ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ବିଷୟରେ ଜାଣିଥିବେ ଏବଂ ଆମର ଓଡିଆ ଫିଲ୍ମକୁ ମଧ୍ୟ ପସନ୍ଦ କରୁଥିବେ । ଆପଣ ମାନେ ଅଧିକାଂଶ ଅଭିନେତ୍ରୀ ମାନଙ୍କର ଶିକ୍ଷା ଅଭିଜ୍ଞାତା ବିଷୟରେ ଜାଣିନାହାନ୍ତି । ଆସନ୍ତୁ ଏବେ ସେମାନଙ୍କ ସ୍କୁଲ ଏବଂ କଲେଜ ସମୟରେ ଶିକ୍ଷା ବିଷୟରେ ଜାଣିବା । ବନ୍ଧୁଗଣ ରଚନା ବାନାର୍ଜୀ ବିଷୟରେ ସମସ୍ତେ ଜାଣିଛନ୍ତି । ପ୍ରକୃତରେ ରଚନା ବାନାର୍ଜୀ ହେଉଛନ୍ତି ଜଣେ ବେଙ୍ଗୋଲି ନାୟିକା । ରଚନା ବାନାର୍ଜୀ ଏବଂ ସିଦ୍ଧାର୍ଥଙ୍କ ଯୋଡି ଆପଣ ମାନଙ୍କୁ ବେସ ଭଲ ଲାଗିଥାଏ ।
ସେ ତାଙ୍କର ଅତି ସୁନ୍ଦର ଅଭିନୟ ଜରିଆରେ ହଜାର ହଜାର ଦର୍ଶକଙ୍କ ମନରେ ନିଜର ଭଲପାଇବା ପ୍ରକାଶ କରିଛନ୍ତି । ରଚନା ବାନାର୍ଜୀଙ୍କ ଶିକ୍ଷା ଉପରେ ଯଦି ନଜର ପକେଇବେ ତେବେ ସେ କେବଳ ଗ୍ର୍ଯାଜୁୟେଶନ ପର୍ଯ୍ୟନ୍ତ ନିଜର ଶିକ୍ଷା ଲାଭ କରିଛନ୍ତି । ସେ କୋଲକତାର ଗୋଟେ ଘରୋଇ ବିଦ୍ୟାଳୟରେ ଶିକ୍ଷା ସମାପ୍ତ କରିଥିଲେ ।
ଏହା ସହିତ ସାଉଥ ସିଟି କଲେଜରେ ତାଙ୍କର ଗ୍ର୍ଯାଜୁୟେଶନ ମଧ୍ୟ ସମାପ୍ତ ହେଇଛି । ବନ୍ଧୁଗଣ ନିଜର ଶିକ୍ଷା ଲାଭ କରୁଥିବା ସମୟରେ ୧୯୯୦ ମସିହାରେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେଇ ସେଥିରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ସେ ଜଣେ ପ୍ରତିଭା ଶାଳି ଅଭିନେତ୍ରୀ ସଙ୍ଗେ ସଙ୍ଗେ ହୃଦୟରୁ ଜଣେ ଦୟାଳୁଶୀଳ ମଣିଷ ମଧ୍ୟ ଅଟନ୍ତି । ଅନ୍ୟର ଦୁଖକୁ ସେ ଦେଖି ପାରନ୍ତି ନାହିଁ । ତାଙ୍କର ଚଳଚିତ୍ର ଗୁଡିକ ବହୁତ ଉନ୍ନତି ଲାଭ କରିଛି ।
ଏହାପରେ ଆସନ୍ତୁ ଜାଣିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ବିଷୟରେ । ତାଙ୍କର ନିଜସ୍ଵ ଘର କଟକ ସହରରେ ଉପସ୍ଥିତ । ସେ ଗ୍ର୍ଯାଜୁୟେଶନ ସମାପ୍ତ କରିଛନ୍ତି । କଟକରେ ଗୋଟିଏ ଘରୋଇ ସ୍କୁଲରେ ତାଙ୍କର ଶିକ୍ଷା ଏବଂ ରମାଦେବୀ ଓମେନ୍ସ ଇଉନିଭର୍ସିଟି କଲେଜରେ ତାଙ୍କର ଗ୍ର୍ଯାଜୁୟେଶନ ସମାପ୍ତ ହେଇଛି । ଏବଂ ଶୈଳବାଳା ଓମେନ୍ସ କଲେଜରେ ସେ ଡିଗ୍ରୀ କରିଛନ୍ତି । ତାଙ୍କର ପୋଷାକ ପିନ୍ଧିବାର ଶୈଳୀ ଅତ୍ୟନ୍ତ ମନୋଲାଭା । ଦେଖିବାକୁ ଯେମିତି ଗୁଣରେ ମଧ୍ୟ ସେତିକି ସୁନ୍ଦର । ସେ ବହୁତ ଅଳ୍ପ ସମୟରେ ଉନ୍ନତି ଆଡକୁ ଅଗ୍ରସର ହେଇଗଲେ ।
ସେ ଗୋଟେ ପରେ ଗୋଟେ ସଫଳ ଚଳଚିତ୍ର କ୍ରମଶ କରିଚାଲିଲେ । ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ଏଲିନାଙ୍କ ବିଷୟରେ ଏଲିନା ପ୍ରଥମ ଚଳଚିତ୍ର ଇସ୍କ ତୁହିତୁରେ ସେ ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନମୋହି ନେଇଥିଲେ । ତାଙ୍କର ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ ।
ତାଙ୍କ ଶିକ୍ଷା ଯୋଗ୍ୟ ବିଷୟରେ କହିବାକୁ ଗଲେ ସେ ଏମ,ଏ ସମାପ୍ତ କରିଛନ୍ତି । ଏଲିନାଙ୍କର ସ୍କୁଲ ସମୟ ଦିଲ୍ଲୀ ପବ୍ଲିକ ସ୍କୁଲରେ ସମାପ୍ତ ହେଇଛି । ତାଙ୍କର ଉଚ୍ଚ ବିଦ୍ୟାଳୟ ଏସଟି ଜାଭିୟର ହାଇ ସ୍କୁଲ କେନ୍ଦୁଝରରେ ସରିଛି । ଏହା ସହିତ କଲେଜ ଟାଇମ ରେଭେନ୍ସା ଇଉନିଭର୍ସିଟିରେ ଅତିବାହିତ ହେଇଛି । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣିଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରିଦିଅନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।