ଓଡିଆ ଝିଅ ହେବେ Jharkhandର ମୁଖ୍ୟମନ୍ତ୍ରୀ, ଦେଖନ୍ତୁ କିଏ ଏହି ଓଡିଆ ଝିଅ… ଯିଏ Odisha ପାଇଁ ଆଣିଲେ ଗର୍ବ

ନମସ୍କାର ବନ୍ଧୁଗଣ, ଓଡିଆ ଝିଅ କଳ୍ପନା ଙ୍କୁ ଏବେ ଜୋରଦାର ଚର୍ଚ୍ଚା ଧରିଛି । ମୟୂରଭଞ୍ଜ ଝିଅ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଏବେ ସବୁଠାରୁ ଆଗରେ ଅଛି କଳ୍ପନା ଙ୍କ ନାଁ । ତେବେ କିଏ ହେବେ ଝାଡଖଣ୍ଡ ର ପରବର୍ତ୍ତୀ ମୁଖ୍ୟମତ୍ରୀ ? ହେମନ୍ତ ସୋରେନ ଙ୍କ ବିଧାନସଭା ସଦସ୍ୟ ରଦ୍ଦ ହେବା ପରେ ଏବେ ସୋରେନ ଙ୍କ ସ୍ତ୍ରୀ ଝାଡଖଣ୍ଡ ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ଅନେଇ ଚର୍ଚ୍ଚା ବଢିବାରେ ଲାଗିଛି । ତେବେ ଓଡିଆ ଝିଅ ମାନେ ଭାବେ କଳ୍ପନା ଜଣାଶୁଣା ଅଟନ୍ତି । ଖାଲି କଳ୍ପନା ନୁହନ୍ତି ବରଂ ବାପା ଶିବୁ ସୋରେନ ଓ ମା ରୁବି ସୋରେନ ଙ୍କ ନା ମଧ୍ୟ ଚର୍ଚ୍ଚା ରେ ରହିଛି ।

କିନ୍ତୁ କଳ୍ପନା ସୋରେନ ଙ୍କ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବହୁତ ଅଧିକ ରହିଥିବା କୁହା ଯାଉଛି । ତେବେ ଏଭଳି ସ୍ଥିତିରେ ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଝାଡଖଣ୍ଡ ରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ରେ କେତେ ଦୂର ସୁଧାର ଆସିବ ତାହାକୁ ନେଇ ଚର୍ଚ୍ଚା ବି ବଢିଛି । କୁହା ଯାଉଛି କି କଳ୍ପନା ୨୦୦୬ ରେ ହେମନ୍ତ ଙ୍କୁ ବିବାହ କରିବା ପରେ ରାଜନୀତି ବିଷୟରେ ବହୁତ କିଛି ଜାଣିବାରେ ସଫଳ ହୋଇଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସେ ତାଙ୍କ ସ୍ବାମୀଙ୍କ ଆସନରେ ବସିଲେ ସବୁ ସ୍ଥିତିର ମୁକାବିଲା କରିପାରିବେ ।

ଏହା ସହ ହେମନ୍ତ ଙ୍କ ପାଇଁ ରାଜନୈତିକ ଫାଇଦା ଅଧିକ ରହିବ । ତେବେ ଶ୍ଵଶୁର ସିବୁ ବି ରାଜନୀତି ବେଶ ଅଭିଜ୍ଞ ଅଟନ୍ତି । ତେଣୁ ତାଙ୍କୁ ନେଇ ଚର୍ଚ୍ଚ ହେବ ସ୍ଵାଭାବିକ କଥା ଅଟେ । ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ସବୁଠାରୁ ଅଧିକ ଫାଇଦା ରେ ରହିବେ ସ୍ଵାମୀ ହେମନ୍ତ । କାରଣ ମୁଖ୍ୟମନ୍ତ୍ରୀ ନ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ପରି କମ କରିବେ ଏମନ୍ତ । ଏଠାରେ କହି ରଖୁଚୁ କି ପଡୋଶୀ ବିହାର ରେ ମଧ୍ୟ ଏପରି ସ୍ଥିତି ଦେଖିବାକୁ ମିଳିଥିଲା ଗତ କିଛି ଦିନ ପୂର୍ବେ । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ସ୍ତ୍ରୀ ରାବିଡୀ ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

କିନ୍ତୁ ପ୍ରକୃତ କ୍ଷମତା ଉପୋଭୋଗ କରୁଥିଲେ ଲାଲୁ ପ୍ରସାଦ ଯାଦବ । ତେବେ ବର୍ତ୍ତମାନ ସ୍ଥିତି ରେ ମୁଖ୍ୟମନ୍ତ୍ରୀ ପଦ କୁ ଅନ୍ୟ କାହା ହାତରେ ହେମନ୍ତ ଟେକି ଦେବାକୁ ଚାହୁଁ ନ ଥିବା କୁହା ଯାଉଛି । ତେଣୁ ସବୁ ଦିଗରୁ ଆଖି ଆଗରେ ରଖି ଅଳ୍ପଣା ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଉଦ୍ୟମ କରୁଥିବା କୁହା ଯାଉଛି ।

ଏମିତି ରେ ବି ଏବେ ଏବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଇଛନ୍ତି । ଆଉ ଏପରି ସ୍ଥିତି ରେ ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ପୁଣି ଥରେ ରାୟରଙ୍ଗପୁର କୁ ନେଇ ବଢିବ ଚର୍ଚ୍ଚା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *