ଓଡ଼ିଆ ଫିଲ୍ମ Industryର ରାଜ ଖୋଲିଲେ ଅଭିନେତା Manoj Mishra…. କଣ କହୁଛନ୍ତି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଫିଲ୍ମ ର ସ୍ଥିତି ଏତେ ଶୋଚନୀୟ ଅବସ୍ଥାରେ ପହଞ୍ଚି ଯାଇଛି ଯାହା ପାଇଁ ଓଡିଶାର ଲୋକେ ଓଡିଆ ଫିଲ୍ମ ଦେଖିବାକୁ ଆଗ୍ରହୀ ହେଉ ନାହାନ୍ତି । ଏହାର କାରଣ ଓଡିଆ ଫିଲ୍ମ ସାଉଥ ଫିଲ୍ମର କପି କରୁଛି । ଓଡିଆ ଇଣ୍ଡଷ୍ଟ୍ରିର ବର୍ତ୍ତମାନର ଅବସ୍ଥାକୁ ଦେଖି ଓଡିଆ ଫିଲ୍ମ ନିର୍ଦ୍ଦେଶକ ଏବଂ ଅଭିନେତା ମନୋଜ ମିଶ୍ର ଏକ ବଡ ବୟାନ ଦେଇଛନ୍ତି । ମନୋଜ ଏହି ସାକ୍ଷାତ୍କାରରେ କହିଛନ୍ତି ସିନେମା ହେଉଛି ଡାଇରେକ୍ଟରଙ୍କ ଉପରେ ନିର୍ଭର ଡାଇରେକ୍ଟରଙ୍କ ଛଡା ସିନେମା କିଛି ବି ନାହିଁ ।

ମୁଁ ଆରମ୍ଭ କରିଛି ବଲିଉଡରୁ ମୁଁ ତେଲୁଗୁ ସିନେମା କରିଛି ତାମିଲ ସିନେମା କରିଛି ଆଉ ଛୋଟ ଡାଇରେକ୍ଟରଙ୍କ ସହ କରିନି ମୁଁ ବହୁତ ବଡ ବଡ ଡାଇରେକ୍ଟରଙ୍କ ସହ କାମ କରିଛି । ମୁଁ କେଉଁଠି ବି ଦେଖିନି ଓଡିଶା ଛାଡିକି ଯେ ହିରୋ ମାନେ ଡାଇରେକ୍ଟରଙ୍କୁ ଆସି ସେଟରେ ଆସି ଡରେଇବେ । ଓଡିଶା ହେଉଛି ଏକ ମାତ୍ର ସ୍ଥାନ ଯେଉଁଠି ହିରୋ ମାନଙ୍କ ଅନୁସାରେ ସିନେମା ହୁଏ ସେମିତି କେଉଁଠି ହୁଏ ନାହି କେବଳ ଡାଇରେକ୍ଟରଙ୍କ ଅନୁସାରେ ସିନେମା ହୁଏ ।

ସାରା ଦେଶରେ ଆଜି ଯାଏଁ ହିରୋ ମାନଙ୍କ ପାଇଁ ସିନେମା ଦେଖିବାକୁ ଆସି ନାହାନ୍ତି କି ଆଗକୁ ଆସିବେ ନାହି । ସବୁବେଳେ ସେମାନେ ସିନେମା ପାଇଁ ଆସନ୍ତି ଯାହା କି ଡାଇରେକ୍ଟରଙ୍କ ପାଇଁ ହୋଇଥାଏ । ଆମର ଏଠି ହିରୋ ଆସିବା ପରେ ସିନେମା ସୁଟିଙ୍ଗ ଆରମ୍ଭ ହେବ ୧୨ଟା ହେଉ ୧ଟା ହେଉ ୨ଟା ହେଉ ୩ଟା ହେଉ ।

ଯଦି ସେହି ଡାଇରେକ୍ଟରର ସେତିକି ଯଦି ଅଛି ନା ସେ ହିରୋକୁ ବାହାର କରିଦେଇଥାନ୍ତା । 10 ବର୍ଷ ପୂର୍ବ କଥା ମୁଁ କହୁଛି ଆଜିକା କଥା କହୁ ନାହିଁ । ତା ହେଲେ ଆଜି ଏ ଅବସ୍ଥା ଆମର ହେଇ ନଥାନ୍ତା । ଆଜି ପରିଜା ବାବୁ ଚାର୍ଜ କରି କହିଲେ ଡାଇରେକ୍ଟରଙ୍କୁ ଯେ, କିଏ ଅଛି କି ? ଯଦି ସେହି ଡାଇରେକ୍ଟର କହିଥାନ୍ତା ଏ ହିରୋକୁ ବାହାର କର ଏଠୁ, ସେ ଡ଼ିରେକ୍ଟର ଆଜି ଠିଆ ହୋଇ କହିଥାନ୍ତା ଦେବୀ ଆଜ୍ଞା ଆପଣଙ୍କୁ 5 କୋଟି ।

ଯାହା ଆମେ କରି ନାହୁଁ । କିଏ ମୁଁ ବୁଝି ପାରୁନି ଆଜି ଯାଏଁ ଯେ ଆକ୍ଟରକୁ ଏତେ ଭାଓ କାହିଁକି । ଆକ୍ଟର କିଏ ସିନେମାରେ ଆକ୍ଟରର କିଛି ମତଲବ ନାହି ସିନେମା ହେଉଛି ଡାଇରେକ୍ଟର ଉପରେ ନିର୍ଭର । ଆଜିକା ଡେଟରେ ଆମେ ଯାହା କରିଲେ ବି ପୁଷ୍ପା, KGF, ବାହୁବଳି ଫିଲ୍ମ କରିପାରିବା ନାହି ।

ମୁଁ ଏବେ ବି କହୁଛି ଗାର୍ଗୀ ଫିଲ୍ମ ଆମ ଓଡିଶାର ଡାଇରେକ୍ଟର ମାନେ ଦେଖିନ ଥିବେ ଯଦି ଦେଖିଥାନ୍ତେ ତେବେ ନୂଆ ଆଶା ବାହରନ୍ତା ଏଟା ୧୫ ଲକ୍ଷରେ ହୋଇପାରିବ ଯେଉଁଠିରୁ ୨କୋଟି କମାଇ ହେବ । ଗୋଟେ ହିରୋ ଚାହିଁଲେ ୧ କୋଟି ଦରମା ପାଇପାରିବ ମୁଁ ବହୁତ ପଜେଟିଭ ବୋଲି ଅଭିନେତା ମନୋଜ କହିଛନ୍ତି । ତା ହେଲେ ବନ୍ଧୁଗଣ ମନୋଜଙ୍କ ଏଭଳି ମନ୍ତବ୍ୟ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *