ଯେଉଁ ବନ୍ଧୁ ଦେଇଥିଲା ସାହାରା, ତାର ହିଁ ସ୍ବାମୀଙ୍କୁ ପ୍ରେମ କରି ବସିଲେ ‘Smruti Irani, ତାପରେ ତା ଝିଅର ମଧ୍ୟ କଲେ…

ବନ୍ଧୁଗଣ, କ୍ଯାବିନେଟ ମିନିଷ୍ଟର ଏବଂ ହିନ୍ଦୀ ଟିଭି ସିରିୟଲ ର ତୁଲସୀ ଅର୍ଥାତ ‘ସ୍ମୃତି ଇରାନୀ’ ୨୩ ମାର୍ଚ୍ଚ କୁ ନିଜର ୪୫ ତ୍ତମ ଜନ୍ମଦିବସ ପାଳନ କରିଛନ୍ତି । ‘ସ୍ମୃତି ଇରାନୀ’ ର ଜନ୍ମ ୨୩ ମାର୍ଚ୍ଚ, ୧୯୭୬ ମସିହାରେ ଦେଶର ରାଜଧାନୀ ଦିଲ୍ଲୀ ରେ ହୋଇଥିଲା । ବନ୍ଧୁଗଣ ‘ସ୍ମୃତି ଇରାନୀ’ ଙ୍କ ପୁରୁଣା ନାମ ‘ସ୍ମୃତି ମଲ୍ହୋତ୍ରା’ ଥିଲା । ଆଜି ସେ ଦେଶର ସବୁଠାରୁ ବଡ କେନ୍ଦ୍ରୀୟ ପାର୍ଟିର ମନ୍ତ୍ରୀ ଅଟନ୍ତି । ଦର୍ଶକବନ୍ଧୁ ବର୍ତ୍ତମାନ ତାଙ୍କୁ ଦେଶ ବିଦେଶରେ ସମସ୍ତେ ଜାଣନ୍ତି । ‘ସ୍ମୃତି ଇରାନୀ’ ଙ୍କ ସଂପୂର୍ଣ୍ଣ ଜୀବନୀଶୈଳୀ ବହୁତ ଇଣ୍ଟରେସଟିଙ୍ଗ ଅଟେ ।

ଦର୍ଶକବନ୍ଧୁ ‘ସ୍ମୃତି ଇରାନୀ’ ଙ୍କର ୧୬ ବର୍ଷ ବୟସରୁ ହିଁ ତାଙ୍କର ପସନ୍ଦ ତଥା ଶଉକ ବଦଳିବାକୁ ଲାଗିଲା । ମାତ୍ର ତାଙ୍କର ଘର ର ପରିସ୍ଥିତି ଭଲ ନଥିଲା । ତାଙ୍କ ପିତା କୋରିୟର କମ୍ପାନୀ ରେ କାମ କରୁଥିଲେ । ମାତ୍ର ଅଧିକ ଆୟ ହେଉନଥିଲା । ସେହି ସମୟରେ ନିଜ ପିତାଙ୍କୁ ସାହାଜ୍ଯ କରିବାକୁ ଯାଇ ସେ ଦିଲ୍ଲୀ ରେ ବ୍ୟୁଟି ପ୍ରଡକ୍ଟ ର ମାର୍କେଟିଙ୍ଗ ର କାମ କରିବାକୁ ଲାଗିଲେ ।

ଏହି ସମୟରେ ତାଙ୍କୁ କେହି ଜଣେ ମଡେଲିଙ୍ଗ କରିବାକୁ କହିଲେ । ଏହାପରେ ସେ ମୁମ୍ବାଇ ଗଲେ ଏବଂ ସେଠାରେ ୧୯୯୮ ରେ ମିସ-ଇଣ୍ଡିଆ ପାଇଁ ଅଡିସନ ଦେଲେ, ଏବଂ ସେଥିରେ ସେ ସଫଳ ମଧ୍ୟ ହେଲେ । ମାତ୍ର ତାଙ୍କ ପିତା ତାଙ୍କର ଏହି ପ୍ରସଙ୍ଗକୁ ନେଇ ଖୁସି ନଥିଲେ । ‘ସ୍ମୃତି ଇରାନୀ’ ଗୋଟିଏ ଇଣ୍ଟରଭିଉ ରେ କହିଥିଲେ ଯେ, ୧୯୯୮ ସେ ମିସ-ଇଣ୍ଡିଆ କଣ୍ଟେଷ୍ଟ ରେ ଭାଗ ନେଇଥିଲେ, ମାତ୍ର ଏହି ବିଷୟରେ ତାଙ୍କ ଘରେ କାହାକୁ ଜଣା ନଥିଲା । ସେ କହିଥିଲେ ଯେ ମୁଁ ଦେଖିବାକୁ କୌଣସି ମଡେଲ ଭଳି ନଥିଲି ।

