ରାତିରେ ଅଇଁଠା ବାସନ ନ ଧୋଇ ରଖିଲେ ଘରକୁ ମାଡିଆସେ ବିପଦ ହିଁ ବିପଦ- Vaastu Tips

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ନାରୀ ମାନେ ଏମିତି କିଛି ଭୁଲ କାମ କରୁଛନ୍ତି ଯାହା ପାଇଁ ତାଙ୍କ ତଥା ପରିବାରର ଅନେକ କ୍ଷତି ହେଉଛି । ବିଶେଷ କରି ରାତିରେ ଅଇଁଠା ବାସନ ମହିଳା ମାନେ ଘରେ ପକାଇ ରଖୁଛନ୍ତି । ଏହା ଦ୍ଵାରା ଭୟଙ୍କର ଅସୁବିଧାର ସମୁଖିନ୍ନ ହେବାକୁ ପଡିପାରେ ବୋଲି ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି । କିଛି ଲୋକେ ଖାଇବା ପରେ ଅଇଁଠା ବାସନ ପକାଇ ତା ପର ଦିନ ପକାଇ ରଖିଥାନ୍ତି ।

ଖାସ କରି ଥଣ୍ଡା ଦିନରେ ଏମିତି କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଇଁଠା ବାସନ ପକାଇ ରଖିଲେ କେଉଁ କ୍ଷତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ବାସ୍ତୁ ଶାସ୍ତ୍ରରେ ଉଲେଖ ରହିଛି ଘରେ ଅଇଁଠା ବାସନ ରହିଲେ ଅସାନ୍ତି ହୋଇଥାଏ । ପରିବାର ମଧ୍ୟରେ ସର୍ବଦା କଲି ଝଗଡା ଲାଗି ରହିଥାଏ । ଯଦି ଅଇଁଠା ବାସନକୁ ପର ଦିନ ଯାଏ ପକାଇ ରଖାଯାଏ ତେବେ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ।

୨- ବାସନକୁ ଅପରିଷ୍କାର ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି । ଯାହା ଦ୍ଵାରା ଗୃହରେ ଟଙ୍କା ପଇସାର ଅଭାବ ଦେଖାଯାଏ । ଏହା ଦ୍ଵାରା ଦରିଦ୍ରତା ଦେଖା ଯାଇଥାଏ । ତେଣୁ ଯେଉଁ ସମୟରେ ଖାଉଛନ୍ତି ସେହି ସମୟରେ ଅଇଁଠା ବାସନ ସଙ୍ଗେ ସଙ୍ଗେ ସଫା କରି ରଖିଲେ ଭଲ ହୋଇଥାଏ ।

୩- ଯଦି ଆପଣ ରାତିରେ ବାସନ କହାୟ ଅଇଁଠା ପକାଇ ରଖନ୍ତି ତେବେ ଘରେ ନାକାରାତ୍ମକ ଶକ୍ତିର ବାସ ହୋଇଥାଏ । ଅଇଁଠା ବାସନ ଅଧିକ ସମୟ ରଖି ଧୋଇଲେ ଏଥିରେ ଥିବା ଜୀବାଣୁ ସହଜରେ ଯାଇ ନ ଥାଏ । ଏହି ରୋଗ ଜୀବାଣୁ ଆମ ଶରୀରର ମାଧ୍ୟମକୁ ପ୍ରବେଶ କରି ଅନେକ ରୋଗ ସୃଷ୍ଟି ହେବାର କାରଣ ହୋଇଥାଏ ।

୪- ଅଇଁଠା ବାସନ ରାତିରେ ପଡି ରହିଲେ ଘରର ଲୋକଙ୍କ ଉପରେ ଭଗବାନ ଶନିଦେବଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ଅଇଁଠା ବାସନ ଦେଖିବାକୁ ବାରଣ କରା ଯାଇଛି । ଯଦି ଆପଣଙ୍କର ଭଲ ସମୟ ଚାଲୁଅଛି ତେବେ ଆପଣ ଏହି ଭୁଲ କରନ୍ତୁ ନାହି । ନଚେତ ଆପଣଙ୍କର ଭଲ ସମୟ ଖରାପ ସମୟରେ ପରିବର୍ତ୍ତନ ହେବାକୁ ଅଧିକ ସମୟ ଲାଗିବ ନାହି ।

ତେଣୁ ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରି ରଖନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପାରୁ ଘରେ ସୁଖ ଶାନ୍ତି ରହିବା ସହ ଧନ ବୃଦ୍ଧି ହେବ । ଭୁଲରେ ବି ଅଇଁଠା ବାସନ ରାତି ରେ ପକାଇ ରଖନ୍ତୁ ନାହି କି ଖାଇବା ପରେ ଅଧିକ ସମୟ ପର୍ଯ୍ଯନ୍ତ ଅଇଁଠା ବାସନ ପକାଇ ରଖନ୍ତୁ ନାହି । ଏପରି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଉନ୍ନତି ହେବା ବଦଳରେ ଅନେକ ସମସ୍ୟା ଉତ୍ପନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *