ବର୍ତମାନ ଦୁନିଆରେ କରୋନା ଭାଇରସ ସ୍ଥିତି ଚାଲିଛି ଯାହା ଦ୍ଵାରା ବାହାରକୁ ବାହାରିବା କଷ୍ଟକର ହୋଇଯାଇଛି ତେବେ ଆଗ କାଳରେ ଲୋକ ନିଜ ବୁଦ୍ଧି ବଢେଇବା ପାଇଁ ଓ ନିଜ ବୁଦ୍ଧି ପରୀକ୍ଷା କହରିବା ପାଇଁ ଏମିତି କିଛି ପ୍ରଶ୍ନ ଉତ୍ତର ବା ପ୍ରହେଳିକା ଖେଳୁଥିଲେ ଯାହା ଦ୍ଵାରା ତାଙ୍କ ବୁଦ୍ଧି ବଢୁଥିଲା ଓ ତାଙ୍କୁ କୁଆଡେ ଯିବାକୁ ବି ପଡୁ ନଥିଲା ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ଭାବି ଆପଣଙ୍କୁ କହିବାକୁ ହବ ନଚେତ ଆମେ ଅଛୁ ଆମେ ଆପଣଙ୍କୁ ଉତ୍ତର କହିବୁ, ତେବେ ଆସନ୍ତୁ ଆରମ୍ଭ କରିବା ।
୧. କାହାକୁ ଦାନ କଲେ ନିଜର ବୁଦ୍ଧି ହୁଏ ଏବଂ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର : ଜ୍ଞାନ କିମ୍ବା ବିଦ୍ୟା
୨. ଖାଇଲେ କିଏ ମରେ ?
ଉତ୍ତର : ଭୋକ, ଯଦି ଆପଣଙ୍କୁ ବହୁତ ଜୋର ଭୋକ ଲାଗିଥାଏ ଓ ସେହି ସମୟରେ ଆପଣଙ୍କୁ ଖାଦ୍ଯ ପ୍ରାପ୍ତ ହୋଇଥାଏ ତେବେ ଆପଣଙ୍କ ଭୋକ ମାରି ଯାଇ ଥାଏ ।

୩. ପବନ ଖାଇଲେ କିଏ ମରିଯାଇଥାଏ ?
ଉତ୍ତର : ଝାଳ ତେବେ ଆପଣଙ୍କୁ ଗରମ ଲାଗିଲେ ଆପଣଙ୍କ ଝାଳ ବାହାରିଥାଏ କିନ୍ତୁ ପବନ ବାଜିଲେ ଏହା ମରିଯାଇଥାଏ ବା ଶୁଖିଯାଇଥାଏ ।
୪. କାହାକୁ ଟାଣିଲେ ଛୋଟ ହୁଏ ?
ଉତ୍ତର : ବିଡି କିମ୍ବା ସିଗାରେଟ
୫. ମୁଁ ସବୁଠାରେ, ମାତ୍ର କେହି ଧରି ପାରନ୍ତି ନାହିଁ ?
ଉତ୍ତର : ପବନ
୬. ପଥର ହେଲେବି ସେ ପାଣି, ତାହା କଣ ?
ଉତ୍ତର : ବରଫ ବା କୁଆ ପଥର
୮. କାହାର ଦାନ୍ତ ଅଛି, କିନ୍ତୁ ସେ କାମୁଡି ପାରେନା ?
ଉତ୍ତର : ପାନିଆ
୯. କାହାର ଆଖି ଅଛି, କିନ୍ତୁ ସେ ଦେଖି ପାରେନା ?
ଉତ୍ତର : ନଡିଆ
୧୦. କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?
ଉତ୍ତର : ପତକା ଆମ ଦେଶ ର ପତକା

୧୧. ଚଳାଇଲେ ଚାଲେ, କିନ୍ତୁ ଆଗକୁ ଯାଇ ପାରେନା ?
ଉତ୍ତର : ପଙ୍ଖା
୧୨. ମୃତ୍ୟୁ ପରେ ବି ଠିଆ ହୋଇପାରେ ସେ କିଏ ?
ଉତ୍ତର : ଗଛ
୧୩. ଭଙ୍ଗା ହେଲେବି ସେ ଗୋଟିଏ, ତାହା କଣ ?
ଉତ୍ତର : ଖିଲିପାନ
୧୪. ମନା କଲେବି ସାଙ୍ଗ ଛାଡେନା, ସେ କିଏ ?
ଉତ୍ତର : ଆମ ଛାଇ
୧୫. ଉଭାପ ନ ପାଇ ଭି ଗରମ ହୁଏ, ସେ କିଏ ?
ଉତ୍ତର : ମୁଣ୍ଡ

୧୬. ଆଖି ଥିଲେ ଭି ସେ ଅନ୍ଧ, ସେ କିଏ ?
ଉତ୍ତର : ମୂର୍ଖଲୋକ
୧୭. ପୋଡେ କିନ୍ତୁ ନିଆ ନୁହେଁ, ତାହା କଣ ?
ଉତ୍ତର : ଲଙ୍କା
୧୮. ଦିନରେ କାମ ନକରି କିଏ ମଜୁରି ପାଏ ?
ଉତ୍ତର : ରାତ୍ର ଜଗୁଆଳି
୧୯. ‘ନ’ ରୁ ଆରମ୍ଭ ‘ନ’ ରେ ଶେଷ, ଯିଏ ଦେଖେ ସାରା ଦୁନିଆ ଦୃଶ୍ୟ, କୁହନ୍ତୁ ତାର ନାମତି କଣ ?
ଉତ୍ତର : ନୟନ
୨୦. କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଅନେଶତ ?
ଉତ୍ତର : ମଶାଣି
ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।