ମାତ୍ର ମିସ- ଇଣ୍ଡିଆ କଣ୍ଟେଷ୍ଟ ରେ ସର୍ଟ-ଲିଷ୍ଟ ରେ ମୋହର ନାମ ଆସିଥିବାରୁ ମୋହର ପ୍ରାଏ ବିଶ୍ଵାସ ହେଲା ନାହିଁ । ଏହାପରେ ସେ ମୁମ୍ବାଇକୁ ଚାଲିଯାଇ ସେଠାରେ ପଇସା କମାଇବା ପାଇଁ ସେ ରେଷ୍ଟୁରାଣ୍ଟ ରେ ଫର୍ସ ସଫା କରିବା କାମ କରିଥିଲେ । ସେ ସେହିଠାରେ କାମ କରୁଥିବା ସମୟରେ ତାଙ୍କର ଗୋଟିଏ ଫାର୍ସି ଝିଅ ସାଙ୍ଗେ ଦେଖା ହେଲା । ତାଙ୍କର ନାମ ଥିଲା ‘ମୋନା ଇରାନୀ’ ।

‘ମୋନା ଇରାନୀ’ ‘ସ୍ମୃତି ଇରାନୀ’ ଙ୍କ ସ୍ବାମୀଙ୍କର ପ୍ରଥମ ସ୍ତ୍ରୀ ଅଟନ୍ତି । ମୋନା ଙ୍କର ବନ୍ଧୁତା ସ୍ମୃତି ଙ୍କ ସହିତ ହେଲା ଏବଂ କ୍ରମଶ ଏହା ଅଧିକ ଗଭୀର ଭାବେ ବଢିଗଲା । ସ୍ମୃତି ଙ୍କର ଅସୁବିଧା ଦେଖି ମୋନା ତାଙ୍କୁ ନିଜ ଘରକୁ ସାଥିରେ ରହିବାକୁ କହିଲେ । ଏବଂ ନିଜ ସାଙ୍ଗରେ ତାଙ୍କ ଘରକୁ ନେଇଗଲେ । ଏହାପରେ ମୋନାଙ୍କ ଘରେ ସ୍ମୃତି ଙ୍କର ବନ୍ଧୁତା ତାଙ୍କ ସ୍ଵାମୀ ‘ଜୁବିନ’ ସାଙ୍ଗେ ହୋଇଗଲା ।

ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳିଗଲା । ଏହାପରେ କ୍ରମଶ ମୋନା ଏବଂ ଜୁବିନ ଅଲଗା ହୋଇଗଲେ ଏବଂ ଛାଡପତ୍ର ନେଇଗଲେ । ଏହାପରେ ‘ସ୍ମୃତି’ ଏବଂ ‘ଜୁବିନ’ ଉଭୟ ବିବାହ କରିନେଲେ । ‘ସ୍ମୃତି ଇରାନୀ’ ‘କ୍ୟୁକି ସାଶ ଭି କଭି ବୋହୁ ଥି’ ସିରିୟଲ ରେ ଅଭିନୟ କରୁଥିବା ସମୟରେ ତାଙ୍କର ବଡପୁଅ ‘ଜୋହର’ ଙ୍କର ଜନ୍ମ ହୋଇଥିଲା । ବନ୍ଧୁଗଣ ଏହା ସହିତ ‘ସ୍ମୃତି ଇରାନୀ’ ଙ୍କର ଗୋଟିଏ ସାବତ ଝିଅ ମଧ୍ୟ ରହିଅଛି । ସେହି ଝିଅଟିର ନାମ ସୋନେଲ ଅଟେ ।

‘ସ୍ମୃତି ଇରାନୀ’ ମିଡିଆ ଆଗରେ କହିଥିଲେ ଯେ, ମୁଁ ଏଥିପାଇଁ ଜୁବିନ ଙ୍କ ସହିତ ବିବାହ କରିଲି କାରଣ ମତେ ସେ କଠିନ ସମସ୍ୟାରେ ସଠିକ ନିର୍ଣ୍ଣୟ କରିବାର ଉପେଦେଶ ଦେଉଥିଲେ । ଏଥିପାଇଁ ଉଭୟ ଚିନ୍ତା କଲୁ ଯେ ଦୁହିଜଣ ଜୀବନସାରା ସାଥି ହୋଇ ରହିଲେ ଭଲ ହେବ । ଏହା ପରେ ଉଭୟ ବିବାହ କରିଲୁ । ଏହି ବିବାହରେ ଆମ୍ଭ ପରିବାର ଲୋକେ ମଧ୍ୟ ଖୁସୀ ଥିଲେ ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଆମ୍ଭକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *