ଓଡିଶାର ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର Shakti Mishra ଙ୍କୁ ନେଇ ଆସିଲା ଦୁଃଖ ଖବର

ଓଲିଉଡ ଜଗତରେ କଳାକାର ମାନେ ଯେପରି ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ଠିକ ସେହି ପରି ଓଡିଆ ଇଣ୍ଡଷ୍ଟ୍ରିରେ ଏମିତି କିଛି କଣ୍ଠଶିଳ୍ପୀ ମାନେ ଅଛନ୍ତି ଯେଉଁ ମାନେ ନିଜର ସୁମଧୁର କଣ୍ଠ ରେ ସଂଗୀତ ଗାଇ ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ଆପଣ ମାନେ ଓଡିଶାର ଫ୍ୟାମ୍ସ ଚଳଚ୍ଚିତ୍ର ଜଗତର କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠ ରେ ଅନେକ ଓଡିଆ, ଆଲବମ ଓ ଓଡିଆ ଚଳଚ୍ଚିତ୍ରରେ କଣ୍ଠ ଦାନ କରି ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଛନ୍ତି । ଶକ୍ତି ମିଶ୍ରଙ୍କୁ ନେଇ ବର୍ତ୍ତମାନ ଏକ ଦୁଖ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ତାଙ୍କ ହାର୍ଟ ରେ ୩ଟି ବ୍ଲକେଜ ଥିବା ବେଳେ ଲିଭର ମଧ୍ୟ ଖରାପ ଥିବାରୁ ଏହାର ପ୍ରତ୍ୟାରଣ କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଶୋ-ଚ-ନୀ-ୟ ହୋଇ ପଡିଛି ।

ଶକ୍ତି ମିଶ୍ର ଦୀର୍ଘ ୧ ବର୍ଷ ହେବ ଅନେକ ହସପିଟାଲରେ ଚିକିତ୍ସିତ ହେବା ପରେ ଏବେ ଭୁବନେଶ୍ବରର କିମ୍ସ ହସପିଟାଲରେ ଚିକିତ୍ସା ହୋଇ ଘରେ ଅଛନ୍ତି । ସୂଚନା ଅନୁସାରେ ଦୁଇ ସପ୍ତାହ ମଧ୍ୟରେ ତାଙ୍କର ହୃଦରୋଗର ଚିକିତ୍ସା କରାଯିବ ସହ ତାଙ୍କର ଲିଭର ର ମଧ୍ୟ ପ୍ରତ୍ୟାରଣର ଆବଶ୍ୟକତା ରହିଛି । ଏଥି ପାଇଁ ଶକ୍ତି ମିଶ୍ରଙ୍କୁ ଦିଲ୍ଲୀ ରେ ଯାଇ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଶକ୍ତି ମିଶ୍ରଙ୍କର ଚିକିତ୍ସା ପାଇଁ ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରା ଯାଇଛି ।

ତେଣୁ ଶକ୍ତି ମିଶ୍ରଙ୍କର ଉନ୍ନତ ଚିକିତ୍ସା ପାଇଁ ଏବେ ଅର୍ଥର ଅଭାବ ଦେଖା ଯାଇଛି । ଶକ୍ତି ମିଶ୍ରଙ୍କର ପରିବାର ଲୋକେ ଟଙ୍କା ଯୋଗାଡ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅର୍ଥର ସମସ୍ଯା ଶକ୍ତି ମିଶ୍ରଙ୍କର ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏତେ କମ ସମୟରେ ମଧ୍ୟରେ ଶକ୍ତି ମିଶ୍ରଙ୍କର ଚିକିତ୍ସା ପାଇଁ ଏତେ ଟଙ୍କା ଯୋଗାଡ କରିବା ନେଇ ତାଙ୍କ ପରିବାର ଲୋକେ ଅସମର୍ଥ ହୋଇ ପଡିଛନ୍ତି । ତେଣୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷକ ମାନଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ଶକ୍ତି ମିଶ୍ରଙ୍କର ପରିବାର ଲୋକେ ନିବେଦନ କରିଛନ୍ତି ।

ଶକ୍ତି ମିଶ୍ର ୯୦ ଦଶକର ଜଣେ ଜଣାଶୁଣା ଗାୟକ ଭାବେ ପରିଚିତ ଅଟନ୍ତି । “ଏ ସମିତା ଆଗୋ ସମିତା” ଗୀତ ହେଉ ବା ଅନ୍ୟ କୌଣସି ଗୀତ ହେଉ ଶକ୍ତି ମିଶ୍ର ନିଜର କଣ୍ଠ ଦାନ କରି ବହୁତ ପ୍ରସିଦ୍ଧ ହୋଇଥିଲେ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ “ତମ ଭିଜା ଭିଜା କେଶ”, “ଭୂଗୋଳରେ ତମେ ଭାରି ଭଲ”, “ସାଗର ନ ଥାଇ ଢେଉ ଉଠନ୍ତା”, “ଚାଲ ଚାଲରେ ଶଗଡିଆ”, “ଭଲ ଯଦି ପାଉଥାଅ ମିଛରେ” ଇତ୍ୟାଦି ଅନ୍ଯତମ ।

ବନ୍ଧୁଗଣ ଶକ୍ତି ମିଶ୍ରଙ୍କର ଚିକିତ୍ସା ପାଇଁ ଆମେ ସମସ୍ତେ ଆର୍ଥିକ ସାହାଜ୍ଯ କରିବା ସହ ତାଙ୍କର ଆରୋଗ୍ଯ ପାଇଁ ମଙ୍ଗଳ କାମନା କରିବା ଉଚିତ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *