ଘରେ LPG ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିଲେ ଜାଣି ରଖନ୍ତୁ ଏହା Expiry ନୁହେଁ ତ! ନଚେତ ଜୀବନ ଉପରେ ଆସିପାରେ ବିପଦ

ବନ୍ଧୁଗଣ ଆପଣମାନେ ନିଜ ଘରେ ଗ୍ଯାସ ନିଶ୍ଚୟ ବ୍ୟବହାର କରୁଥିବେ । ସାଧାରଣତ ଗ୍ଯାସ ନ ବ୍ୟବହାର କରୁଥିବା ଲୋକେ ଏମିତି କିଛି ଭୁଲ କରିଥାନ୍ତି ଯାହା ପାଇଁ ଅଘଟଣ ଘଟିଥାଏ । ଫଳରେ ଧନ ଜୀବନ ହାନି ହେବା ସହ ଜୀବନ ଚାଲିଯାଏ । ଯଦି ଆପଣଙ୍କ ଘରେ ଗ୍ଯାସ ଅଛି ତେବେ ନିୟମ ଜାଣିବା ନିହାତି ଦରାକର । ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ହେବାର ମୁଖ୍ୟ କାରଣ ହେଉଛି ଏକ୍ସପାରି ହୋଇଯିବା । ତେବେ ଗ୍ଯାସ ସିଲିଣ୍ଡର ରଖିବା ସମୟରେ ଏକ୍ସପାରି ଡେଟ ଜାଣିବା ଉଚିତ । ଗ୍ଯାସ ସିଲିଣ୍ଡର ଉପରେ ଏଜେନ୍ସି ଦ୍ଵାରା ନମ୍ବର ଲେଖାଯାଇଥାଏ ଯାହାକୁ ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି ଜାଣିଥାନ୍ତି ।

ରେଗୁଲେଟର ପାଖରେ ୩ଟି ପଟି ଉପରେ ଥାଏ ଏହି ନମ୍ବର ଯାହାକୁ ଜାଣିପାରିଲେ ଗ୍ଯାସ ସିଲିଣ୍ଡର ଫାଟିବାରୁ ବଞ୍ଚିପାରିବେ । ସିଲିଣ୍ଡରର କୌଣସି ପଟି ଉପରେ ABCD ଲେଖାହୋଇଥାଏ । ଗ୍ଯାସ କମ୍ପାନୀ ପ୍ରତେକ ଲେଟରକୁ ୩ ମାସରେ ବଣ୍ଟନ କରିଥାନ୍ତି । A ଅର୍ଥ ଜାନୁଆରୀରୁ ମାର୍ଚ୍ଚ, B ଅର୍ଥ ଏପ୍ରିଲରୁ ଜୁନ । ଯଦି A ଉପରେ ୨୦ ଲେଖାଯାଇଥାଏ ତେବେ ଏକ୍ସପାରି ଡେଟ ହେଉଛି ଜାନୁଆରୀରୁ ମାର୍ଚ୍ଚ ୨୦୨୦ ଯାଏଁ ରହିଛି । ଯଦି ଆପଣଙ୍କ ଉପରେ D-୧୯ ସିଲିଣ୍ଡର ରହିଛି ତେବେ ସେହି ସିଲିଣ୍ଡର ଏକ୍ସପାରି ହେଲାଣି ବୋଲି ଜାଣିବେ ।

