ପୂଜା କଲା ବେଳେ ମହିଳାମାନେ କାହିଁକି ଦିଅନ୍ତି ମୁଣ୍ଡରେ ଓଢଣା, ଜାଣନ୍ତୁ ଏହା ପଛରେ ଥିବା କାରଣ

ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମ ଅନୁଯାଇ ମହିଳାଙ୍କୁ ମୁଣ୍ଡରେ ଓଢଣା ଦେଇ ପୂଜା କରିବା ଉଚିତ ଅଟେ ବୋଲି କୁହା ଯାଇଛି । ମହିଳାମାନେ ମଧ୍ୟ ବଡମାନଙ୍କ ଏହି କଥା ସବୁବେଳେ ମାନନ୍ତି ଓ ପୂଜା କଲା ବେଳେ ମୁଣ୍ଡରେ ଓଢଣା ନିଶ୍ଚିନ୍ତ ଦିଅନ୍ତି । ସେଥିପାଇଁ ଯାହା ଘରେ ବି ଶୁଭ କାର୍ଯ୍ୟ ହୁଏ ବା ପୂଜା ହୋଇଥାଏ ମହିଳାମାନେ ମୁଣ୍ଡରେ ଓଢଣା ଦେଇ ପୂଜା ରେ ବସନ୍ତୀ । ଏହା ଛଡା ମହିଳାମାନେ ଯେବେ ବି ମନ୍ଦିର ଯାନ୍ତି ସେତେବେଳେ ମଧ୍ୟ ମୁଣ୍ଡରେ ଓଢଣା ଦେଇ ଠାକୁରଙ୍କୁ ପୂଜା କରନ୍ତି ଓ ଅର୍ଚନା କରନ୍ତି ।

Image Courtesy: Google

ଠାକୁରଙ୍କୁ ମୁଣ୍ଡିଆ ମାରିବା ଆଗରୁ ମୁଣ୍ଡ ରେ ଓଢଣା ଦବା ଆବଶ୍ୟକ ବୋଲି କୁହା ଯାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ମାହିଲାମାନେ ପୂଜା କଲା ବେଳେ ମୁଣ୍ଡରେ ଓଢଣା କଣ ପାଇଁ ଦିଅନ୍ତି ? ଏହା ପଛରେ କଣ କାରଣ ହୋଇପାରେ । ଯଦି ଆପଣଙ୍କୁ ଏହା ବିଷୟରେ କିଛି ଜଣା ନାହିଁ ତେବେ କିଛି ଅସୁବିଧା ନାହିଁ କାହିଁକିନା ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି କହିବାକୁ ଯାଉଛୁ ତେବେ ଧ୍ୟାନ ଦେଇ ପଢନ୍ତୁ ।

Image Courtesy: Google

ପୁରୁଣା ମାନ୍ୟତା ଅନୁଯାଇ ଆପଣ ଯାହାକୁ ବହୁତ ସମାନ କରନ୍ତି ତାଙ୍କ ସାମ୍ନା ରେ ମୁଣ୍ଡରେ ଓଢଣା ଦେଇ ଯିବା ଉଚିତ ଅଟେ । ଏହି କାରଣ ପାଇଁ ମହିଳା ଯେତେବେଳେ ନିଜ ସାସୁ ଶଶୁର ସାମ୍ନାକୁ ଯାନ୍ତି ସେତେବେଳେ ମଧ୍ୟ ମୁଣ୍ଡରେ ଓଢଣା ଦିଅନ୍ତି । ଏହା ଛଡା ଲୋକଙ୍କ ଏହା ମଧ୍ୟ ମାନ୍ୟତା ଅଛି ଯେ ମୁଣ୍ଡରେ ଓଢଣା ଥିଲେ ମନ ଶାନ୍ତ ରୁହେ ଓ ମନ ଏପଟ ସେପଟ ଯାଏ ନାହିଁ ଓ ଠାକୁରଙ୍କ ସ୍ମରଣ ରେ କୌଣସି ପ୍ରକାର ବାଧା ଉତ୍ପନ ହୁଏ ନାହିଁ ।

Image Courtesy: Google

ଯଦି ବେଦ କଥା କୁହା ଯାଏ ତେବେ ବେଦ ଅନୁଯାଇ ମୁଣ୍ଡ ମଧ୍ୟ ରେ ସହସ୍ତ୍ରରାର ଚକ୍ର ହବାରୁ ଏହା ଉପରେ ବହୁତ ଶୀଘ୍ର ପ୍ରଭାବ ପଡିଥାଏ । କୁହା ଯାଏ ଯେ ପୂଜା କଲା ବେଳେ ଆପଣଙ୍କ ମୁଣ୍ଡ ଏହି ଚକ୍ର ଉପରେ କୌଣସି ପ୍ରକାର ନକାରାତ୍ମକ ଊର୍ଜା ର ପ୍ରଭାବ ପଡିବ ନାହିଁ ସେଥିପାଇଁ ପୂଜା କଲା ବେଳେ ମୁଣ୍ଡରେ ଓଢଣା ଦବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *