ଋଷ ନେଇଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ? ମାଳିକା କହୁଛି ଶ୍ରୀ ମନ୍ଦିରରେ ହେବ ଋଷ ସୈନିକଙ୍କ ଆକ୍ରମଣ ! ହେଲେ କାହିଁକି ? Malika Bachan

ବନ୍ଧୁଗଣ ଭାରତର ପ୍ରାଣକେନ୍ଦ୍ର ଉତ୍କଳ ଦେଶ । କାହିଁ କେତେ ବର୍ଷ ହେଲା ଆକ୍ରମଣକାରୀମାନେ ଭଗବାନଙ୍କୁ ନେବା ପାଇଁ ଚେଷ୍ଟା କରିଛନ୍ତି । ଭଗବାନଙ୍କ ଅଲୌକିକ ଉପରେ ତାଙ୍କ ପାପ ଦ୍ରୁଷ୍ଟି ପକାଉଛନ୍ତି । ଅନେକ ଆକ୍ରମଣ କରିଛନ୍ତି ଜଗନ୍ନାଥ ମନ୍ଦିର ଉପରେ । ମାଳିକାରେ କୁହାଯାଇଛି ଋଷର ସେନାମାନେ ଆକ୍ରମଣ କରିବେ ଶ୍ରୀ ମନ୍ଦିରକୁ ଆଉ ନେଇଯିବେ ପ୍ରଭୁ ଜଗନ୍ନାଥଙ୍କୁ । ଆଉ ଏଭଳି ଏକ ସମୟ ଆସିବ ଏବେ ସମସ୍ତଙ୍କ ବୁଦ୍ଧି ବାଟ ଶୂନ୍ୟ ହୋଇଯିବ ।

ଆଉ ଋଷର ସେନମାନେ ମନ୍ଦିର ଆକ୍ରମଣ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରେଳ ମାଧ୍ୟମରେ ଋଷ ନେବାକୁ ଚେଷ୍ଟା କରିବେ କିନ୍ତୁ ପଇରି ରେଳ ଷ୍ଟେସନରେ ହେବ ଏକ ବିସ୍ଫୋରଣ ଯେଉଁଠି ଇଞ୍ଜିନ ଚୂର୍ଣ୍ଣ ହେବ ଭାଙ୍ଗିଯିବ ଆଉ ଅନ୍ତର୍ଧ୍ୟାନ ହେବେ ମହାପ୍ରଭୁ । ମାଳିକାରେ ଲେଖାଅଛି ତ୍ରିଜଟା ଅର୍ଥାତ ଋଷିଆର ଲୋକେ । ବର୍ତ୍ତମାନ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଅନ୍ୟ ପକ୍ଷରେ ମାଲିକାରେ ଲେଖାଅଛି ଋଷର କୁଟ ନଦୀ କୂଳେ ଅଛି ଏଭଳି ଏକ ଦିବ୍ୟ ଶକ୍ତି ଯାହାକୁ ଋଷ ନିଜ ହାତକୁ ନେବ ।

ଆଉ ଯେଉଁ ଯୁଦ୍ଧାସ୍ତ୍ରକୁ ପ୍ରୟାସ କରିବାକୁ ତାକୁ ଆବଶ୍ୟକ ହେବ ଏକ ଶକ୍ତି ପିଣ୍ଡର । କଥା ଅନୁଯାୟୀ ଜଗନ୍ନାଥଙ୍କର ଦାରୁବ୍ରହ୍ମରେ ଯେଉଁ ଶକ୍ତି ଅଛି ତାହା ବାସ୍ତବରେ ଭଗବାନ କୃଷ୍ଣର ହୃଦୟ ଅଟେ । ଦାରୁବ୍ରହ୍ମ ଏଭଳି ଶକ୍ତିପୁଞ୍ଜ ଯାହା କେବେ ବି ସରିବା ନାହି । ବୋଧ ହୁଏ ଏହି ଶକ୍ତିପୁଞ୍ଜକୁ ନେଇ ବ୍ୟବହାର କରିବେ ଋଷ ବୈଜ୍ଞାନିକମାନେ ଯାହା ପାଇଁ ପୃଥିବୀ ଉପରେ ଆକ୍ରମଣ କରିବାକୁ ସେମାନେ ଯୋଜନା କରିବେ । ନହେଲେ କଣ କାରଣ ହୋଇପାରେ ଋଷର ଲୋକେ ବା ସେନାମାନେ ଜଗନ୍ନାଥ ଦେଶକୁ ନିଜ ଆକ୍ରମଣକୁ ଆଣିବେ ଏବଂ କାହିଁକି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇଯିବେ ନିଜ ସହ ରେଳ ଯୋଗେ ?