ତୁରନ୍ତ ତାହାକୁ ବଦଳାଇ ନୂଆ ସିଲିଣ୍ଡର ଆଣନ୍ତୁ । ଗ୍ଯାସ ସିଲିଣ୍ଡରରେ ନିଆଁ ଲାଗିଥିଲେ ଚାରିପଟୁ ଆସୁଥିବା ପବନକୁ ବନ୍ଦ କରି ନିଆଁକୁ କାବୁ କରାଯାଇପାରିବ । କାରଣ ଯେବେ ଅକ୍ସିଜେନ ନ ରହିବ ସେବେ ନିଆଁ ଆପେ ଆପେ ବନ୍ଦ ହୋଇଯିବ । ଆଉ ଏକ ସରଳ ଉପାୟ ହେଲା ଘରେ ବ୍ୟବହାର କରୁଥିବା ବାଲଟି ବା ମୋଟା ଅଖାକୁ ଜଳୁଥିବା ସିଲିଣ୍ଡର ଦର ଉପରେ ଘୋଡାଇ ଦେଲେ ନିଆଁ ଲିଭିଯିବ । ତେବେ ଧ୍ୟାନ ରଖିବେ ଜଳୁଥିବା ସିଲିଣ୍ଡର ଉପରେ ଆପଣ ଯେଉଁ ବାଲଟି ଘୋଡାଇଛନ୍ତି ତାହା ଅଧିକ ଟାଇଟ ହେବା ଦରକାର ।

ଆଉ ଏକ ଉପାୟ ହେଉଛି ଯେଉଁଠି ଗ୍ଯାସ ବାହାରୁଥିବ ସେଠାରେ ଆପଣ ନିଜ ଆଙ୍ଗୁଳିକୁ ମାଡିବାକୁ ହେବ । ଏମିତି କରିଲେ ଆପଣଙ୍କ ଆଙ୍ଗୁଳି ଜଳିବ ନାହି । ସେହିପରି ଆଉ ଏକ ଉପାୟ ଗ୍ଯାସ ସିଲିଣ୍ଡର ଜଳିଗଲେ ଆପଣ ବ୍ୟବହାର କରୁଥିବା ମୋଟା ଚଦରକୁ ପାଣିରେ ବୁଡାଇ ସିଲିଣ୍ଡର ଉପରେ ଢାଙ୍କି ଦିଅନ୍ତୁ । ଯଦି ସିଲିଣ୍ଡର ଦେବାକୁ ଡେଲିଭରି ବାଲା ମନା କରନ୍ତି ତେବେ ଏଜେନ୍ସି ତରଫରୁ ଆପଣଙ୍କୁ ମିଳିବ ୧୯ଟଙ୍କା ୫୦ ପଇସାର ରିହାତି । ଯଦି ଏଜେନ୍ସି ଏହି ରାଶି ଦେବାକୁ ମନା କରନ୍ତି ତେବେ ୧୮୦୦୨୩୩୩୫୫୫ ଟ୍ରୋଲ ଫ୍ରୀ ନମ୍ବରରେ ଫୋନ କରି ଏଜେନ୍ସି ନାଁ ରେ ଅଭିଯୋଗ କରିପାରିବେ ।

ଯଦି ଆପଣ ବ୍ୟବହାର କରାଉଥିବା ଗ୍ଯାସ ସିଲିଣ୍ଡରର ରେଗୁଲେଟର ଖରାପ ହୋଇଥାଏ ତେବେ ଖରାପ ରେଗୁଲେଟର ନେଇ ଏଜେନ୍ସି ନୂଆ ଦେବ ଏଥିପାଇଁ ଟଙ୍କା ଦେବାକୁ ପଡିବ ନାହି । ନୂଆ ରେଗୁଲେଟର ଆଣିବା ପାଇଁ ସବସ୍କ୍ରିପ୍ସନ ଭାଉଚର ଓ ଖରାପ ହୋଇଥିବା ରେଗୁଲେଟର ଆପଣଙ୍କ ପାଖରେ ରହିବା ଦରକାର । ଯେଉଁମାନେ LPG ଗ୍ଯାସ ନେଇଛନ୍ତି ସିଲିଣ୍ଡର ଦୁର୍ଘଟଣାରୁ କାହାର ମୃତ୍ୟୁ ହେଲେ ଏଜେନ୍ସି ତରଫରୁ ୫୦ଲକ୍ଷ ଟଙ୍କାର ଜୀବନ ବୀମା ରାଶି ଦିଆଯିବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *