ନୂଆ ଘର କିଣିଲେ Prakruti Mishra! ଦେଖନ୍ତୁ ଗୃହ ପ୍ରବେଶର Video

ବନ୍ଧୁଗଣ ଆପଣ ମାନେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଛନ୍ତି । ତେବେ ଏମିତି କିଛି ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଉ କିଛି ଏମିତି କଳାକାର ମାନେ ଅଛନ୍ତି ଯେଉଁ ମାନେ ବିବାଦ ଘେର ରେ ଫସି ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ନୂଆ ଘର ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଡିଶାର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ମନ୍ମଥ ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁମଧୁର କଣ୍ଠ ରେ ଓଡିଆ ଇଣ୍ଡଷ୍ଟ୍ରି କୁ ଅନେକ ଭେଟି ଦେଇଛନ୍ତି । ତାଙ୍କର ସଙ୍ଗୀତ କୁ ଦର୍ଶକ ମାନର ବେଶ ପସନ୍ଦ କରିଥାନ୍ତି । ତେବେ ମନ୍ମଥ ମିଶ୍ର ଙ୍କ ଝିଅ ହେଉଛନ୍ତି ପ୍ରକୃତି ମିଶ୍ର । ଯିଏ ଓଡିଶା ଅପେକ୍ଷା ବମ୍ବେ ରେ ରହି ନିଜର କ୍ଯାରିୟର ଗଢୁଛନ୍ତି । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତମେ ବାବୁସାନ-ତୃପ୍ତି-ପ୍ରକୃତି ବିବାଦ କୁ ନେଇ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା ।

ଯାହା ପାଇଁ ବାବୁସାନ ଓ ପ୍ରକୃତି ମିଡିଆ ଆଗରେ ପୁରା ବଦନାମ ହୋଇ ଯାଇଥିଲେ । କହିବାର ଅର୍ଥ ଏହା କି ବାବୁସାନ ଓ ତୃପ୍ତି ଶତପଥି ସମ୍ପର୍କରେ ଏଣ୍ଟ୍ରିକରିଥିଲେ ପ୍ରକୃତି ଯାହା ପାଇଁ ତୃପ୍ତି ଦୁହିଙ୍କୁ ଏକା ସହ ଧରିଥିଲେ ଆଉ ରାଜ ରାସ୍ତା ରେ ହାଇ ଡ୍ରାମା ଆରମ୍ବ ହୋଇଥିଲା । ଦୀର୍ଘ ଦିନ ହେବ ଏହି ବିବାଦ ଲାଗି ରହିଥିଲା କିନ୍ତୁ ପରେ ଦୁହେଁ ପରସ୍ପର ଠାରୁ ଦୂରରେ ରହିବା ସହ ନିଜ ପରିବାର ସହ ଅଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ପ୍ରକୃତି ବମ୍ବେ ରୁ ଫେରି ତୃପ୍ତି ଓ ତାଙ୍କ ବାପା ଲଲିତ ଶତପଥି ଙ୍କ ନାଁ ରେ ମାନ ହାନି କେସ ଦାୟର କରିଛନ୍ତି ଯାହାକୁ ନେଇ ପୁଣି ବିବାଦ ଜୋର ଧରିଛି ।

ତେବେ ଏ ସବୁ ପରେ ବି ପ୍ରକୃତି ଙ୍କୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି । ପ୍ରକୃତି ନୂଆ ଘର କିଣିବାର ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ତାଙ୍କ ନୂଆ ଘରର ପ୍ରତିଷ୍ଠା ହେଉଛି ହିନ୍ଦୁ ପରମ୍ପରା ଅନୁଯାୟୀ । ଏଥିରେ ତାଙ୍କ ପୁରା ପରିବାର ସାମିଲ ହେବ ସହ ପ୍ରକୃତିଙ୍କ ଘରେ ଭଜନ କୀର୍ତ୍ତନ ମଧ୍ୟ ଆୟୋଜନ କରାଯାଇଛି । ଏମିତିକି ପ୍ରକୃତି ନିଜ ଘରେ ଓଡିଆ ଭଜନ ମଧ୍ୟ ଗାଇବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ନୂଆ ଘରେ ଠାକୁରଙ୍କ ପ୍ରତିଷ୍ଠା କରାଯିବା ସହ ପୁରା ପରିବାର ମିଶି ଭଗବାନଙ୍କ ଆଳତି ମଧ୍ୟ କରୁଛନ୍ତି । ନୂଆ ଘରେ ପ୍ରକୃତି ନିଜ ପରିବାର ସହ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତାଙ୍କ ନୂଆ ଘର ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ହୋଇଛି । ବନ୍ଧୁଗଣ ଆପଣଙ୍କୁ ପ୍ରକୃତି ମିଶ୍ରଙ୍କର ଏଭଳି କାର୍ଯ୍ୟକଳାପ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *