ଓଜନ କମ କରିବା ପାଇଁ କିଛି ସହଜ ଉପାୟ, ଦେଖନ୍ତୁ କଣ କହୁଛନ୍ତି Dr. Abhay Sahoo

ଆଜିକାଲି ଦୈନିନ୍ଦିନ ଜୀବନରେ ଖାଦ୍ୟପେୟ ଓ ଜୀବନ ଶୈଳୀ ଏମିତି ଭାବେ ହୋଇ ଗଲାଣି କି ଲୋକ ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି । ଯେଉଁ ଏମାନେ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନେ ଗୋଟିଏ ଜାଗାରେ ବସି ରହୁ ଥିବାରୁ ତାଙ୍କ ଠାରେ ମେଦ ବହୁଳତା ବା ମୋଟାପା ଦେଖା ଯାଉଛି । ଯାହା ସେମାନଙ୍କ ପାଇଁ ଅନେକ ସମସ୍ଯା ସୃଷ୍ଟି ହେଉଛି । କାରଣ ସେମାନେ କୌଣସି ପରିଶ୍ରମ କାମ କରୁ ନାହାନ୍ତି । ଯାହା ପାଇଁ ତାଙ୍କ ଶରୀରର ଓଜନ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଓଜନ କମ ହେବାର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆପଣ ନିଜର ପ୍ରତି ଦିନ ଜୀବନ ଶୈଳୀ ରେ କିଛି ସମୟ ବାହାର କରି ବ୍ୟାୟାମ ବା ଯୋଗ କରନ୍ତୁ । ପ୍ରତେକ ଦିନ ୫ ମିନିଟ ଯାଏଁ ଯୋଗ ବା ବ୍ୟାୟମ କରନ୍ତୁ । ଏହା ପରେ ଆପଣ ଯୋଗ ବା ବ୍ୟାୟମ କରିବାର ସମୟ ଧୀରେ ଧୀରେ ବଢାଇବେ । ଏହା ଛଡା ପ୍ରତି ଆପଣ ୩୦ରୁ ୩୫ ମିନିଟ ଯାଏଁ ଦୌଡିବାକୁ ଚେଷ୍ଟା କରନ୍ତୁ ।

ଯେମିତି ଗୋଟେ ଘଣ୍ଟା ମଧ୍ୟ ରେ ଆପଣ ୩ରୁ ୪ କିମି ଯାଏଁ ଦଉଡି ପାରିବେ ଯାହା ଦ୍ଵାରା ଆପଣଙ୍କର ଓଜନ କମ ହେବାରେ ଲାଗିବ । ସପ୍ତାହ କୁ ୫ ଦିନ ଯାଏଁ ବ୍ୟାୟମ ବା ଯୋଗ ନିଶ୍ଚିନ୍ତ ଭାବେ କରନ୍ତୁ । ଆଉ ଦୁଇ ଦିନ ସପ୍ତାହର ଯୋଗ ବନ୍ଦ କରିବା ଉଚିତ । ଯେତେ ସମ୍ଭବ ସମୟ ବାହାର କରି ବ୍ୟାୟମ ବା ଯୋଗ କରନ୍ତୁ ।

ଏହା ଛଡା ଯଦି ଆପଣ ଜିମ ଯାଉଛନ୍ତି ତେବେ ୧୫ ମିନିଟ ଯାଏଁ ସେଠାରେ ମସଲ ଏକ୍ସସାଇଜ କରନ୍ତୁ । ବ୍ୟାୟାମ ଓ ଯୋଗ ସହିତ ଓଜନ କମ କରିବା ପାଇଁ ଡାଏଟ କରିବା ମଧ୍ୟ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ଅଟେ । ଅଧିକ ତେଲ ଜାତୀୟ ଖାଦ୍ଯ ବା ମଇଦା ଜାତୀୟ ଖାଦ୍ଯ ର ସେବନ କରନ୍ତୁ ନାହି । ଯେତେ ସମ୍ଭବ ହାଲକା ଖାଦ୍ଯ ଖାଇବାକୁ ଚେଷ୍ଟା କରନ୍ତୁ । ବାହାର ର କୌଣସି ଖାଦ୍ଯ ସେବନ କରିବା ବର୍ଜନୀୟ ଅଟେ । ଏହା ବ୍ଯତୀତ ଯଦି ଆପଣ ଓଜନ କମ କରିବା ପାଇଁ କୌଣସି ଔଷଧର ସେବନ କରୁଛନ୍ତି ତେବେ ତାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।

କାରଣ ଏହା ଦ୍ଵାରା ଆପଣଙ୍କ ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହୋଇପାରେ । ତେଣୁ ଏଥିରୁ ଦୂରେଇ ରୁହନ୍ତୁ । ବିଶେଷ କରି ମେଦ ବହୁଳତା ବା ଓଜନ କମ କରିବା ପାଇଁ ଡାଏଟ ଓ ବ୍ୟାୟମ କରିବା ଜରୁରୀ ଓ ସହଜ ଉପାୟ ଅଟେ । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *