ଛିଗୁଲାଉଥିଲେ ହାତୀକୁ, ରାଗିଯାଇ ଖେଦି ଗଲା ଦନ୍ତା! ଦେଖନ୍ତୁ କେମିତି ଆକ୍ରମଣ କରୁଛି ହାତୀ, Video ଦେଖି ଛାତି ଥରିଉଠିବ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ରାଜ୍ୟ ରେ ହାତୀ ମାନଙ୍କୁ ନେଇ ଅନେକ ଘଟଣା ପ୍ରାୟତ ସାମନାକୁ ଆସୁଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ । ତେବେ ହାତୀ ମାନେ କେତେବେଳେ ମଣିଷ ମାନଙ୍କ ଉପରେ ବିନା କାରଣରେ ଆକ୍ରମଣ କରିଥାନ୍ତି ତ ଆଉ କେତେବେକେ ମଣିଷ ମାନେ ହାତୀ ମାନଙ୍କୁ ହଇରାଣ ହରକତ କରିଥାନ୍ତି । ଯାହା ଫଳରେ ହାତୀ ମଣିଷର ଜୀବନ ନେବାକୁ ମଧ୍ୟ ପଛାନ୍ତି ନାହି । ତେବେ ଏଭଳି ଏକ ଘଟଣା ସାମନାକୁ ଆସିଛି ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଦନ୍ତା ହାତୀ ଙ୍କୁ ଏମିତି ବିଲ ମଝିରେ ଯୁବତୀ ଜଣକ ଛିଗୁଲାଉଛନ୍ତି ଯୁବକ ଜଣକ । କେମିତି ଦନ୍ତା ହାତୀ ପାଖକୁ ଯାଇ ତା ଆଗରେ ହାତ ହଲାଇ ନାଚୁଛନ୍ତି ଉଭ୍ରାନ୍ତ ଯୁବକ ମାନେ । ଆଉ ଜଙ୍ଗଲ ହାତି ବି ଏମାନଙ୍କର ଏଭଳି ହରକତ କୁ ସହଜରେ ଗ୍ରହଣ କରୁ ନାହି । ସେଥିପାଇଁ ତ ତାଙ୍କ ପାଖକୁ ଖେଦି ଯାଉଛି ଦନ୍ତା ।

କେମିତି ଜଙ୍ଗଲ ରୁ ବିଲ ଭିତରକୁ ପଳାଇ ଆସି ହାତୀ ବୁଲୁଛି । ଆଉ ହାତୀ ଦେଖିବା ପରେ ଯୁବକ ମାନେ ଏହି ପଡିଆକୁ ଆସିଥିଲେ । କିନ୍ତୁ ବିଲ ହିଡ ଦେଇ ହାତୀ ପାଖକୁ ଯିବା ପାଇଁ କିଛି ଯୁବକ ଚେଷ୍ଟା କରିଥିଲେ । ଆଉ ଏହା ଦେଖି ହାତୀ ରାଗି ଯାଇ ହାତୀ ସେମାନଙ୍କ ଉପରକୁ ଆକ୍ରମଣାତ୍ମକ ହୋଇ ଦୌଡି ପଳାଇ ଆସିଥିଲା ।

ତେବେ ମୟୂରଭଞ୍ଜ ରାସଗୋବିନ୍ଦପୁର ରେ ଛାତନା ପଞ୍ଚାୟତର ରାଏପାଳ ଗାଁ ରେ ଆଜି ସକାଳୁ ଜଣେ ମହିଳା ପାଣି ଆଣିବାକୁ ଘର ପାଖ ନାଳ କୂଅକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ଦଳି ଦେବାରୁ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ହସପିଟାଲ କୁ ନେବା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

ଝାଡଖଣ୍ଡ ଅଞ୍ଚଳ ରୁ କିଛି ହାତୀ ଓଡିଶା ପ୍ରବେଶ କରି ମୟୂରଭଙ୍ଗ ଜିଲ୍ଲା ର ବିଭିନ୍ନ ଜଙ୍ଗଲ ରେ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ହାତୀ ସହ ଏହି ଯୁବକ ମାନଙ୍କ ପାଇଁ କାଳ ନ ସାଜିବ ତାହା କିଏ ବା କହିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *