପ୍ରେମ ପବନରେ ଉଡିଗଲା ଏବଂ କିଛି ଦୂରକୁ ଯାଇ ଗଳି ପଡିଲା । ଡେଲି ମେଲର ଜଣେ ରିପୋର୍ଟରଙ୍କ ଅନୁସାରେ ଏହି ଘଟଣା ୟୁକ୍ରେନ ର ଅଟେ । କ୍ୟାମେରାରେ ହୋଇଥିବା ଏହି ଭିଡିଓକୁ ଜଣେ ପେଡେସ୍ଟ୍ରେନ କ୍ରସିଂ ଉପରେ ସୁଟ କରାଯାଇଛି ,ଯେଉଁଠି ଏକ କାର ପ୍ରେମକୁ ଧକା ଦେଉଛି ଏବଂ ପ୍ରେମ ପବନରେ ଉଡିଯାଇ କିଛି ବାଟ ଦୂରରେ ଗଳି ପଡୁଛି ।

ଏହି ଘଟଣା ୭ ଫେବୃୟାରୀ ରେ ହୋଇଛି ବୋଲି କୁହାଯାଇଛି ।

ଘଟଣା ସମୟରେ ଜଣେ ମାଆ ପିଲାର ସହିତ ରାସ୍ତା ପାର କରୁଥିଲା ଏବଂ ହଠାତ ଏକ ଦ୍ରୁତଗତିର କାର ପ୍ରେମକୁ ପବନରେ ଉଡାଇ ଆଗକୁ ଚାଲିଗଲା । ଘଟଣା ପରେ ସାଙ୍ଗେ ସାଙ୍ଗେ ମାଆ ନିଜ ପିଲାକୁ ନେଇ ହସ୍ପିଟାଲକୁ ନେଇଗଲା । ସେଠାରେ ଡାକ୍ତର କହିଲେ କି ଏପରି ଭୟାନକ ଦୁର୍ଘଟଣା ପରେ ବି ପିଲାଟି ବଞ୍ଚିଛି ଏବଂ ତାହାକୁ ଚମତ୍କାର ବୋଲି କହିଲେ । ପ୍ରେମକୁ ଧକା ମାରିଥିବା କାରର ଡ୍ରାଇଭରକୁ ପୋଲିସ ଗିରଫ କରି ନେଇଛି । ପୋଲିସ କହିଛି କି ଡ୍ରାଇଭର ବହୁତ ନିଶାରେ ଥିଲା ଏବଂ ଏହି କାରଣରୁ ତାକୁ ୩ବର୍ଷ ଜେଲ ଦଣ୍ଡ ହୋଇପାରେ ।

ଏହି ଭିଡିଓକୁ ଜେବ୍ରା କ୍ରସିଂ ଉପରେ ରହିଥିବା ଏକ ଅନ୍ୟ ଗାଡିର ଡେଶବାର୍ଡ ଉପରେ ରଖାଯାଇଥିବା କ୍ୟାମେରାରେ ସୁଟ କରାଯାଇଥିଲା । ଭିଡିଓରେ ଦେଖାଯାଇଛି କି ମାଆ ନିଜର ପିଲାକୁ ନେଇ ରାସ୍ତା ପାର ହେଉଥିଲେ କିନ୍ତୁ ସେ ହଠାତ ରହି ଯାଇଥିଲେ । ବୋଧେ ମହିଳା ଦ୍ରୁତଗତିରେ ଆସୁଥିବା କାର କୁ ଦେଖି ରହିଯାଇ ଥିଲେ କିନ୍ତୁ ସେହି କାରଟି ପ୍ରେମକୁ ପବନରେ ଉଡାଇ ଦେଇ ଚାଲିଗଲା । ଫେସବୁକରେ ଏହି ଭିଡିଓକୁ ୭ନ୍ଯୁଜ ଅଷ୍ଟ୍ରେଲିଆ ଶେୟାର କରିଛି ।

ଘଟଣା ପରେ ମହିଳା ବହୁତ ଡରିଗଲା ଏବଂ ସେ ଦୌଡି ନିଜ ପିଲା ପାଖକୁ ଗଲେ । ଏହାପରେ ସେହି କାରରୁ ବାହାରି ଦୁଇଜଣ ଲୋକ ମହିଳାଙ୍କର ସାହାଯ୍ୟ କରିବା ପାଇଁ ଆସିଲେ । ପିଲାର ମାଆ Maria Tkachenko ଲୋକାଲ ମିଡିଆକୁ କହିଛନ୍ତି କି ଡ୍ରାଇଭର ଦୌଡି ମୋ ପାଖକୁ ଆସିଲା ଏବଂ ମତେ ଭୁଲ ମାଗିବାକୁ ଲାଗିଲା । ସେହି ସମୟରେ ମତେ ତାପାଖରୁ ମଦର ଗନ୍ଧ ଆସୁଥିଲା । ଏହାପରେ ପିଲାକୁ ହସ୍ପିଟାଲ ନିଆଗଲା ,ସେଠାରେ ଡାକ୍ତର ତାର ଚିକତ୍ସା କଲେ । ଡାକ୍ତର କହିଛନ୍ତି ଏହା ଏକ ଚମତ୍କାର ଅଟେ କାରଣ ଏତେ ବଡ ଦୁର୍ଘଟଣା ପରେ ବି ପିଲାଟିର ଅଧିକ କ୍ଷତି ହୋଇନଥିଲା ।

Leave a Reply

Your email address will not be published. Required fields are marked *