ଦ୍ରୁତ ଗତିରେ ଓଡିଶା ମୁହାଁ ବାତ୍ୟା “ୟାସ”, 25 ତାରିଖରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

୨୦୨୧ରେ ପ୍ରଥମ ବାତ୍ୟା ତାଉ – ତେର ପ୍ରଭାବ ଦେଶର କେତେକ ପଶ୍ଚିମ ରାଜ୍ୟରେ ଗୁଡିକରେ ଦେଖାଯାଇଥିଲା । ପ୍ରଥମ ବାତ୍ୟା ତାଉ – ତେର ପ୍ରଭାବରୁ ପୂରାପୂରି ସେହି ସମସ୍ତ ରାଜ୍ୟ ଗୁଡିକ ମୁକ୍ତି ପାଇ ନ ଥିଲେ କି ଦେଶରେ ଦ୍ଵିତୀୟ ବାତ୍ୟା ମୁଣ୍ଡ ଟେକିଲାଣି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ୟାସ ବାତ୍ୟା ମାଡି ଆସୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଜାରି କରାଯାଇଛି ।

ୟାସ ବାତ୍ୟାକୁ ନେଇ ଭାରତୀୟ ପାଣି ପାଗ ତରଫରୁ କରାଯାଇଥିବା ତଥ୍ୟ ଅନୁସାରେ ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହା ୨୪ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟାର ରୂପ ନେଇ ପାରେ ବୋଲି ଅନୁମାନ କରାଯାଉଛି । ୨୬ ତାରିଖରେ ଏହା ପୁଣି ଅଗ୍ରସର ହୋଇ ଉତ୍ତର ବଙ୍ଗୋପସାଗର ଓଡିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ ।

ୟାସ ବାତ୍ୟା ପ୍ରଭାବରେ ଆସନ୍ତା ୨୧ ତାରିଖରୁ ଆଣ୍ଡାମାନ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବଢିବ । ଏମିତିରେ ମତ୍ସ୍ୟଜୀବିମାନଙ୍କୁ ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ସୂଚନା ଜାରି କରାଯାଇଛି । କହିଦେଉଛୁ କି ବାତ୍ୟାର ପ୍ରଭାବରେ ୨୫ ରୁ ଓଡିଶାର କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମ ଧରଣରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ପାଣିଗ ପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି ।

କିନ୍ତୁ ବାତ୍ୟା ୟାସ କେଉଁ ଅଞ୍ଚଳରେ ଓ କେଉଁ ସମୟରେ କେଉଁ ଉପକୂଳ ଦେଇ ଗତି କରିବ ଏହା ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ଜଣା ପଡି ନାହିଁ । ପାଣି ପାଗ ବିଭାଗ ତରଫରୁ କୁହାଯାଇଛି କି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ୨୩ତାରିଖରେ ଏହାର ରୂପରେଖ ଓ ଗତିପଥ ସମ୍ପର୍କରେ ସଠିକ ସୂଚନା ମିଳିବ । ଅନ୍ୟ ପଟେ ବାତ୍ୟା ୟାସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଜି ଉଚ୍ଚ ସ୍ତରୀୟ ବୈଠକ ଡାକି ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ମାନବ ସମ୍ବଳ, ଯନ୍ତ୍ରପାତି ଓ ସାଜ ସରଞ୍ଜାମ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

ଏହା ସହିତ ସମସ୍ତ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ସମସ୍ତ ଜିନିଷ ଗୁଡିକର ଯାଞ୍ଚ ଓ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ରାଜ୍ୟ ସରକାର ଅଗ୍ନିସମ, ଓଡ୍ରାଫ, ଏନଡ଼ିଆରଏଫର ସବୁ ଟିମକୁ କେଉଁ କେଉଁ ସ୍ଥାନକୁ ପଠାଯିବ, ଏହାର ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ସହିତ ସମସ୍ତ ବିଭାଗକୁ ସଜାଗ ରହିବା ପାଇଁ ମଧ୍ୟ କୁହାଯାଇଛି । ବିଜୁଳି, ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ଅନ୍ୟ ସମସ୍ତ ଆବଶ୍ୟକ ସେବା ଓ ସାମଗ୍ରୀ ସବୁକୁ ବନ୍ଦୋବସ୍ତ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହା ସହିତ ବାତ୍ୟା ପରେ ଯେମିତି ଅତି ଶୀଘ୍ର ସମସ୍ତ ସେବା ଓ ସୁବିଧା ଯୋଗାଇବା ଉପରେ ଧ୍ୟାନ ଦେବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ କରାଯାଇଛି । କୋବିଡ ଦ୍ଵିତୀୟ ଲହର ମଧ୍ୟରେ ବାତ୍ୟା ଆସୁଥିବାରୁ ସଂକ୍ରମଣ ଠାରୁ ସମସ୍ତଙ୍କୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ବାତ୍ୟା ଆଶ୍ରୟ ସ୍ଥଳରେ ଲୋକମାନଙ୍କୁ ରଖିବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *