ନୂଆବର୍ଷରେ ଏହି 5ଟି ଜିନିଷ ଘରକୁ ଆଣିଲେ ହେବ ଧନର ବର୍ଷା- Vastu Tips

ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହା ଘରକୁ ଆଣିଲେ ଶୁଭ ଫଳ ମିଳିଥାଏ । ଏମିତି କିଛି ଜିନିଷ ରହିଛି ଯାହା ଘରକୁ ଆଣିବା ଦ୍ଵାରା ସବୁ ବିପଦ ଦୂରେଇ ଯାଇଥାଏ । ତେବେ ଆଗକୁ ଆସୁଛି ନୂଆ ବର୍ଷ ୨୦୨୨ ମସିହା । ନୂଆବର୍ଷରେ ଲୋକ ମାନେ ନିଜ ପାଇଁ ନୂଆ ପୋଷାକ ଆଣିବା ସହ ବୁଲିବାକୁ ମଧ୍ୟ ଅନେକ ସ୍ଥାନକୁ ଯାଇଥାନ୍ତି । ତେବେ ସେଗୁଡିକ କଣ ରହିଛି ଆସନ୍ତୁ ଜାଣିବା ।

୧- ଖଣ୍ଡ ହଳଦୀ : ନୂଆବର୍ଷରେ ଆପଣ ମାନେ ଖଣ୍ଡ ହଳଦୀ ଘରକୁ ଆଣନ୍ତୁ । ମା ଲକ୍ଷ୍ମୀଙ୍କର ପ୍ରିୟ ଖଣ୍ଡ ହଳଦୀ ହୋଇଥାଏ । ହଳଦୀ ଘରକୁ ଆଣିଲେ ମା ଲକ୍ଷ୍ମୀଙ୍କର ଆଗମନ ହେବା ସହ ଧନର ବୃଦ୍ଧି ହୋଇଥାଏ । ଏହା ସହ ଘରେ ସୁଖ ସମୃଦ୍ଧି ମଧ୍ୟ ଲାଗି ରହିଥାଏ । ହଳଦି ଆମ ଶରୀର ପାଇଁ ବହୁତ ହିତକାରକ ହେବା ସହ ଔଷଧ ଭାବେ ବ୍ଯବହାର କରା ଯାଇଥାଏ ।

୨- ଶ୍ରୀ ଗଣେଶଙ୍କ ମୂର୍ତ୍ତି : ଏହି ନୂଆବର୍ଷରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ଦୁଖ କଷ୍ଟର ମଧ୍ୟ ନିବାରଣ ହୋଇଥାଏ । ନୂଆବର୍ଷରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣିଲେ ଧନ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୩- ଚାନ୍ଦି ଜିନିଷ : ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଚାନ୍ଦି ବସ୍ତୁ ଘରକୁ ଆଣିଲେ ଶୁଭ ହେବା ସହ ଏହାକୁ ଶୁଭର ପ୍ରତୀକ ବୋଲି ମାନାଯାଏ । ନୂଆବର୍ଷ ଦିନ ଯଦି କୌଣସି ଚାନ୍ଦି ଜିନିଷ ଘରକୁ ଆଣୁଛନ୍ତି ତେବେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ତେଣୁ ଏହି ନୂଆବର୍ଷରେ ଆପଣଙ୍କ ସକ୍ଷମ ଅନୁଯାୟୀ ଯେ କୌଣସି ଚାନ୍ଦି ଜିନିଷ ଘରକୁ ଆଣନ୍ତୁ ।

୪- ପଦ୍ମ ଫୁଲର ମଞ୍ଜି : ପଦ୍ମ ଫୁଲ ହେଉଛି ମା ଲକ୍ଷ୍ମୀଙ୍କ ପ୍ରିୟ ଫୁଲ । ତେବେ ନୂଆବର୍ଷ ଦିନ ପଦ୍ମ ଫୁଲର ମଞ୍ଜି ୭ଟି ବା ୧୧ଟି ଘରକୁ ଆଣି ତାହାକୁ ଗଙ୍ଗାଜଳ ବା ପଞ୍ଚାମୃତ ରେ ଧୋଇ ନିଜର ଟଙ୍କା ରଖୁଥିବା ସ୍ଥାନ ରେ ରଖିଲେ ଧନର ଆଗମନ ହୋଇଥାଏ । ତେଣୁ ନୂଆବର୍ଷ ରେ ପଦ୍ମ ଫୁଲର ମଞ୍ଜି ଘରକୁ ଆଣି ପୂଜା କରି ବିଧି ବିଧାନ କରନ୍ତୁ ।

୫- ତୁଳସୀ ଗଛ : ଯେଉଁ ଘରେ ତୁଳସୀ ଗଛ ସର୍ବଦା ପୂଜା ପାଉଥାଏ ସେହି ଘରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି । ଯେଉଁଠାରେ ତୁଳସୀ ଗଛ ରହିଥାଏ ସେଠାରେ ସ୍ଵୟଂ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ବାସ କରିଥାନ୍ତି । ତେଣୁ ନୂଆବର୍ଷ ଦିନ ଘରକୁ ତୁଳସୀ ଗଛ ଆଣି ତାକୁ ଲଗାଇ ତାହାର ପୂଜା କରନ୍ତୁ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହେବା ସହ ଧନର ମଧ୍ୟ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *