ଅଗଷ୍ଟ ୭ରେ ଲଂଚ ହେବ ୧୫୬ କିଲୋମିଟର ମାଇଲେଜ ଦେଉଥିବା ବାଇକ୍, ଏହା ସହ ଅଛି ଆହୁରି ଅନେକ ଫିଚର – ଯଦି କିଣିବାକୁ ଚାହୁଞ୍ଚନ୍ତି ବାଇକ ତେବେ

ଆଜିକାଲି ପୁଅ ତ ପୁଅ ଝିଅମାନେ ମଧ୍ୟ ବାଇକ ଚଲେଇବାକୁ ପସନ୍ଦ କରୁଛନ୍ତି । ତେବେ ସମସ୍ତେ ସବୁବେଳେ ଏହି ଅପେକ୍ଷାରେ ଥାନ୍ତି କି କେବେ କିଛି ନୂଆ ବାଇକ ବାହାରିବ ଓ ସେମାନେ ଏହାକୁ ଚଲେଇବେ । ତେବେ ଯଦି ଆପଣ ମଧ୍ୟ ସେହିଭଳି କିଛି ଅପେକ୍ଷାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଯଦି ଆପଣ କୌଣସି ନୂଆ ବାଇକ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଏହି ବାଇକ ନିଶ୍ଚୟ କିଣିବେ । ତେବେ ଆମେ କଥା ହେଉଛି କ ନୂଆ ବାଇକ ବିଷୟରେ ଯାହା ଅଗଷ୍ଟ ୭ ତାରିଖରେ  ଭାରତରେ ଲଞ୍ଚ ହେବ । ଏହି ଗାଡିରେ ରହିଛି ଅନେକ ଆଧୁନିକ ମଡ଼େଲର ଫିଚର । ଯାହା ଆପଣଙ୍କୁ ଦେବ ଏକ ନୂଆ ଅନୁଭୂତି ।  ଏହି ଗାଡିର ନାମ ହେଉଛି  ରିଭଲ୍‌ଟ ଆରଭି ୪୦୦(Revolt RV 400) ।

ଏହା ହେଉଛି ଦେଶର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଇଲେକ୍ଟ୍ରିକ ମଟରସାଇକେଲ୍‌ । ଏହାର ଏକ ଡେମୋ କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ଏହାର ଷ୍ଟାଇଲିଶ ଲୂକ୍ ଓ ଫିଚର୍ସ ଅନ୍ୟ ଗାଡି ଠାରୁ ବହୁତ ଅଲଗା । ତେବେ ଏହା ପ୍ରଥମେ ଏବେ କେବଳ ଦିଲ୍ଲୀରେ ହିଁ ଲଞ୍ଚ କରାଯିବ । ଏହାର ଦାମ ହେଉଛି ୧ ଲକ୍ଷ ଟଙ୍କା । ୧୦୦୦ ଟଙ୍କା ଦେଇ ଲୋକେ ଏହାର ବୁକିଂ କରିପାରିବେ’ । ଲଞ୍ଚ ହେବାର ୪ ମାସ ପରେ ଅନ୍ୟ ସ୍ଥାନରେ ଏହା ଉପଲବ୍ଧ ହେବ ।

ଏହି ରିଭଲ୍‌ଟ ଆରଭି ୪୦୦ରେ ଅନେକ କନେକ୍ଟିଭିଟି ଫିଚର୍ସ ଗୁଡିକ ଅଛି । କେବଳ ସେତିକି ନୁହେଁ ଏଥିରେ ୪-ପ୍ରି ଲୋଡେଡ୍‌ ମଟରସାଇକେଲ୍‌ ସାଉଣ୍ଡ ଦିଆଯାଇଛି। ଏହି ବାଇକ୍‌ ୪ଜି ଏଳ୍‌ଟି ସିମ୍‌ର ସୁବିଧା ଦିଆଯାଇଛି। ଏଥିରେ ଇଣ୍ଟରନେଟ୍‌ ଆଧାରିତ ଫିଚର୍ସ ମଧ୍ୟ ଅଛି । ରିଭଲ୍‌ଟ ଆରଭି ୪୦୦ ଫୁଲ ଚାର୍ଜ ହେଲେ ୧୫୬ କିମି ଯାଏଁ ଚାଲିବ। ଏହି ଗାଡିର ଟପ୍‌ ସ୍ପିଡ୍‌ ୮୫ କିମି ପ୍ରତି ଘଣ୍ଟା ଅଛି ।  ଏଥିରେ ବହୁତ ଗୁଡିଏ ଫିଚର ଅଛି ଯାହା ଆପଣ ବ୍ୟବହାର କରିବାକୁ ବହୁତ ପସନ୍ଦ କରିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *