ମୋର ସମସ୍ତ ପରିବାର ବାଧ୍ୟ କରୁଛନ୍ତି ସେକେଣ୍ଡ ମ୍ୟାରେଜ ପାଇଁ ..କେତେ ଦିନ ପାଇଁ ଜଣଙ୍କୁ… ? ନିଜ ଦ୍ଵିତୀୟ ବିବାହକୁ ନେଇ ଏମିତି କହିଲେ Bidyashree…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ବିଦ୍ୟାଶ୍ରୀ ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଅନେକ ଅଭିଯୋଗ ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ନିଜର ଦିତୀୟ ବିବାହ ବିଷୟରେ ବିଦ୍ୟାଶ୍ରୀ କହିଛନ୍ତି କି ତାଙ୍କ ପରିବାର ବାଧ୍ୟ କରୁଛନ୍ତି ବିବାହ ପାଇଁ ଯାହାକୁ ନେଇ ବିଦ୍ୟାଶ୍ରୀ କହିଛନ୍ତି କି ଆମ ଜଣେ ମଣିଷକୁ ସେତେ ଦିନ ଯାଏଁ ଭଲ ପାଉ ଯେତେ ଦିନ ଯାଏଁ ସେ ଆମ ପାଖରେ ରହିଥାନ୍ତି । ଜଣେ ମଣିଷ ଆମକୁ କେୟାର କରିଲେ ଆମେ ମଧ୍ୟ ତା ବଦଳରେ କେୟାର କରିଥାଉ ସେଥିପାଇଁ ଭଲ ପାଇଥାଉ ।

ଆଇ ଲଭ ୟୁ କହିଲେ ଆଇ ଲଭ ୟୁ ଋଟର୍ନ ବ୍ୟାକରେ ଶୁଣିବାକୁ ପଡିଥାଏ ସେଥିପାଇଁ ଭଲ ପାଇଥାଉ । ତେଣୁ ଯେତେ ଦିନ ଯାଏଁ ମଣିଷ ଆମ ପାଖରେ ଅଛି କଣ ସେତେ ଦିନ ଯାଏଁ ତାଙ୍କୁ ଭଲ ପାଇବା ଏମିତି କହିଛନ୍ତି ବିଦ୍ୟାଶ୍ରୀ । ଲୋକ ଟା ଯିବା ପରେ ଜୀବନରେ ମୁଭ ଅନ କରିବା ଠିକ କିନ୍ତୁ ପରିସ୍ଥିତି ରୁ ମୁଭ ଅନ କରିବା ଉଚିତ ।

ନିଜେ ଯାହା କରୁଛ ତାହା ସମାଜ ପାଇଁ ବାର୍ତ୍ତା ଯେପରି ନ ହେଉ କି ଯାହା ମୁଁ କରୁଛି ତୁମେ ମଧ୍ୟ ସେୟା କର ବୋଲି ବିଦ୍ୟାଶ୍ରୀ ରାଏ ଦେଇଛନ୍ତି । ବିଦ୍ୟାଶ୍ରୀ ଦାସ ଏମିତି କରୁଛନ୍ତି କାରଣ ତାଙ୍କର ମଧ୍ୟ ଭଲ ପାଇବାରେ ସେତିକି ଡେଡିକେଶନ ସେତିକି ଇମୋଶନ ରହିଥିଲା ତାଙ୍କ ସ୍ଵାମୀ ଙ୍କ ପ୍ରତି ଯାହା ପାଇଁ ସେ ଅନ୍ୟ କାହାକୁ ସ୍ଥାନ ଦେଇ ପାରିବେ ନାହି ।

ତାଙ୍କ ସ୍ଵାମୀ ତାଙ୍କ ସହ ଯେତିକି ଦିନ ଥିଲେ କିନ୍ତୁ ଆଜି ସେ ନାହାନ୍ତି ବୋଲି ଅନୁଭବ କରୁ ନାହାନ୍ତି । ତାଙ୍କ ସ୍ବାମୀଙ୍କ ଶରୀର ନଷ୍ଟ ହୋଇ ଯାଇଛି କିନ୍ତୁ ତାଙ୍କର ଆତ୍ମା ନୁହେଁ ବୋଲି ବିଦ୍ୟାଶ୍ରୀ ମତ ଦେଇଛନ୍ତି । ଏବେ ବି ସେ ତାଙ୍କୁ ଅନୁଭବ କରୁଛନ୍ତି ତାଙ୍କ ସୁଖ ଦୁଖ ଭଲ ମନ୍ଦ ସମୟରେ । ଏମିତିକି ସେ ସବୁ କିଛି ତାଙ୍କ ସ୍ଵାମୀଙ୍କ ଫୋଟୋ ସହ ସେୟାର କରୁଛନ୍ତି ।

ସେ ଯାହା ବି କରୁଛନ୍ତି ତାଙ୍କ ସ୍ବାମୀଙ୍କ ପାଇଁ ହିଁ କରୁଛନ୍ତି । ଏହା ପରେ ବିଦ୍ୟାଶ୍ରୀ କହିଛନ୍ତି କି ତାଙ୍କ ସ୍ଵାମୀ ଡାଏରୀ ରେ ଶେଷ ପ୍ରୁଷ୍ଠା ରେ ସେ ଲେଖି ଯାଇଥିଲେ କି ଶ୍ରୀ ତୁମେ ବହୁତ ଭଲ ଆଉ ମୁଁ ତୁମକୁ ବହୁତ ଭଲ ପାଏ ଉପରେ ରହି ତୁମକୁ ବହୁତ ମିସ କରିବି । ଯଦି ତାଙ୍କ ସ୍ଵାମୀ ତାଙ୍କୁ ସ୍ଵର୍ଗ ରେ ରହି ମାନେ ପକାଇବେ ବା ମିସ କରିବେ ତେବେ ସେ ତଳେ ରହି ଆଉ କାହାର କେମିତି ହୋଇଯିବେ ବୋଲି ମନ୍ତବ୍ୟ ଦେଇଛନ୍ତି ବିଦ୍ୟାଶ୍ରୀ । ତାଙ୍କର ଗୋଟେ ଧାରଣା ରହିଛି କି ତାଙ୍କ ସ୍ବାମୀଙ୍କ ଜୀବନରେ ପ୍ରଥମ ପ୍ରେମ ସେ ନ ଥିଲେ ହୁଏ ତ ଶେଷ ପ୍ରେମ ଥିଲେ । ତେବେ ସେ କାହିଁକି ତାଙ୍କ ଜୀବନରେ ଶେଷ ପ୍ରେମ ଭାବେ ନିଜ ସ୍ବାମୀଙ୍କୁ ନ ରଖିବେ ।

ବନ୍ଧୁଗଣ ଆପଣ ମାନଙ୍କର ବିଦ୍ୟାଶ୍ରୀ ଙ୍କ ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *