ଓଡିଆ ସିରିଏଲର ଅଭିନେତ୍ରୀ Tulasi ବର୍ତ୍ତମାନ କଣ କରୁଛନ୍ତି ?

ଓଲିଉଡ ଜଗତରେ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ପାଇନ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ଟେଲିଭିଜନ ଜଗତର କଳାକାର ମାନେ ନିଜର ଅଭିନୟ ଛଡା ସୁନ୍ଦରତା, ଷ୍ଟାଇଲିସ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଦର୍ଶକ ମାନେ ଓଡିଆ ସିରିଏଲ ଦେଖିବାକୁ ବହୁତ ଆଗ୍ରହ ହେଉଛନ୍ତି ।

ସେଥିପାଇଁ ଓଡିଆ ସେଲିବ୍ରେଟି ମାନେ ଆଜିକା ଡେଟରେ ବହୁତ ଆଗରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ସିରିଏଲ ଅଭିନେତ୍ରୀ ତୁଳସୀ ଏବେ କଣ କରୁଛନ୍ତି କିପରି ରହିଛି ତାଙ୍କର ଲାଇଫ ଷ୍ଟାଇଲ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା “ତୋ ଅଗଣାର ତୁଳସୀ ମୁଁ” ରେ ମୁଖ୍ୟ ଅଭିନେତ୍ରୀ ତୁଳସୀ ନିଜର ଦମଦାର ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଯାହାକୁ ଆଜି ଯାଏଁ ଦର୍ଶକ ମାନେ ଭୁଲି ପାରି ନାହାନ୍ତି ।

ଏହି ସିରିଏଲ ଟି ବନ୍ଦ ହେବା ପରେ ଅଭିନେତ୍ରୀ ତୁଳସୀ ଯାହାଙ୍କର ପ୍ରକୃତ ନାଁ ହେଉଛି ସ୍ବେତାଲିନା ଭଟାଚାର୍ଜ୍ୟ ବର୍ତ୍ତମାନ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ଆସନ୍ତୁ ଜାଣିବା । ଶ୍ଵେତାଲୀନାଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ସିରିଏଲ ଟିକୁ ବହୁତ ସାରା ଆୱାର୍ଡ ମଧ୍ୟ ମିଳିଥିଲା । ଏହି ସିରିଏଲ ଟି ସାରିବା ପରେ ଶ୍ଵେତାଲୀନା ଅନ୍ୟ କୌଣସି ସିରିଏଲ ରେ ଅଭିନୟ କରି ନାହାନ୍ତି । ଏହି ସିରିଏଲ ସରିବା ପରେ ଶ୍ଵେତାଲୀନା ସୋସିଆଲ ମିଡିଆରେ ସକ୍ରିୟ ଥିବାର ନଜର ଆସିଥିଲେ । ଏହା ସହ ସେ ଅନେକ ଆଲବମ ରେ ଅଭିନୟ କରିବାର ନଜର ଆସିଥିଲେ ।

ଆଗାମୀ ଦିନ ମାନଙ୍କରେ ଶ୍ଵେତାଲୀନା ଭଟାଚାର୍ଜ୍ୟଙ୍କର ନୂଆ ସିରିଏଲ ଆସିବାକୁ ଯାଉଛି ଯାହାର ନାଁ ରହିଛି “ମଙ୍ଗୁଳା କନ୍ୟା” । ଏହି ନୂଆ ସିରିଏଲ “ମଙ୍ଗୁଳା କନ୍ୟା” ରେ ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ଛନ୍ଦିତା ମଧ୍ୟ ଅଭିନୟ କରିବର ନଜର ଆସିବେ । ଏହି ନୂଆ ସିରିଏଲରେ ପୁଣି ଥରେ ଅଭିନେତା ତୁଷାର ବା ଚନ୍ଦନ ଓ ତୁଳସୀଙ୍କର ଜବରଦସ୍ତ ଯୋଡି ଦେଖିବାକୁ ପାଇବେ । ଏହି ସିରିଏଲରେ ତୁଳସୀ ପୁଣି ଥରେ ନିଜର ଅଭିନୟ ଜାଦୁ ରେ ଦର୍ଶକ ମାନଙ୍କ ହୃଦୟ ଜିତିବେ ବୋଲି ଆଶା କରା ଯାଉଛି ।

ତେବେ ଏହି ସିରିଏଲରେ ଚନ୍ଦନ ଓ ତୁଳସୀ ମୁଖ୍ୟ କଳାକାର ଭାବେ ଅଭିନୟ କରୁଥିବା ବେଳେ ଅଭିନେତ୍ରୀ ଛନ୍ଦିତା ଖଳନାୟକ ଭୂମିକାରେ ନଜର ଆସିବେ । ଠିକ ସେହି ପରି ଯେମିତି “ତୋ ଅଗଣାର ତୁଳସୀ ମୁଁ” ସିରିଏଲରେ ଚନ୍ଦନ ଓ ତୁଳସୀଙ୍କୁ ଅଲଗା କରିବା ପାଇଁ ଛନ୍ଦିତା ଅନେକ ଚେଷ୍ଟା କରିଥିଲେ । ଆଶା କରୁଛୁ ଦର୍ଶକ ମାନଙ୍କୁ ଚନ୍ଦନ ଓ ତୁଳସୀଙ୍କର ଯୋଡି ପୁଣି ଥରେ ଫେରୁଥିବାରୁ ପସନ୍ଦ ଆସିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ତୁଳସୀଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *