ନିଜକୁ ଶିବ, ବିଷ୍ଣୁ ଓ ମା କାଳୀ ଙ୍କ ଅବତାର ବୋଲି କହୁଥିଲେ ଏହି ପିଲା, ଏମାନଙ୍କ ଚମତ୍କାରୀ ଶକ୍ତିକୁ ଦେଖିବାକୁ ଆସୁଛନ୍ତି ହଜାର ହଜାର ଲୋକ, ଭିଡିଓ ଭାଇରାଲ 

ଭାରତ ଏମିତି ଏକ ଦେଶ ଯେଉଁଠି କି ଲୋକେ ଧର୍ମ ଓ ଆସ୍ଥା ପାଇଁ ଜଣାଯାଇଥାନ୍ତି। ସିମଳା ରେ ୩ ଜଣ ଅସାଧାରଣ ପିଲା , ସେମାନେ ନିଜ କୁ ଶିବ, ବିଷ୍ଣୁ ଓ ମା କାଳୀ ଙ୍କ ଅବତାର ବୋଲି କହୁଛନ୍ତି ଏବଂ ନିଜର ଚମତ୍କାର ଶକ୍ତି ରେ ସମସ୍ତଙ୍କର ଶାରୀରିକ ଓ ମାନସିକ ରୋଗ କୁ ଠିକ୍ କରିବାର କଥା ବି ଦେଉଛନ୍ତି। ଏବେ ଏହି ପିଲା ଙ୍କ ଠୁ ନିଜ ଚିକିତ୍ସା ପାଇଁ ଲୋକେ ବହୁତ ଭିଡ଼ ଲାଗୁଛନ୍ତି ତ ଆସନ୍ତୁ ସଂପୂର୍ଣ୍ଣ ଘଟଣା ବିଷୟରେ ଜାଣିବା ।

ସିମଳା ର ଠିୟୋଗ ନାମକ ଏକ ଗାଁ ରେ ସମସ୍ତେ ବର୍ତ୍ତମାନ ସମୟରେ ବହୁତ ଖୁସି ରହୁଛନ୍ତି। ସେଠାରେ ବାଲଗ୍ ର ପାଣ୍ତବ ଙ୍କ ସ୍ଥଳୀ ଠୁ ୩ କିମି ଦୂରରେ ୩ ଜଣପିଲା ନିଜ କୁ  ଦେବତା ଙ୍କ ଅବତାର କହୁଛନ୍ତି ।

ରାନୀ ଓ ଶ୍ୟାମଲାଲ୍ ଙ୍କର ତିନି ପିଲା ଭିତରୁ, ବଡ଼ ପୁଅ ଅମନ୍ ନିଜକୁ ଶିବ, ମଝିଆ ପୁଅ ଆଶିଷ ନିଜକୁ ବିଷ୍ଣୁ ଓ ସାନ ଝିଅ ମୁସ୍କାନ୍ ନିଜକୁ ମା କାଳୀ କହୁଛନ୍ତି। ଏମାନଙ୍କ ବୟସ ୧୫ ରୁ ୨୦ ଭିତରେ ହେବ। ଲୋକ ମାନେ କହୁଛନ୍ତି ଯେତେବେଳେ ସେମାନେ ଆସିଥିଲେ ବହୁତ କଷ୍ଟ ରେ ଥିଲେ ହେଲେ ଏବେ ତାଙ୍କ ଦର୍ଶନ ପରେ ସେମାନ ଙ୍କ ରୋଗ ଭଲ ହେଇଯାଇଛି, ଏହା ଲୋକ ଙ୍କ ଆସ୍ଥା କି ଅନ୍ଧବିଶ୍ୱାସ ଯାହା ବି ହେଉ, ସେମାନଙ୍କ ଦର୍ଶନ ପାଇଁ ସମସ୍ତଙ୍କ ଭିଡ଼ ଲାଗିରହିଛି ।

ସେଇ  ଗାଁରେ ରହୁଥିବା ସୋହନ୍ ପାଣ୍ଡେ କହୁଛନ୍ତି ଯେବେ ଏ ପିଲା ମାନେ ପରିଚିତ ହେଇଥିଲେ ସେତେବେଳେ ଏଠି କୁ ହିମାଳୟ, ପଞ୍ଜାବ, ହରିୟଣା ଓ ଉତ୍ତର ପ୍ରଦେଶ ରୁ ଲୋକ ମଧ୍ୟ ଆସିଥିଲେ। ଓ ସେ କହିଛନ୍ତି ତାଙ୍କ ନାତି ଦେହ ଖରାପ ଥିଲା। ବହୁତ ଡାକ୍ତରଖାନା କୁ ଯାଇ ମଧ୍ୟ ଭଲ ହେଇନଥିଲା, ଯେତେବେଳେ ଏ ତିନି ପିଲା ଙ୍କ ସହ ଦେଖା କଲେ ସେ ସମ୍ପୂର୍ଣ୍ଣ ରୂପେ ଭଲ ହେଇଗଲା ।

ସେ ତିନି ପିଲା ଙ୍କ କହିବା କଥା ଯେ ସେମାନେ ସମାଜ କଲ୍ୟାଣ ପାଇଁ ଜନ୍ମ ନେଇଛନ୍ତି। ଏବେ କିଛି ଦିନ ଗାଁ ରେ ରହି ତାପରେ ସେମାନେ କୈଳାସ ପର୍ବତ କୁ ଚାଲିଯିବେ। ଭିଡିଓ ଟି ରେ ଆପଣ ଲୋକ ଙ୍କ ଚିକିତ୍ସା ହେବାରେ ଦେଖିପାରିବେ ।

Leave a Reply

Your email address will not be published. Required fields are marked *