ଏଠାରେ କହି ରଖୁଛୁ ଜଗନ୍ନାଥଙ୍କ ମଧ୍ୟରେ ଯେଉଁ ବ୍ରହ୍ମ ରହିଛି ତାହା ବାସ୍ତବରେ ଭଗବାନ କୃଷ୍ଣଙ୍କର ହୃଦୟ ହୋଇଥାଏ କିମ୍ବା ଏମିତି ଏକ ଶକ୍ତି ପିଣ୍ଡ ହୋଇଥାଏ ଯଦି ଏହାକୁ କୌଣସି ବିମାନରେ ନିଆଯାଏ ତେବେ ସେଠାରେ ଏଭଳି ଏକ ଶକ୍ତି କୁଣ୍ଡାଳିନୀ ଜାଗୃତ ହେବ ଯାହାକି ପ୍ଳେନକୁ ଅଧା ବାଟରେ ବିସ୍ଫୋରଣ କରିଦେବ । କୁହାଯାଏ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ସମୟରେ ଯେଉଁ ବ୍ୟକ୍ତି ଦାରୁ ପରିବର୍ତ୍ତନ କରିଥାଏ ତାର ମୃତ୍ୟୁ ହୋଇଥାଏ । ଯଦି ଜଗନ୍ନାଥଙ୍କ ଦାରୁ ଭିତରେ ଶକ୍ତିପୁଞ୍ଜ ରହିଛି ନିଶ୍ଚିନ୍ତ ଭାବେ ଏହାକୁ ଆକାଶ ମାର୍ଗରେ ନେବା ସୁରକ୍ଷିତ ନୁହେଁ ।

ବଇରୀ ଷ୍ଟେସନରେ ଇଞ୍ଜିନ ଚୂର୍ଣ୍ଣ ହେବ ଛତିଆ ଯିବେ ଦାରୁବ୍ରହ୍ମ । ମାଳିକାରେ ଲେଖାଅଛି ମହାଭାରତର ସମୟର ଅନେକ ଯୋଦ୍ଧା ଜନ୍ମ ହୋଇଛନ୍ତି ପୃଥିବୀରେ ଯେଉଁମାନେ ଅନ୍ୟ ଦେଶରେ ରହିଛନ୍ତି ଅନୁ ରୂପରେ । ମହାଶସ୍ତ୍ରକୁ ଜାଗୃତ କରିବାକୁ ଜଗନ୍ନାଥଙ୍କ ପାଖରେ ଥିବା ସେହି ବ୍ରହ୍ମକୁ ପ୍ରୟୋଗ କରାଯିବ କି କିମ୍ବା ଏହି କାର୍ଯ୍ୟରେ ଋଷ କେବେ ସଫଳ ହେବ ନାହି ବୋଲି ମାଲିକାରେ ଲେଖାଅଛି । ମାଳିକାରେ ଲେଖାଅଛି ପାଣ୍ଡବମାନେ ବି ଜନ୍ମଗ୍ରହଣ କରିସାରିଛନ୍ତି ପୃଥିବୀରେ ।

ତେବେ ନିଶ୍ଚୟ ଏଭଳି ଶକ୍ତି ରହିବ ଯାହା ଋଷକୁ ବିରୋଧ କରିବାକୁ ଚେଷ୍ଟା କରିବ । ଆଉ ଜଗନ୍ନାଥଙ୍କ ଦାରୁକୁ ମୁକ୍ତ କରିବା ସହ ଛତିଆ ନେଇଯିବେ ଆଉ ଭକ୍ତ ସେଠାରେ ଭଗବାନଙ୍କୁ ଦର୍ଶନ କରିବେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *