ଓଡିଶା ଛାଡିବା ପରେ ଦେଖନ୍ତୁ ମୁମ୍ବାଇ ଯାଇ କଣ କରୁଛନ୍ତି Prakruti Mishra…. ଦେଖନ୍ତୁ Video

ବନ୍ଧୁଗଣ ଓଡିଶା ଛାଡି ମୁମ୍ବାଇ ଯିବା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର କଣ କରୁଛନ୍ତି ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ଗତ କିଛି ଦିନ ତଳେ ପ୍ରକୃତି ମିଶ୍ର ଅଭିନେତା ବାବୁସାନ ମହାନ୍ତି ଙ୍କ ପାରିବାରିକ ସମସ୍ୟାର କାରଣ ଭାବେ ଖୁବ ଚର୍ଚ୍ଚା ରେ ରହିବା ସହ ବିବାଦ ମଧ୍ୟ ଲାଗିଥିଲା । ସୂଚନା ଅନୁଯାୟୀ ବାବୁସାନ ଓ ପ୍ରକୃତୁ ମିଶ୍ର ଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢି ଉଠିଲା । ଦୁହେଁ ପରସ୍ପର ସହ ଲିଭିଙ୍ଗ ରିଲେସନସିପ ରେ ମଧ୍ୟ ରହୁଥିଲେ । ଏମିତିକି ପ୍ରକୃତି ଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ ବାବୁସାନ ନିଜ ଘର ପରିବାର ମଧ୍ୟ ଭୁଲି ଯାଇଥିଲେ ଆଉ ଘରକୁ ମଧ୍ୟ ଯାଉ ନ ଥିଲେ ।

ଏମିତିକି ନିଜ ସ୍ତ୍ରୀ ତୃପ୍ତି ଓ ପୁଅ ଗୁହାନ ଙ୍କୁ ମଧ୍ୟ ପଚାରୁ ନ ଥିଲେ ବାବୁସାନ । ପ୍ରକୃତି ମିଶ୍ର ଙ୍କୁ ବାବୁସାନ ଙ୍କ ସହ ଗାଡିରେ ଏକାଠି ଯାଉ ଥିବାର ଦେଖି ତୃପ୍ତି ଧରିଥିଲେ ଆଉ ତା ପରେ ହାଇ ଡ୍ରାମା ଆରମ୍ଭ ହୋଇଥିଲା । ଯାହା ପାଇଁ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ପ୍ରେମ ସମ୍ପର୍କ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ହୋଇଥିଲା ।

ବର୍ତ୍ତମାନ ସମୟରେ ବାବୁସାନ ଙ୍କୁ ଛାଡି ତାଙ୍କ ସ୍ତ୍ରୀ ତୃପ୍ତି ତାଙ୍କ ବାପା ଘରକୁ ଚାଲି ଯାଇଛନ୍ତି । ପ୍ରକୃତି ମିଶ୍ର ମଧ୍ୟ ଓଡିଶା ଛାଡି ମୁମ୍ବାଇ ଚାଲି ଯାଇଛନ୍ତି । ସେଠାରେ ସେ ଏକ ସିରିଏଲ ରେ ଶୁଟିଙ୍ଗ କରିବା ଆରମ୍ଭ କରିଛନ୍ତି । ଏମିତିକି ପ୍ରକୃତି ଅଭିନେତା ନାନା ପାଟେକର ଙ୍କ ସହ ଏକ ଫିଲ୍ମ ଶୁଟିଙ୍ଗ କରିଥିଲେ ଯାହା ବର୍ତ୍ତମାନ ସମୟରେ ରିଲିଜ ହେବାକୁ ଯାଉଛି ।

ଯେଉଁଥିରେ ପ୍ରକୃତି ଲିଡ ନାୟିକା ଭାବେ ଅଭିନୟ କରିଛନ୍ତି । ବର୍ତ୍ତମାନ ପ୍ରକୃତି ଏକ ନୂଆ ହିନ୍ଦୀ ସିରିଏଲ ରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ଶୁଟିଙ୍ଗ ମୁମ୍ବାଇ ର ଅନେକ ସ୍ଥାନରେ ଆରମ୍ଭ ହୋଇଛି । ଯେଉଁଠି ପ୍ରକୃତି ହଟ ଲୁକ ରେ ନଜର ଆସୁଛନ୍ତି ଝରଣା କୁଳ ରେ । ଝରଣା କୁଳ ରେ ବସି ସେଠିକାର ପରିବେଶକୁ ଉପୋଭୋଗ କରିବାର ନଜର ଆସୁଛନ୍ତି ପ୍ରକୃତି ମିଶ୍ର ।

ଏମିତିକି ନିଜ ସାଙ୍ଗ ମାନଙ୍କ ସହ ମଧ୍ୟ ମସ୍ତି କରିବାର ପ୍ରକୃତି ମୁମ୍ବାଇ ରେ ନଜର ଆସୁଛନ୍ତି । ଅନ୍ୟ ପକ୍ଷ ରେ ବାବୁସାନ ମଧ୍ୟ ନିଜ କାମରେ ବ୍ୟସ୍ତ ରେ ରହି ଯାଇଛନ୍ତି । ନିଜ ସ୍ତ୍ରୀ ତୃପ୍ତି ଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବାବୁସାନ କୌଣସି ପ୍ରକାରର ଚେଷ୍ଟା କରୁ ନାହାନ୍ତି । ତେବେ ବାବୁସାନ ଙ୍କ ପରିବାରର ଲୋକେ ତୃପ୍ତି ଙ୍କୁ ଘରକୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

ତେବେ ପ୍ରକୃତି ତ ନିଜ କ୍ୟାରିୟରରେ ଫୋକସ କରିବା ଆରମ୍ଭ କରି ଦେଇଛନ୍ତି ଆଉ ବେଶ ଖୁସି ମଧ୍ୟ ଅଛନ୍ତି । ଦେଖାଯାଉ ବାବୁସାନ କେବେ ନିଜ ପରିବାରକୁ ଫେରାଇ ଆଣୁଛନ୍ତି । ବନ୍ଧୁଗଣ ଆପଣଙ୍କର ପ୍ରକୃତି ମିଶ୍ରଙ୍କ ଏଭଳି ଲୁକ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *